ଦୁର୍ଘଟଣା କମାଇବ କୋଲିଜନ୍ ୱାର୍ଣ୍ଣିଂ ସିଷ୍ଟମ୍
ବର୍ତ୍ତମାନ ଟ୍ରାଫିକ୍ ସମସ୍ୟାରେ ବଢିବାରେ ଲାଗିଛି, ଯେଉଁକାରଣରୁ ଦୁର୍ଘଟଣାର ମାତ୍ରା ମଧ୍ୟ ବଢୁଛି । ଏହି ସମସ୍ୟା ବିଭିନ୍ନ ଦେଶରେ ଦେଖିବାକୁ ମିଳୁଛି, ଯାହା ସେଠିକାର ଲୋକଙ୍କର ଚିନ୍ତା ବଢାଉଛି । ତେବେ ଏହାକୁ ରୋକିବାକୁ ଜର୍ମାନୀର କିଛି ଗବେଷକ କୋଲିଜନ୍ ୱାର୍ଣ୍ଣିଂ ସିଷ୍ଟମ୍ ବିକଶିତ କରିଛନ୍ତି । ଏହି ସିଷ୍ଟମ ସହାୟତାରେ ରାସ୍ତାରେ ଗାଡି ଚଳାଇବା ଆହୁରି ସୁରକ୍ଷିତ ହୋଇପାରିବ ବୋଲି ସେମାନେ ମତ ଦେଇଛନ୍ତି । ସେମାନେ ଏହି ସିଷ୍ଟମ୍କୁ ତିଆରି କରିବାକୁ ଫାଇଭ୍ […]
ବର୍ତ୍ତମାନ ଟ୍ରାଫିକ୍ ସମସ୍ୟାରେ ବଢିବାରେ ଲାଗିଛି, ଯେଉଁକାରଣରୁ ଦୁର୍ଘଟଣାର ମାତ୍ରା ମଧ୍ୟ ବଢୁଛି । ଏହି ସମସ୍ୟା ବିଭିନ୍ନ ଦେଶରେ ଦେଖିବାକୁ ମିଳୁଛି, ଯାହା ସେଠିକାର ଲୋକଙ୍କର ଚିନ୍ତା ବଢାଉଛି । ତେବେ ଏହାକୁ ରୋକିବାକୁ ଜର୍ମାନୀର କିଛି ଗବେଷକ କୋଲିଜନ୍ ୱାର୍ଣ୍ଣିଂ ସିଷ୍ଟମ୍ ବିକଶିତ କରିଛନ୍ତି । ଏହି ସିଷ୍ଟମ ସହାୟତାରେ ରାସ୍ତାରେ ଗାଡି ଚଳାଇବା ଆହୁରି ସୁରକ୍ଷିତ ହୋଇପାରିବ ବୋଲି ସେମାନେ ମତ ଦେଇଛନ୍ତି । ସେମାନେ ଏହି ସିଷ୍ଟମ୍କୁ ତିଆରି କରିବାକୁ ଫାଇଭ୍ ଜି ନେଟୱାର୍କ, ଟ୍ରାଫିକ୍ ଫ୍ଲୋ ଆଲଗୋରିଦିମ୍ ଏବଂ ସେନ୍ସରର ବ୍ୟବହାର କରିଛନ୍ତି । ଏହି ସିଷ୍ଟମ ସହାୟତାରେ ଡ୍ରାଇଭରମାନେ ରାସ୍ତାରେ ଗାଡିଚଳାଇବା ସମୟରେ ସଠିକ୍ ଭାବେ ନିଷ୍ପତ୍ତି ନେଇପାରିବେ, ଯେଉଁକାରଣରୁ ଦୁର୍ଘଟଣା କମିବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ଏଥିରେ ଲାଗିଥିବା ସେନ୍ସର ସହାୟତାରେ ଡ୍ରାଇଭରକୁ ଆଗରୁ ଆସୁଥିବା ଗାଡି ସମ୍ପର୍କରେ ସୂଚନା ମିଳିଥାଏ । ସେହିଭଳି ରାସ୍ତାର ଟ୍ରାଫିକ ଏବଂକୋଲିଜନ୍ର ଆଶଙ୍କାକୁ ଏହା ମାପିଥାଏ । ଏହି ତଥ୍ୟ ଡ୍ରାଇଭରର ସ୍ମାର୍ଟଫୋନ୍କୁ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଏହି ପ୍ରକ୍ରିୟା ଉପରେ ଅଧିକ ଗବେଷଣା ଜାରି ରହିଛି ।




