ବଡ଼ଦନରେ ପିନ୍ଧୁନ୍ତୁ ଦେଶୀ ଷ୍ଟାଇଲ୍ର ଧୋତି ପ୍ୟାଣ୍ଟ୍
ବଡ଼ଦିନରେ ଷ୍ଟାଇଲିସ୍ ଦେଖାଯିବା ପାଇଁ ସମସ୍ତେ ଚାହାନ୍ତି । ସମସ୍ତେ ଚାହାନ୍ତି କିଛି ଭିନ୍ନ ପୋଷାକ ପରିଧାନ କରିବାକୁ । ହେଲେ ସବୁ କିଛି ପିନ୍ଧି ଯଦି ଟ୍ରାଏ କରି ବୋର୍ ହୋଇସାରିଛନ୍ତି , ତେବେ ଦେଶୀ ପୋଷାକକୁ ନେଇ ମଡର୍ଣ୍ଣ ଟୁଇଷ୍ଟ ଦିଅନ୍ତୁ । ଦେଶୀ ଧୋତି ପ୍ୟାଣ୍ଟରେ ଷ୍ଟାଇଲିସ୍ ଟପ୍ ବା ଡ୍ରେସ୍ ପିନ୍ଧନ୍ତୁ । ବଡ଼ଦିନରେ ଏକ ଷ୍ଟାଇଲିସ୍ ଇଣ୍ଡୋ-େୱଷ୍ଟର୍ନ ଲୁକ୍ କ୍ୟାରି କରିବାକୁ ଚାହୁଁଛନ୍ତି, ତାହେଲେ ଧୋତି ପ୍ୟାଣ୍ଟ୍ ଏକ ଭଲ […]
ବଡ଼ଦିନରେ ଷ୍ଟାଇଲିସ୍ ଦେଖାଯିବା ପାଇଁ ସମସ୍ତେ ଚାହାନ୍ତି । ସମସ୍ତେ ଚାହାନ୍ତି କିଛି ଭିନ୍ନ ପୋଷାକ ପରିଧାନ କରିବାକୁ । ହେଲେ ସବୁ କିଛି ପିନ୍ଧି ଯଦି ଟ୍ରାଏ କରି ବୋର୍ ହୋଇସାରିଛନ୍ତି , ତେବେ ଦେଶୀ ପୋଷାକକୁ ନେଇ ମଡର୍ଣ୍ଣ ଟୁଇଷ୍ଟ ଦିଅନ୍ତୁ । ଦେଶୀ ଧୋତି ପ୍ୟାଣ୍ଟରେ ଷ୍ଟାଇଲିସ୍ ଟପ୍ ବା ଡ୍ରେସ୍ ପିନ୍ଧନ୍ତୁ ।
ବଡ଼ଦିନରେ ଏକ ଷ୍ଟାଇଲିସ୍ ଇଣ୍ଡୋ-େୱଷ୍ଟର୍ନ ଲୁକ୍ କ୍ୟାରି କରିବାକୁ ଚାହୁଁଛନ୍ତି, ତାହେଲେ ଧୋତି ପ୍ୟାଣ୍ଟ୍ ଏକ ଭଲ ବିକଳ୍ପ ।
ଲୁକ୍ ଟ୍ରାଡିସନାଲ୍ ହେଉ କିମ୍ବା େୱଷ୍ଟର୍ନ, ଦେଶୀ ଧୋତି ପ୍ୟାଣ୍ଟ୍ ପ୍ରତ୍ୟେକଙ୍କ ପାଇଁ ହିଟ୍ ଆଉ ଫିଟ୍ ଫ୍ୟାଶନ । ତେବେ ଭିନ୍ନ ଭିନ୍ନ ପ୍ରକାରର ପ୍ୟାର୍ଟନ, ରଙ୍ଗ ଏବଂ ଷ୍ଟାଇଲିସ୍ ଧୋତି ପ୍ୟାଣ୍ଟ୍ ଆଜିକାଲି ମହିଳା ଓ ପୁରୁଷଙ୍କ କମ୍ପର୍ଟ ଫ୍ୟାଶନ ପାଲଟିଛି ।
କ୍ରପ୍ ଟପ୍ ସହ କୋ-ଅଡ୍ ଲୁକ୍

ଯଦି ଆପଣ ଖାସ୍ ଅବସରରେ ଧୋତି ପ୍ୟାଣ୍ଟ୍ ପିନ୍ଧିବାକୁ ଚାହୁଁଛନ୍ତି, ଏହାସହ କ୍ରପ୍ ଟପ୍ ପେୟାର ଅପ୍ କରିପାରିବେ । ଏଥିରେ ଦୁଇଟି ଭିନ୍ନ ଭିନ୍ନ ସଲିଡ୍ କଲର୍କୁ ଏକାଠି ପିନ୍ଧି ଷ୍ଟାଇଲିସ୍ ଲୁକ୍ ପାଇପାରିବେ । ନଚେତ୍ ଗୋଟିଏ କଲର୍ର ଏମ୍ବ୍ରୋଡୋରୀ କ୍ରପ୍ଟପ୍ ସହ ଧୋତି ପ୍ୟାଣ୍ଟ୍ ପିନ୍ଧି କୋ-ଅଡ୍ ଲୁକ୍କୁ କ୍ରିଏଟ୍ କରିପାରିବେ ।
ପେପଲମ୍ କୁର୍ତ୍ତୀରେ ଲାଗିବେ ବେଷ୍ଟ୍

ଯଦି ଆପଣ ଧୋତି ପ୍ୟାଣ୍ଟ୍ରେ ସେଫ୍ ପ୍ଲେ କରିବାକୁ ଚାହୁଁଛନ୍ତି, ତାହେଲେ ଏହା ଉପରେ ପେପଲମ୍ କୁର୍ତ୍ତୀ ପିନ୍ଧନ୍ତୁ । ଷ୍ଟାଇଲ ଦେଖାଯିବାର ଏହା ଭଲ ଉପାୟ । ପ୍ରିଣ୍ଟେଡ୍ ହେଉକି ଏମ୍ବ୍ରୋଡୋରୀ କୁର୍ତ୍ତୀ ଏଥିରେ ଟ୍ରାଏ କରିପାରିବେ । ଆପଣ ଏହାସହ ଡିଜାଇନର ଇୟରରିଙ୍ଗ୍ସ ପିନ୍ଧିପାରିବେ ।
ପାର୍ଟି ପାଇଁ କେପ୍ ଟପ୍

ସିମ୍ପଲ୍ ଲୁକ୍ରେ ବି ଡିଫରେଣ୍ଟ୍ ଷ୍ଟାଇଲ୍ ପାଇଁ ଡିଜାଇନର କେପ୍ ଟପ୍ ପିନ୍ଧିପାରିବେ । ଧଳା କିମ୍ବା କଳା ରଙ୍ଗର ଧୋତି ପ୍ୟାଣ୍ଟ ପିନ୍ଧୁଥିଲେ, ଏହାସହ ଯେକୌଣସି ରଙ୍ଗର କେପ୍ ଟପ୍ ଭଲ ମାନିଥାଏ । ଏଥିସହ ପେଷ୍ଟଲ୍ ସେଡ୍ସରେ ମୋନୋକ୍ରୋମୋଟିକ୍ ଲୁକ୍ ପରଫେକଫ ହୋଇଥାଏ । ଏହି ଲୁକ୍ରେ ହାଇ ହିଲ ଆପଣଙ୍କୁ ଆହୁରି ବି ଆକର୍ଷଣୀୟ କରିବ ।
ଧୋତି ପ୍ୟାଣ୍ଟରେ ଶାଢୀ ଟଚ୍

