କ୍ରିମି ମସରୁମ୍‌ ଚିକେନ୍‌

କ୍ରିମି ମସରୁମ୍‌ ଚିକେନ୍‌
Ipsita Picture
By: Ipsita


ସାମଗ୍ରୀ- ୨୫୦ ଗ୍ରାମ ଚିକେନ୍‌, ଏକ ଚାମଚ ମିକ୍ସ ହର୍ବ, ଏକ ଚାମଚ ଲେମନ ପେପର, ଏକ ଚାମଚ ଅଲିଭ୍‌ ଅଏଲ୍‌, ଅଧା ଚାମଚ ରସୁଣ ପେଷ୍ଟ, ଗୋଟିଏ କଟା ପିଆଜ, କଟା ହୋଇଥିବା ବଟ୍‌ନ ଛତୁ, ଅଧା କପ କ୍ରିମ୍‌, ଅଧା କପ ଖୀର, ଏକ ଚାମଚ ସୋରିଷ ସସ୍‌, ଗୋଟିଏ ଚାମଚ ପାମେସାନ୍‌ ଚିଜ୍‌ (ଗ୍ରେଟେଡ୍‌), ଏକ ଚାମଚ ପାର୍ସଲେ (କଟା) ।
ପ୍ରଣାଳୀ- ପ୍ରଥମେ ଚିକେନ୍‌କୁ ମିକ୍ସ ହର୍ବ, ଲେମନ୍‌ ପେପର, ଅଲିଭ ତେଲ, ରସୁଣ ପେଷ୍ଟ ପକାଇ ଗୋଳାଇ ଅଲଗା ରଖନ୍ତୁ । ଏହାପରେ ପ୍ୟାନ୍‌ରେ ଅଲିଭ ତେଲ ପକାଇ ଏଥରେ କିଛି ରସୁଣ ପେଷ୍ଟ ପକାନ୍ତୁ । ତାପରେ ଏଥିରେ ପିଆଜ ପକାଇ ଭାଜନ୍ତୁ । ପିଆଜ ଭାଜିହେବା ପରେ ଏଥିରେ କଟା ହୋଇଥିବା ଛତୁ ପକାନ୍ତୁ ଏବଂ କିଛି ସମୟ ପାଇଁ ହାଇ ଫ୍ଲେମ୍‌ରେ ଭାଜନ୍ତୁ । କିଛି ସମୟ ଭାଜିବା ପରେ ଏଥିରେ ସୋରିଷ ପେଷ୍ଟ ପକାଇ କସନ୍ତୁ । ଏହାପରେ ଏଥିରେ ଲୁଣ ଏବଂ କ୍ରିମ ଓ ଖୀର ମିଶ୍ରଣକୁ ପକାନ୍ତୁ । ଏହାକୁ ୨ରୁ ୩ମିନିଟ୍‌ କସନ୍ତୁ । ଏହାପରେ ଚିଜ୍‌ ଓ ପାର୍ସଲେ ପକାଇ ଗୋଳାନ୍ତୁ । ଛତୁ ନରମ ହୋଇଯିବା ପରେ ପ୍ରସ୍ତୁତ ହୋଇଗଲା ମସରୁମ ସସ୍‌ । ଗ୍ରିଲ୍‌ ଚିକେନ୍‌ ପ୍ରସ୍ତୁତ କରିବା ପାଇଁ ଏ ଗ୍ରିଲ୍‌ ପ୍ୟାନ ପ୍ରସ୍ତୁତ କରନ୍ତୁ ଏବଂ ଏଥିରେ ଆଗରୁ ମ୍ୟାରିନେଟ୍‌ ହୋଇ ରହିଥିବା ଚିକେନ୍‌ ରଖନ୍ତୁ । ଏହାକୁ ୩ରୁ ୪ ମିନିଟ୍‌ ଧରି ସଠିକ୍‌ ଢଙ୍ଗରେ ଗ୍ରିଲ୍‌ କରନ୍ତୁ । ଏହାପରେ ସର୍ଭିଙ୍ଗ ପ୍ଲେଟ୍‌ରେ ମସରୁମ୍‌ ସସ୍‌ ଢାଳନ୍ତୁ ଏଥିରେ ଗ୍ରିଲï ଚିକେନ୍‌ ପକାଇ ପରଷନ୍ତୁ କ୍ରିମି ମସରୁମ୍‌ ଚିକେନ୍‌ ।

Related Posts