ବାସ୍ତୁ ଅନୁସାରେ ଦିଅନ୍ତୁ ଖ୍ରୀଷ୍ଟମାସ ଉପହାର
ପ୍ରଭୁ ଯୀଶୁଙ୍କ ଜନ୍ମକୁ ସ୍ମରଣ କରିବା ପାଇଁ ଖ୍ରୀଷ୍ଟମାସ ପର୍ବ ପାଳନ କରାଯାଏ । ଖ୍ରୀଷ୍ଟିଆନ୍ଙ୍କ ପାଇଁ ଏହା ଏକ ଖୁସିର ପର୍ବ । କି;ୁ ଆଜିକାଲି କେବଳ ଖ୍ରୀଷ୍ଟିଆନ୍ ନୁହଁନ୍ତି ବରଂ ସବୁ ଧର୍ମର ଲୋକମାନେ ଏହି ଖୁସିର ପର୍ବକୁ ବଡ଼ ଉତ୍ସାହରେ ପାଳନ କରୁଛନ୍ତି । ଲୋକମାନେ ଏହି ଅବସରରେ ନିଜ ପରିବାର ଏବଂ ସାଙ୍ଗମାନଙ୍କୁ ମଧ୍ୟ ଉପହାର ଦିଅନ୍ତି । କି;ୁ ଅନେକ ଦ୍ୱନ୍ଦରେ ରହନ୍ତି ଯେ, ଏହି ଦିନରେ ନିଜ ବନ୍ଧୁ […]
ପ୍ରଭୁ ଯୀଶୁଙ୍କ ଜନ୍ମକୁ ସ୍ମରଣ କରିବା ପାଇଁ ଖ୍ରୀଷ୍ଟମାସ ପର୍ବ ପାଳନ କରାଯାଏ । ଖ୍ରୀଷ୍ଟିଆନ୍ଙ୍କ ପାଇଁ ଏହା ଏକ ଖୁସିର ପର୍ବ । କି;ୁ ଆଜିକାଲି କେବଳ ଖ୍ରୀଷ୍ଟିଆନ୍ ନୁହଁନ୍ତି ବରଂ ସବୁ ଧର୍ମର ଲୋକମାନେ ଏହି ଖୁସିର ପର୍ବକୁ ବଡ଼ ଉତ୍ସାହରେ ପାଳନ କରୁଛନ୍ତି । ଲୋକମାନେ ଏହି ଅବସରରେ ନିଜ ପରିବାର ଏବଂ ସାଙ୍ଗମାନଙ୍କୁ ମଧ୍ୟ ଉପହାର ଦିଅନ୍ତି । କି;ୁ ଅନେକ ଦ୍ୱନ୍ଦରେ ରହନ୍ତି ଯେ, ଏହି ଦିନରେ ନିଜ ବନ୍ଧୁ ଓ ପରିଜନଙ୍କୁ କେଉଁ ଉପହାର ଦେବେ । ଯେଉଁ ଉପହାରକୁ ପାଇ ସେମାନେ ଖୁସି ହେବା ସହିତ ସେମାନଙ୍କ ଜୀବନ ଶୁଭମୟ ହେବ ।
ଖ୍ରୀଷ୍ଟମାସ ଗଛର ଉପହର-

ଖ୍ରୀଷ୍ଟମାସ ଗଛ ଉପହାର ଦେବା ଏବଂ ଗ୍ରହଣ କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଏହି ଉପହାର ପରସ୍ପର ମଧ୍ୟରେ ପ୍ରେମ ଏବଂ ସମ୍ମାନ ବୃଦ୍ଧି କରେ । ଫଳରେ ସମ୍ପର୍କ ମଜଭୁତ ରୁହେ ।
ସତେଜ ଫୁଲର ଉପହାର-

ସତେତଜ ଫୁଲ କିମ୍ବା ଫୁଲ ଥିବା ଚିତ୍ରର ଉପହାର ଦେବା ଅତ୍ୟନ୍ତ ଶୁଭ । ବିଶେଷ କରି ବଡ଼ଦିନରେ ‘ପିଓନି ଫୁଲ’ ଉପହାର ଅତ୍ୟନ୍ତ ଶୁଭ ଅଟେ । ଏହି ଫୁଲର ଉପହାରରେ ଜୀବନରେ ଖୁସିର ସଞ୍ଚାର ହେବା ସହିତ ଭାଗ୍ୟ ବଦଳି ଯାଇଥାଏ ବୋଲି ଖ୍ରୀଷ୍ଟଧର୍ମୀ ଲୋକ ବିଶ୍ୱାସ କରିଥାନ୍ତି ।
ସାତ ଘୋଡ଼ାର ଛବି ଥିବା ଉପହାର-

ସାତଟି ଘୋଡ଼ା ଥିବା ଚିତ୍ର ଦେବା ଅତ୍ୟନ୍ତ ଶୁଭ । ସାତୋଟି ଘୋଡା ସୂର୍ଯ୍ୟଙ୍କ ରଥର ପ୍ରତୀକ ଭାବରେ ବିବେଚନା କରାଯାଏ । ଏହିପରି ଚିତ୍ର ଘରେ ରହିଲେ ସମୃଦ୍ଧି ମିଳିବା ସହିତ ପାରିବାରିକ ସମ୍ପର୍କ ଦୃଢ଼ ହୁଏ । ଅର୍ଥର ଅଭାବ ରୁହେ ନାହିଁ ।
ରୂପା ଓ ସୁନା ଉପହାର-

ରୂପା ଓ ସୁନା ଉପହାର ଦେବା ମଙ୍ଗଳମୟର ପ୍ରତୀକ ଅଟେ । ଏଥିରୁ ତିଆରି ସାମଗ୍ରୀ ବା ଗହଣା ଉପହାରରେ ଦେଲେ ସମୃଦ୍ଧି ମିଳିବା ସହିତ ସ୍ୱାସ୍ଥ୍ୟ ଭଲ ରୁହେ ।
ଲାଫିଙ୍ଗ ବୁଦ୍ଧ ଉପହାର-

ଲାଫିଙ୍ଗ ବୁଦ୍ଧକୁ ଉପହାରରେ ପାଇବାର ଅର୍ଥ ଭାଗ୍ୟ ଖୋଲିଯିବା । ଏହାକୁ ଉପହାରରେ ପାଇଲେ ସମୃଦ୍ଧି ମିଳେ । ମନର ସବୁ ଆଶା ପୂରଣ ହେବାକୁ ଲାଗେ । କାର୍ଯ୍ୟରେ ସଫଳତା ମିଳିବା ସହ ଜୀବନରେ ସୁଖ ଏବଂ ଶାନ୍ତି ବଜାୟ ରୁହେ ।




