ସୁନା, ରୂପା ନୁହେଁ ଧନତେରସ୍ରେ ଘରକୁ ଆଣନ୍ତୁ ମୁଠାଏ ଧନିଆ…..
ସମୟ ଲାଇଭ୍,୨୧/୧୦: ଧନତେରସ୍ରେ ଲୋକମାନେ ସୁନା,ରୂପା,ବାସନ କିମ୍ବା ଅନ୍ୟ ଧାତୁ କ୍ରୟ କରିଥା’ନ୍ତି। ଏହାଦ୍ୱାରା ପରିବାରରେ ସୁଖସମୃଦ୍ଧି ପ୍ରବେଶ କରିଥାଏ ଏବଂ ଆର୍ଥିକ ସମସ୍ୟା ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି। ତେବେ ଜାଣନ୍ତୁ ଏହାବ୍ୟତୀତ ଏମିତି ଏକ ପଦାର୍ଥ ଯାହା କିଣିବା ଦ୍ୱାରା ଧନାଭାବ ଦୂର ହୋଇଥାଏ। ଏଥର ଧନ୍ତେରସ୍ରେ ଅଳ୍ପ କିଛି ଶୁଖିଲା ଧନିଆ କିଣି ଆଣନ୍ତୁ ଏବଂ ପୂଜାଘରେ ରଖନ୍ତୁ। ଦୀପାବଳି ଦିନ ଏହି ଧନିଆକୁ ପୁଜା କରନ୍ତୁ। ପୂଜା ହୋଇଥିବା ଧନିଆକୁ […]
ସମୟ ଲାଇଭ୍,୨୧/୧୦: ଧନତେରସ୍ରେ ଲୋକମାନେ ସୁନା,ରୂପା,ବାସନ କିମ୍ବା ଅନ୍ୟ ଧାତୁ କ୍ରୟ କରିଥା’ନ୍ତି। ଏହାଦ୍ୱାରା ପରିବାରରେ ସୁଖସମୃଦ୍ଧି ପ୍ରବେଶ କରିଥାଏ ଏବଂ ଆର୍ଥିକ ସମସ୍ୟା ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି। ତେବେ ଜାଣନ୍ତୁ ଏହାବ୍ୟତୀତ ଏମିତି ଏକ ପଦାର୍ଥ ଯାହା କିଣିବା ଦ୍ୱାରା ଧନାଭାବ ଦୂର ହୋଇଥାଏ।
ଏଥର ଧନ୍ତେରସ୍ରେ ଅଳ୍ପ କିଛି ଶୁଖିଲା ଧନିଆ କିଣି ଆଣନ୍ତୁ ଏବଂ ପୂଜାଘରେ ରଖନ୍ତୁ। ଦୀପାବଳି ଦିନ ଏହି ଧନିଆକୁ ପୁଜା କରନ୍ତୁ। ପୂଜା ହୋଇଥିବା ଧନିଆକୁ ବାଡ଼ିରେ କିମ୍ବା କୁଣ୍ଡରେ ବୁଣି ଦିଅନ୍ତୁ। ଏବଂ ଏଥିରେ ନିୟମିତ ପାଣି ଦିଅନ୍ତୁ।
ଏଥିରୁ ବାହାରିଥିବା ଚାରାରୁ ହିଁ ବର୍ଷସାରା ଆପଣଙ୍କ ଆର୍ଥିକ ଅବସ୍ଥା କିପରି ରହିବ ତାହା ଜାଣିପାରିବେ। ଏଥିରୁ ବାହାରିଥିବା ଚାରା ଯଦି ସତେଜ ଏବଂ ସୁସ୍ଥ-ସବୁଜ ହୋଇଥାଏ। ତେବେ ଜାଣିବେ ଆପଣଙ୍କ ସମସ୍ତ ଆର୍ଥିକ ସମସ୍ୟା ଦୂର ହେବା ସହ ଆପଣଙ୍କ ପରିବାରରେ ସୁଖସମୃଦ୍ଧିର ବାତାବରଣ ରହିବ।
ଯଦି ଏହି ଚାରାଗୁଡ଼ିକ ଅପେକ୍ଷାକୃତ କମ୍ ସୁସ୍ଥ ର ହେ ତେବେ ଜାଣନ୍ତୁ ଆପଣଙ୍କ ଆୟର ପରିମାଣ କମ୍ ହୋଇପାରେ।
ସେହିପରି ଯଦି ଧନିଆରୁ ଗଜା ନ ବାହାରେ କିମ୍ବା ରୁଗ୍ଣ ଗଜା ବାହାରେ ତେବେ ଜାଣିବେ ଆପଣଙ୍କୁ ସାମାନ୍ୟ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ।
Tags:




