ମଧୁମେହ

ମଧୁମେହ ରୋଗୀଙ୍କର ବିଶେଷ ଭାବେ ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖିବାକୁ ହୋଇଥାଏ । ତେବେ ଖରାଦିନ ଆସିଲେ ସେମାନଙ୍କୁ ବିଭିନ୍ନ ଦିଗ ପ୍ରତି ଧ୍ୟାନ ରଖି ଚଳିବାକୁ ହୋଇଥାଏ । ତେବେ କିଛି ଟିପ୍ସ ରହିଛି ଯାହାକୁ ଅନୁକରଣ କରିବା ଦ୍ୱାରା ଆମେ ମଧୁମେହକୁ ନିୟନ୍ତ୍ରଣରେ ରଖିବା ସହିତ ସୁସ୍ଥ ରହିପାରିବା । – ସବୁବେଳେ ଫିଜିକାଲି ଆକ୍ଟିଭ ରୁହନ୍ତୁ । ତେବେ ଖରାକୁ କମ ବାହାରନ୍ତୁ, ସକାଳୁ କିମ୍ବା ସନ୍ଧ୍ୟାବେଳେ ୩୦ ମିନିଟ୍‌ ଲେଖାଏଁ ଚାଲିପାରିବେ […]

Samaya Live Picture
Published On

ମଧୁମେହ ରୋଗୀଙ୍କର ବିଶେଷ ଭାବେ ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖିବାକୁ ହୋଇଥାଏ । ତେବେ ଖରାଦିନ ଆସିଲେ ସେମାନଙ୍କୁ ବିଭିନ୍ନ ଦିଗ ପ୍ରତି ଧ୍ୟାନ ରଖି ଚଳିବାକୁ ହୋଇଥାଏ । ତେବେ କିଛି
ଟିପ୍ସ ରହିଛି ଯାହାକୁ ଅନୁକରଣ କରିବା ଦ୍ୱାରା ଆମେ ମଧୁମେହକୁ ନିୟନ୍ତ୍ରଣରେ ରଖିବା ସହିତ ସୁସ୍ଥ ରହିପାରିବା ।
– ସବୁବେଳେ ଫିଜିକାଲି ଆକ୍ଟିଭ ରୁହନ୍ତୁ । ତେବେ ଖରାକୁ କମ ବାହାରନ୍ତୁ, ସକାଳୁ କିମ୍ବା ସନ୍ଧ୍ୟାବେଳେ ୩୦ ମିନିଟ୍‌ ଲେଖାଏଁ ଚାଲିପାରିବେ । ଏହାଦ୍ୱାରା ଆପଣ ସୁସ୍ଥ ରହିବେ । ଏହାଦ୍ୱାରା ବ୍ଲଡ୍‌ ସୁଗାର ଲେବଲ ନିୟନ୍ତ୍ରଣରେ ରହିବ ।
– ଖାଦ୍ୟରେ ଅଧିକମାତ୍ରାରେ ଫାଇବାର ସାମିଲ କରନ୍ତୁ । ଯେଉଁମାନଙ୍କର ମଧୁମେହ ରହିଛି, ସେମାନଙ୍କୁ ଫାଇବରପୂର୍ଣ୍ଣ ଖାଦ୍ୟ ବିଶେଷ ସହାୟକ ହୋଇଥାଏ । ଏହା ଦ୍ୱାରା ବ୍ଲଡ୍‌ ସୁଗାର ଲେବଲ ସ୍ପାଇକ୍‌ ହୋଇନଥାଏ । ତେଣୁ ଖାଇବାରେ ଓଟସ୍‌, ବ୍ରାଉନ୍‌ ରାଇସ୍‌, ହୋଲ୍‌ଗ୍ରେନ୍‌ ବ୍ରେଡ୍‌, ଫଳ ଆଦି ସାମିଲ କରନ୍ତୁ ।
– ମଧୁମେହ ରୋଗୀଙ୍କ ପାଇଁ ହାଇଡ୍ରେଟ୍‌ ରହିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଖରାଦିନ ଆସିଲେ ସାଧାରଣତଃ ଲୋକଙ୍କର ଅଧିକ ଜଳ ଦରକାର ହୋଇଥାଏ, ସେହିପରି ମଧୁମେହ ରୋଗୀଙ୍କର ଅଧିକ ଜଳ ଦରକାର ହୁଏ । ସେହିପରି ଏହିଦିନେ ମଧୁମେହ ରୋଗୀମାନେ କଫି ଠାରୁ ଦୂରରେ ରୁହନ୍ତୁ । ଆପଣ ପଇଡ, ଲେମ୍ବୁ ପାଣି ଭଳି ସ୍ୱାସ୍ଥ୍ୟକର ପାନୀୟ ପିଇ ପାରିବେ ।

Tags: