କେଉଁ ଦିଗରେ ଖାଇବା ଭଲ

କେଉଁ ଦିଗରେ ଖାଇବା ଭଲ
Ipsita Picture
By: Ipsita


ବାସ୍ତୁ ଶାସ୍ତ୍ରରେ ଯେ କେବଳ ଘରସଜାଇବା ପାଇଁ ଟି« ରହିଛି ତାହା ନୁହେଁ । ଘରେ କିଭଳି ବାସ୍ତୁ ଅନୁସାରେ ଚଳିଲେ ଘରେ ଶାନ୍ତି ରକ୍ଷାକରାଯାଇପାରିବ, ସେ ନେଇ ମଧ୍ୟ ଅନେକ ନିୟମ ରହିଛି । ଆସନ୍ତୁ ପଢିବା ଘରେ କେଉଁ ଦିଗରେ ବସି ଖାଇଲେ ବାସ୍ତୁ ଅନୁସାରେ କଣ ହୋଇଥାଏ
ପୂର୍ବ : ଯଦି ଆପଣ ଖାଇବା ପୂର୍ବ ଦିଗରେ ବସି ଖାଆନ୍ତି, ତେବେ ଏହା ମାନସିକ ଚାପକୁ ହ ୍ରାସ କରିଥାଏ । ବାସ୍ତୁ ଅନୁସାରେ ମସ୍ତିଷ୍କକୁ ଶକ୍ତି ମିଳିଥାଏ, ଖାଦ୍ୟ ଭଲ ଭାବରେ ହଜମ ହୁଏ, ଯାହା ଆପଣଙ୍କୁ ସୁସ୍ଥ ରଖେ । ଏହି ଦିଗରେ ଖାଇବା ବୃଦ୍ଧ ଓ ଅସୁସ୍ଥ ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିଶ୍ୱାସ ରହିଛି ।
ଉତ୍ତର: ଟଙ୍କା, ଜ୍ଞାନ ଏବଂ ଆଧ୍ୟାତ୍ମିକ ଶକ୍ତି ଚାହୁଁଛନ୍ତି ତେବେ ଉତ୍ତର ଦିଗରେ ଖାଇବା ଉଚିତ୍‌ । ଏହି ଦିଗରେ ବସି ଖାଇଲେ କ୍ୟାରିୟର ଅଭିବୃଦ୍ଧି ଘଟିଥାଏ । ତେବେ ଉତ୍ତର ଦିଗରେ ବସି ଖାଦ୍ୟଗ୍ରହଣ କରିବା ବିଶେଷ ଭାବରେ ଯୁବକ ଏବଂ ଛାତ୍ରମାନଙ୍କ ପାଇଁ ଲାଭଦାୟକ ହୋଇଥାଏ । 
ପଶ୍ଚିମ: ଯଦି ଆପଣ ପଶ୍ଚିମ ଦିଗରେ ବସି ବସି ଖାଆନ୍ତି, ତେବେ ଏହା ଭଲ ବୋଲି ଧରାଯାଏ । ଯଦି ଆପଣ ବ୍ୟବସାୟ କରୁଛନ୍ତି, ତେବେ ଏହି ଦିଗରେ ଖାଇବା ଦ୍ୱାରା ଲାଭ ହୋଇଥାଏ ବୋଲି ବାସ୍ତ୍ରୁଶାସ୍ତ୍ରରେ ବର୍ଣ୍ଣନା ରହିଛି । 
ଦକ୍ଷିଣ: ଦକ୍ଷିଣ ଦିଗରେ ବସିବା ଠାରୁ ଦୂରେଇ ରୁହନ୍ତୁ କାରଣ ଏହାୟାମାର ଦିଗ ଭାବରେ ବିବେଚନା କରାଯାଏ । ଏହି ଦିଗରେ ଖାଦ୍ୟ ଖାଇଲେ ବିଭିନ୍ନ ନକରାତ୍ମକ ପ୍ରଭାବ ପଡିଥାଏ ।

Read More କ୍ରିମି ମସରୁମ୍‌ ଚିକେନ୍‌

Tags:

Related Posts