ଗରମ ପାଣିରେ କେଶ ଧୋଉଥିଲେ
ଏକ ଉତ୍ତମ ସ୍ନାନ ଶରୀରରୁ କ୍ଲାନ୍ତପଣ ଦୂର କରିଥାଏ । ହେଲେ କିଛି ଲୋକ ଏପରି ଅଛନ୍ତି, ଯେଉଁମାନେ ଥଣ୍ଡା ପାଣି ପରିବର୍ତ୍ତେ ଗରମ ପାଣିରେ ଗାଧୋଇଥାନ୍ତି । ଏପରିକି ଗରମ ପାଣିରେ କେଶ ମଧ୍ୟ ଧୋଇଥା’ନ୍ତି । ଆପଣ ଜାଣିଛନ୍ତି କି ଏପରି କରିବା ଦ୍ୱାରା କେଶ ଅଧିକ ଝଡ଼ିଥାଏ ଓ ରୁକ୍ଷ ହୋଇଥାଏ । ଏପରିକି ଗରମ ପାଣିରେ ମୁଣ୍ଡର ଚର୍ମ ପୋଡ଼ାଜଳା କରିବାର ଆଶଙ୍କା ମଧ୍ୟ ରହିଛି । ଗରମ ପାଣିରେ ମୁଣ୍ଡ […]
ଏକ ଉତ୍ତମ ସ୍ନାନ ଶରୀରରୁ କ୍ଲାନ୍ତପଣ ଦୂର କରିଥାଏ । ହେଲେ କିଛି ଲୋକ ଏପରି ଅଛନ୍ତି, ଯେଉଁମାନେ ଥଣ୍ଡା ପାଣି ପରିବର୍ତ୍ତେ ଗରମ ପାଣିରେ ଗାଧୋଇଥାନ୍ତି । ଏପରିକି ଗରମ ପାଣିରେ କେଶ ମଧ୍ୟ ଧୋଇଥା’ନ୍ତି । ଆପଣ ଜାଣିଛନ୍ତି କି ଏପରି କରିବା ଦ୍ୱାରା କେଶ ଅଧିକ ଝଡ଼ିଥାଏ ଓ ରୁକ୍ଷ ହୋଇଥାଏ । ଏପରିକି ଗରମ ପାଣିରେ ମୁଣ୍ଡର ଚର୍ମ ପୋଡ଼ାଜଳା କରିବାର ଆଶଙ୍କା ମଧ୍ୟ ରହିଛି । ଗରମ ପାଣିରେ ମୁଣ୍ଡ ଧୋଇଲେ କେଶକୁ କେଉଁସବୁ କ୍ଷତି ପହଞ୍ଚିଥାଏ ଆସନ୍ତୁ ଜାଣିବା ।

୧. ଯେଉଁମାନେ ଅଧିକ ଗରମ ପାଣିରେ ଗାଧୋଇଥା’ନ୍ତି, ସେମାନଙ୍କର କେବଳ କେଶ ଖରାପ ହୋଇ ନ ଥାଏ, ସ୍କିନ୍ ମଧ୍ୟ ଡ୍ରାଏ ହୋଇଥାଏ । ଗରମ ପାଣି ପ୍ରୟୋଗ ଦ୍ୱାରା ତ୍ୱଚା କୁଣ୍ଡାଇ ହୋଇଥାଏ ।
୨. ଗରମ ପାଣି ମୁଣ୍ଡକୁ ଡ୍ରାଏ କରିଥାଏ । ତେଣୁ କେଶରେ ରୂପି ଅଧିକ ହୋଇଥାଏ ।

୩. କେଶକୁ ଅଧିକ ଗରମ ପାଣିରେ ଧୁଅ;ୁ ନାହିଁ, ଏହା କେଶର ନରମପଣକୁ ନଷ୍ଟ କରିଥାଏ ।
୪. ଯଦି ଆପଣ ନିକଟରେ କେଶକୁ କଲର୍ କରିଛନ୍ତି, ତେବେ ଗରମ ପାଣିରେ ଧୁଅ;ୁ ନାହିଁ । ଏପରି କଲେ କେଶର ରଙ୍ଗ ନଷ୍ଟ ହୋଇ ଶୀଘ୍ର ଫେଡ୍ ହୋଇଯାଏ ।
୫. ଆମ କେଶ ମୂଳରେ କେରାଟିନ୍ ନାମକ ପ୍ରୋଟିନ ରହିଛି । ଗରମ ପାଣିରେ ଗାଧୋଇଲେ କେରାଟିନ୍ ନଷ୍ଟ ହୋଇଯାଏ ଓ କେଶ ଅଧିକ ଝଡ଼ିଥାଏ ।





