ତ୍ୱଚା ପାଇଁ କଫି
ସୁନ୍ଦର ଦେଖାଯିବା ପାଇଁ କିଏ ବା ନଚାହେଁ । ନିଜ ତ୍ୱଚାକୁ ଉଜ୍ଜ୍ୱଳ ଓ ବେଦାଗ କରିବା ପାଇଁ କିଏ ଦାମୀ କସ୍ମେଟିକ୍ସ ପ୍ରଡକଫ ବ୍ୟବହାର କରୁଛି ତ’ ଆଉ କେହି ପାର୍ଲର୍ ଯାଇ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ବି ପଛାଉନାହାନ୍ତି । ମାତ୍ର ତ୍ୱଚାକୁ ସୁନ୍ଦର ତଥା ଉଜ୍ଜ୍ୱଳ କରିବା ଲାଗି ଆପଣ ଘରୋଇ ଉପଚାରର ବ୍ୟବହାର କରିପାରିବେ । ଏଥିପାଇଁ କଫି ସବୁଠୁ ଫଳପ୍ରଦ ସାବ୍ୟସ୍ତ ହେବ । ଏହାକୁ ବ୍ୟବହାର […]
ସୁନ୍ଦର ଦେଖାଯିବା ପାଇଁ କିଏ ବା ନଚାହେଁ । ନିଜ ତ୍ୱଚାକୁ ଉଜ୍ଜ୍ୱଳ ଓ ବେଦାଗ କରିବା ପାଇଁ କିଏ ଦାମୀ କସ୍ମେଟିକ୍ସ ପ୍ରଡକଫ ବ୍ୟବହାର କରୁଛି ତ’ ଆଉ କେହି ପାର୍ଲର୍ ଯାଇ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ବି ପଛାଉନାହାନ୍ତି । ମାତ୍ର ତ୍ୱଚାକୁ ସୁନ୍ଦର ତଥା ଉଜ୍ଜ୍ୱଳ କରିବା ଲାଗି ଆପଣ ଘରୋଇ ଉପଚାରର ବ୍ୟବହାର କରିପାରିବେ । ଏଥିପାଇଁ କଫି ସବୁଠୁ ଫଳପ୍ରଦ ସାବ୍ୟସ୍ତ ହେବ । ଏହାକୁ ବ୍ୟବହାର କରି ଆପଣ ଖୁବ୍ ସୁନ୍ଦର ଦେଖାଯାଇପାରିବେ ।
– କଫିରେ ଆଣ୍ଟି-ଅକ୍ସିଡାଣ୍ଟ୍ ଏବଂ ଆଣ୍ଟି ଏଜିଂ ଗୁଣ ରହିଛି । ଏହାସହ ରକ୍ତ ସଞ୍ଚାଳନ କ୍ଷେତ୍ରରେ ମଧ୍ୟ କଫି ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ । ସ୍କିନ୍ କେୟାର୍ ପାଇଁ କଫିରେ ଆଲୋବେରା ଜେଲ୍ ମିଶାଇ ତ୍ୱଚାରେ ଲଗାଇବା ଦ୍ୱାରା ତ୍ୱଚା ଉଜ୍ଜ୍ୱଳ ହୋଇଥାଏ । ଦୁଇ ଚାମଚ କଫି ପାଉଡରରେ ଦୁଇ ଚାମଚ ଆଲୋବେରା ଜେଲ୍ ମିଶାଇ ପ୍ରସ୍ତୁତ କରିଥିବା ପ୍ୟାକ୍କୁ ମୁହଁରେ ଲଗାଇ ୨୦ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ । ପ୍ୟାକ୍ଟି ଶୁଖିବା ପରେ ସାଧା ପାଣିରେ ମୁହଁକୁ ଧୋଇଦିଅନ୍ତୁ । ସପ୍ତାହକୁ ଦୁଇଥର ଏପରି କରିବା ଦ୍ୱାରା ବ୍ରଣରୁ ହେଉଥିବା ଦାଗରୁ ମୁକ୍ତି ମିଳିବ ।
– ସେହିପରି କଫିରେ ଥିବା ଆଣ୍ଟି-ବ୍ୟାକେଫରିଆଲ୍ ଗୁଣ ଦ୍ୱାରା ତ୍ୱଚାକୁ ବ୍ୟାକେଫରିଆ ଠାରୁ ଦୂରେଇ ରଖିବାରେ ମଧ୍ୟ ସାହାଯ୍ୟ ମିଳିଥାଏ । ତେଣୁ କଫି ପାଉଡର୍ରେ ମହୁକୁ ମିଶାଇ ଏକ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣକୁ ତ୍ୱଚାରେ ଲଗାନ୍ତୁ, ଯାହାଫଳରେ ତ୍ୱଚା ବେଶ୍ ଉଜ୍ଜ୍ୱଳ ଓ ନରମ ହେବ । ଏହାସହ ଦାଗ କମ୍ କରିବା ସହିତ ବୟସ ବଢିବାର ଲକ୍ଷଣକୁ ମଧ୍ୟ କମ୍ କରିବାରେ ସହାୟକ ହେବ ।




