ସୃଜନଶୀଳତା ବଜାୟ ରଖିବାର ଉପାୟ

ଅନୁସନ୍ଧାନରୁ ଜଣାପଡିଛି ଯେ ଏକ ସଂସ୍ଥାର ସଫଳତା ପାଇଁ ସୃଜନଶୀଳତା ଏବଂ ନବୀନତା କେବଳ ଜରୁରୀ ନୁହେଁ, ବରଂ ସଂସ୍ଥାର ମୁଖ୍ୟ ଏବଂ ତାଙ୍କ ଟିମ୍‌ର ଅଭିବୃଦ୍ଧି ପାଇଁ ଏହି ଦୁଇଟି ପ୍ରମୁଖ କାରକ ଭାବରେ ବିବେଚନା କରାଯାଏ । ଜଣେ ପରିଚାଳକ ଭାବରେ ଆପଣଙ୍କର ଦାୟିତ୍ୱ ଯେ ସର୍ବଦା ଟିମକୁ ସାଧାରଣଠାରୁ କିଛି ଅଲଗା ଭାବିବା ଏବଂ କିଛି ନୂତନ ଚେଷ୍ଟା କରିବାକୁ ଉତ୍ସାହିତ କରିବା । ତେଣୁ ମ୍ୟାନେଜରମାନେ କିଛି ରଣନୀତି ଆପଣାଇ ଟିମ୍‌ର […]

Samaya Live Picture
Published On

ଅନୁସନ୍ଧାନରୁ ଜଣାପଡିଛି ଯେ ଏକ ସଂସ୍ଥାର ସଫଳତା ପାଇଁ ସୃଜନଶୀଳତା ଏବଂ ନବୀନତା କେବଳ ଜରୁରୀ ନୁହେଁ, ବରଂ ସଂସ୍ଥାର ମୁଖ୍ୟ ଏବଂ ତାଙ୍କ ଟିମ୍‌ର ଅଭିବୃଦ୍ଧି ପାଇଁ ଏହି ଦୁଇଟି ପ୍ରମୁଖ କାରକ ଭାବରେ ବିବେଚନା କରାଯାଏ । ଜଣେ ପରିଚାଳକ ଭାବରେ ଆପଣଙ୍କର ଦାୟିତ୍ୱ ଯେ ସର୍ବଦା ଟିମକୁ ସାଧାରଣଠାରୁ କିଛି ଅଲଗା ଭାବିବା ଏବଂ କିଛି ନୂତନ ଚେଷ୍ଟା କରିବାକୁ ଉତ୍ସାହିତ କରିବା । ତେଣୁ ମ୍ୟାନେଜରମାନେ କିଛି ରଣନୀତି ଆପଣାଇ ଟିମ୍‌ର ଚିନ୍ତାଧାରାକୁ ପରିବର୍ତ୍ତନ କରିପାରିବେ ।

ସୃଜନଶୀଳତା ବଜାୟ ରଖିବାର ଉପାୟ

-ଯଦି ଆପଣଙ୍କୁ ଅନୁଭବ ହେଉଛି ଯେ ଆପଣଙ୍କ ଟିମ୍‌ ସୃଜନଶୀଳ ଭାବରେ ଦୁର୍ବଳ । ତେବେ ଏହାର କାରଣ ଜାଣିବାକୁ ଚେଷ୍ଟା କରନ୍ତୁ । ଦୈନନନ୍ଦିନ ପ୍ରକ୍ରିୟା ସେମାନଙ୍କ ଚିନ୍ତାଧାରାକୁ ସୀମିତ କରିଥାଏ । ତେଣୁ ବେଳେବେଳେ ଅନ୍ୟ ଦିନଠାରୁ କିଛି ଅଲଗା କରିବାକୁ ପ୍ରୟାସ କରନ୍ତୁ । ଏହାଦ୍ୱାରା କ୍ରିଏଟିଭନେସ୍‌ ବଢ଼ିବା ସହ ମସ୍ତିଷ୍କ ସତେଜ ହେବାକୁ ଲାଗେ ।

– ଦଳକୁ କର୍ମକ୍ଷେତ୍ରରେ ମାନସିକ ସ୍ତରରେ ସୁରକ୍ଷିତ ପରିବେଶ ଯୋଗାଇବାକୁ ଚେଷ୍ଟା କର;ୁ । ଆପଣ ଏକତ୍ର ବସିବାବେଳେ ସୁସ୍ଥ ବିତର୍କ, ଗଠନମୂଳକ ବାର୍ତ୍ତାଳାପକୁ ଉତ୍ସାହିତ କର;ୁ । ନିଜେ ସବୁ କିଛି କରିବା ପରିବର୍ତ୍ତେ ଅନ୍ୟଙ୍କୁ ଦାୟିତ୍ୱ ଦେବା ବିଷୟରେ ଚିନ୍ତା କରନ୍ତୁ ।

ସୃଜନଶୀଳତା ବଜାୟ ରଖିବାର ଉପାୟ

-ଯଦି ଦଳର ଜଣେ ସଦସ୍ୟକୁ ଅନୁଭବ ହୋଇଥାଏ ଯେ ସେ ଅନ୍ୟ ପରି ସୃଜନଶୀଳ ନୁହେଁ, ତେବେ ଏପରି ଧାରଣାକୁ ‘ଷ୍ଟିକି ଫ୍ଲୋର୍‌’ କୁହାଯାଏ । ଏହି ଧାରଣା ସଫଳତାର ପଥରେ ବାଧା ସୃଷ୍ଟି କରେ । ତେଣୁ ଟିମ୍‌ ଲିର୍ଡର୍‌ ଇମୋଶମନାଲ୍‌ ଇଣ୍ଟେଲିଜେନ୍ସର ବ୍ୟବହାର କରି ସନ୍ଧାନ କରନ୍ତୁ ଯେ କେଉଁ ସଦସ୍ୟ କାରଣରୁ ଟିମ୍‌ କାମ ଆଗକୁ ବଢ଼ିପାରୁନାହିଁ ।

ସୃଜନଶୀଳତା ବଜାୟ ରଖିବାର ଉପାୟ

– ଆନ୍ତରିକତାର ସହ କାର୍ଯ୍ୟ କରି ନିଜ ଉଦ୍ୟମ ଦ୍ୱାରା ସଫଳ ହୋଇଛନ୍ତି ଏବଂ ବିଫଳତାକୁ ଗ୍ରହଣ କରନ୍ତି ଆଗକୁ ବଢିଥିବା ବ୍ୟକ୍ତିଙ୍କର ଉଦାହରଣ ଦେଇ ସମସ୍ତ ଟିମ୍‌ ସଦସ୍ୟଙ୍କୁ ଉତ୍ସାହିତ କରିବା ଉଚିତ ।