ନଡିଆ ଚିକେନ

ନଡିଆ ଚିକେନ
Ipsita Picture
By: Ipsita
Published On

 

ସାମଗ୍ରୀ _ ଚିକେନ, କଟା ପିଆଜ, ରସୁଣ, ଅଦା, ଶୁଖିଲା ଲଙ୍କା, ଟମାଟୋ, ଭୃସଙ୍ଗ ପତ୍ର, ଖଣ୍ଡ ନଡିଆ, ଗୋଟା ଧନିଆ, ଗୋଟା ଜିରା, ପାନମଧୁରୀ, ଗୁଜୁରାତି, ଅଳେଇଚ, ଲବଙ୍ଗ,ଗୋଲମରିଚ, ଗୋଟା ଗରମ ମସଲା, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ,ମିଟ ମସଲା, କାଶ୍ମିରୀ ଚିଲି, କସୁରୀ ମେଥି, ତେନ୍ତୁଳି ରସ, ଚିନି, ଗରମ ମସଲା ଗୁଣ୍ଡ, ଧନିଆ ପତ୍ର ।

ପ୍ରଣାଳୀ _ ଚିକେନକୁ ଧୋଇ ଲୁଣ ଓ ହଳଦି ପକାଇ ଗୋଳାଇ ରଖନ୍ତୁ । ପିଆଜକୁ କାଟି ରଖନ୍ତୁ । ଏହାପରେ ଟମାଟୋ, ରସୁଣ, ଅଦା, ଶୁଖିଲା ଲଙ୍କାକୁ ବାଟି ନିଅନ୍ତୁ । ଏହାପରେ ଭୃସଙ୍ଗ ପତ୍ର, ଖଣ୍ଡ ନଡିଆ, ଗୋଟା ଧନିଆ, ଗୋଟା ଜିରା, ପାନମଧୁରୀ, ଗୁଜୁରାତି, ଅଳେଇଚ, ଲବଙ୍ଗ,ଗୋଲମରିଚକୁ ଅଳ୍ପ ଭାଜି ନିଅନ୍ତୁ । ଏହି ଭଜା ମସଲାକୁ ଗୁଣ୍ଡ କରି ରଖନ୍ତୁ । ଏହାପରେ ପ୍ୟାନରେ ତେଲ ଦେଇ ଏଥିରେ ଗୋଟା ଗରମ ମସଲା ଓ ଭୃସଙ୍ଗ ପତ୍ର ପକାନ୍ତୁ । ଏହାପରେ ପିଆଜକୁ ଭାଜି ସେଥିରେ ବଟା ଅଦା ରସୁଣ ମସଲା ଦେଇ କସନ୍ତୁ । ଏହାପରେ ଏଥିରେ ଚିକେନକୁ ପକାନ୍ତୁ । ଏହାପରେ ଏଥିରେ ଗ୍ରାଇଣ୍ଡିଂ କରାଯାଇଥିବା ଗୁଣ୍ଡ ମସଲା ଓ ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ,ମିଟ ମସଲା, କାଶ୍ମିରୀ ଚିଲି ଦେଇ କସନ୍ତୁ । ମସଲା ଭଲଭାବେ କସି ହେବା ସହ ଚିକେନ ଅଧା ସିଝି ଆସିଲେ ଏଥିରେ ପାଣି ଦେଇ ଦିଅନ୍ତୁ । ପାଣି ଅଳ୍ପ ଫୁଟିବା ପରେ ଏଥିରେ ଚିନି ଓ ତେନ୍ତୁଳି ରସ ଅଳ୍ପ ଦିଅନ୍ତୁ । ଶେଷରେ ଏଥିରେ ଧନିଆ ପତ୍ର, କସୁରୀ ମେଥି ଓ ଗରମ ମସଲା ପକାଇ ପ୍ରସ୍ତୁତ କରନ୍ତୁ ନଡିଆ ଚିକେନ । ଏହାକୁ ଭାତ ସହ ପରଷନ୍ତୁ ।

Tags: