ବିବାହର ରଙ୍ଗ
ଆରମ୍ଭ ହୋଇଛି ବିବାହ ଋତୁ । ଯୁବତୀମାନେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ସମୟରେ ସବୁଠାରୁ ଦ୍ବନ୍ଦ୍ବ ଉପୁଜିଥାଏ ଲେହେଙ୍ଗା କିମ୍ବା ଶାଢୀର ରଙ୍ଗ ଚୟନ କରିବା ସମୟରେ । ଆସନ୍ତୁ ସେହିଭଳି କିଛି ରଙ୍ଗ ସମ୍ପର୍କରେ ଜାଣିବା ଯାହା ଆଜି କାଲି ଟ୍ରେଣ୍ଡରେ ରହୁଛି ।
ନୀଳ ଓ ସୁନେଲି
ବିବାହ ହେଉ କି ରିସେପସନ୍ ଏଥିପାଇଁ ନୀଳ ଓ ସୁନେଲି ରଙ୍ଗ ଭଲ ବିକଳ୍ପ । ଏହି ଦୁଇଟି ରଙ୍ଗ ଆଉଟ ଡୋର ଇଭେଣ୍ଟ ପାଇଁ ଉପଯୁକ୍ତ ହୋଇଥାଏ । ଏହି କଲର କମ୍ବିନେସନ ଆପଣଙ୍କୁ ଏକ ଷ୍ଟାଇଲଷ୍ଟି ଲୁକ ପ୍ରଦାନ କରିବ । ସେହିଭଳି ଆପଣ ଚାହିଁଲେ ଏହାକୁ ଇଣ୍ଡୋ ୱେଷ୍ଟର୍ଣ୍ଣ ଲୁକର ଟଚ୍ ବି ଦେଇ ପାରିବେ । କିଛି ସେଲିବ୍ରିଟିମାନେ ଏହି ଥିମକୁ ନିଜ ବାହାଘରରେ ପିନ୍ଧିଥିବାର ଦେଖିବାକୁ ମିଳିଥାଏ ।

ବ୍ଲସ ପିଙ୍କ ଓ ପାଉଡର
ଯଦି ଆପଣଙ୍କର ହାଲୁକା ରଙ୍ଗ ପସନ୍ଦ ତେବେ ବ୍ଲସ ପିଙ୍କ ଓ ପାଉଡର ରଙ୍ଗ ଏକ ଭଲ ଚଏସ । ଏହା ଦିନରେ ହେଉଥିବା ବିବାହ ପାଇଁ ଫରଫେକ୍ଟ ହୋଇଥାଏ । ଏହି ରଙ୍ଗ ଚୟନ କରିବା ସମୟରେ ନିଜ ଡେକୋରେସନରେ ଗ୍ରୀନ ରଙ୍ଗ ରଖନ୍ତୁ ଏହା ଖୁବ ସୁନ୍ଦର ପେୟାର ହେବ । ଏଥିସହିତ ଗ୍ରୀନ ରଙ୍ଗର ଜୁଏଲାରୀ ପିନ୍ଧନ୍ତୁ ଖୁବ ମାନିବ ।
ଲାଲ
ଲାଲ ରଙ୍ଗ ସବୁବେଳେ ଫ୍ୟାଶନରେ ରହିଥାଏ । ଅନେକ ଦିନରୁ ବିବାହରେ ଲାଲ ରଙ୍ଗ ଫ୍ୟାଶନରେ ରହିଛି, କାରଣ ଏହା ଆମ ପରମ୍ପରାକୁ ରିପ୍ରେଜେଣ୍ଟ କରିଥାଏ । ଲାଲ ରଙ୍ଗ ଶୁଭ ହୋଇଥାଏ ତେଣୁ ଏହାକୁ ବିବାହରେ ପ୍ରଥମେ ପସନ୍ଦ କରାଯାଇଥାଏ । ଲାଲ ରଙ୍ଗର ଶାଢି କିମ୍ବା ଲେହେଙ୍ଗା ସହିତ କଣ୍ଟ୍ରାକ୍ସଷ୍ଟ ରଙ୍ଗର ଜୁଏଲାରୀ ପିନ୍ଧନ୍ତୁ ଖୁବ ମାନିବ । ଏକ ଭିନ୍ନ ଲୁକ କ୍ରିଏଟ ହେବ ।

ପିଙ୍କ ଓ ଗୋଲ୍ଡ
ଗୋଲ୍ଡ ସେଡ୍ ସବୁ ରଙ୍ଗ ସହିତ ମ୍ୟାଚ କରିଥାଏ । ପିଙ୍କ କଲର ଖୁସିର ରଙ୍ଗ ହୋଇଥିବାବେଳେ ଗୋଲ୍ଡ ସାଇନ୍କୁ ରିପ୍ରେଜେଣ୍ଟ କରିଥାଏ । ଏହି ଦୁଇ ରଙ୍ଗ ମିଶି ଖୁବ ସୁନ୍ଦର କମ୍ବିନେସନ ତିଆରି କରନ୍ତି । ଏହି କମ୍ବିନେସନର ଡ୍ରେସ ପିନ୍ଧୁଥିବାବେଳେ ନିଜ ବିବାହର ଡେକୋରରେ ଅଧିକ ପରିମାଣର ଫୁଲ ବ୍ୟବହାର କରନ୍ତୁ । ଫୁଲ ଏହି ରଙ୍ଗ ପାଇଁ ସବୁଠାରୁ ଭଲ ଅପସନ ହୋଇଥାଏ, ଯାହା ଏହାକୁ କମ୍ପ୍ଲିଟ କରିଥାଏ ।