ଯଦି ଆପଣ ପ୍ରତିଦିନ ଶାଢୀ ପିନ୍ଧି ବୋର୍ ହୋଇଯାଉଛନ୍ତି, ତାହେଲେ ଧୋତି ପ୍ୟାଣ୍ଟ୍କୁ ମଧ୍ୟ ଶାଢୀ ପରି ପିନ୍ଧିପାରିବେ । ଏଥିପାଇଁ କ୍ରପ୍ଟପ୍ ସହ ଧୋତି ପ୍ୟାଣ୍ଟ୍ ପିନ୍ଧନ୍ତୁ ଏବଂ ପୁଣି ଓଢଣୀକୁ ଅଣ୍ଟାରୁ କାନ୍ଧ ପର୍ଯ୍ୟନ୍ତ ଡ୍ରାପ୍ କରନ୍ତୁ । ଯେପରି ଶାଢୀର କାନି ପରି ଦେଖାଯିବ । ଏପରି ଭାବେ ନୁ୍ୟ ଲୁକ୍ ଦେଇ ଫୁ୍ୟଜନ୍ କ୍ରିଏଟ୍ କରିପାରିବେ ।
କାଜୁଆଲରେ ଟ୍ୟାଙ୍କ୍ ଟପ୍

କେବଳ କାଜୁଆଲ ଲୁକ୍ ପାଇଁ ଧୋତି ପ୍ୟାଣ୍ଟ୍ ପିନ୍ଧିବାକୁ ଚାହୁଁଥିଲେ, ଏହାସହ ଟ୍ୟାଙ୍କ୍ ଟପ୍ ପେୟାର ଅପ୍ କରିପାରିବେ । ଏଥିରେ ଷ୍ଟାଇଲିସ୍ ଟଚ୍ ପାଇବା ପାଇଁ ଅକ୍ସିଡାଇଜଡ୍ ନେକପିସ୍ ପିନ୍ଧନ୍ତୁ ।
ଅନାରକଲୀ ଷ୍ଟାଇଲ୍ ଡ୍ରେସ୍

ଧୋତି ପ୍ୟାଣ୍ଟ୍ ଅନାରକଲୀ ଷ୍ଟାଇଲ କୁର୍ତ୍ତୀ ସହ ଭଲ ଲାଗିଥାଏ । ଏଥିରେ ଆପଣ ଫ୍ଲୋର୍ ଲେନ୍ଥର ଅନାରକଲୀ ଚୟନ କରନ୍ତୁ ନାହିଁ, କାରଣ ଏଥିରେ ଧୋତି ପ୍ୟାଣ୍ଟ୍ର ଷ୍ଟାଇଲ ଲୁଚିଯିବ । ତେଣୁ ଶର୍ଟ ଅନାରକଲୀ ସହ ପିନ୍ଧନ୍ତୁ । ଏହା ଏକ ପରଫେକଫ ପାର୍ଟିୱିୟର ଆଉଟଫିଟ୍ ହୋଇପାରେ ।
ପୁରୁଷଙ୍କ ପାଇଁ ଧୋତି ପ୍ୟାଣ୍ଟ୍

କେବଳ ମହିଳାଙ୍କ ପାଇଁ ନୁହେଁ ପୁରୁଷଙ୍କ ପାଇଁ ଏହା ଟ୍ରେଣ୍ଡି ଫ୍ୟାଶନ ପାଲଟିଛି । େୱଡିଂ ସିଜନରେ ପୁରୁଷମାନଙ୍କର ଏହା ପ୍ରଥମ ପସନ୍ଦ । ଖଦିର ଲଙ୍ଗ୍ କୁର୍ତ୍ତା ସହ ଖଦିର ଧୋତି ପ୍ୟାଣ୍ଟ୍ ପିନ୍ଧିପାରିବେ । ଆସିମିଟ୍ରିକଲ୍ କୁର୍ତ୍ତା ସହ ମଧ୍ୟ ଧୋତି ପ୍ୟାଣ୍ଟ୍ ଟ୍ରାଏ କରିପାରିବେ । ସିମ୍ପଲ୍ କୁର୍ତ୍ତା ସହ ଏହାର କମ୍ବିନେସନ ସ୍ମାର୍ଟ ଲୁକ୍ ପ୍ରଦାନ କରିଥାଏ । ଆସେସୋରିଜ୍ ମଧ୍ୟରେ ବ୍ରେସଲେଟ୍ ଏବଂ କୋଲହାପୁରୀ ଚପଲ ପିନ୍ଧିପାରିବେ ।




