ଚିକେନ ମଲାଇ କୋଫତା

ସାମଗ୍ରୀ – ବୋନ୍‌ଲେସ ଚିକେନ, ବ୍ରେଡ କ୍ରମ୍ବ, ତିନୋଟି ବଡ ପିଆଜ କଟା, ଅଦାରସୁଣ ପେଷ୍ଟ, କଞ୍ଚାଲଙ୍କା, ଗରମ ମସଲା, ଧନିଆ ଗୁଣ୍ଡ, ଗୋଲ ମରିଚ ଗୁଣ୍ଡ, ଧନିଆ ଗୁଣ୍ଡ, ଲୁଣ, ଟମାଟୋ କଟା, କାଜୁ, କ୍ରିମ, ଧନିଆ ପତ୍ର । ପ୍ରଣାଳୀ – ପ୍ରଥମେ ଗ୍ରାଇଣ୍ଡରରେ ବୋନ ନଥିବା ଚିକେନକୁ ଗ୍ରାଇଣ୍ଡ କରି ନିଅନ୍ତୁ । ଏହି ମିଶ୍ରଣରେ କଟା ପିଆଜ, ଅଦାରସୁଣ ପେଷ୍ଟ, କଞ୍ଚା ଲଙ୍କା, ଗରମ ମସଲା, ଚିକେନ ମସଲା, ଜିରା ଗୁଣ୍ଡ, […]

Samaya Live Picture
Published On

ସାମଗ୍ରୀ – ବୋନ୍‌ଲେସ ଚିକେନ, ବ୍ରେଡ କ୍ରମ୍ବ, ତିନୋଟି ବଡ ପିଆଜ କଟା, ଅଦାରସୁଣ ପେଷ୍ଟ, କଞ୍ଚାଲଙ୍କା, ଗରମ ମସଲା, ଧନିଆ ଗୁଣ୍ଡ, ଗୋଲ ମରିଚ ଗୁଣ୍ଡ, ଧନିଆ ଗୁଣ୍ଡ, ଲୁଣ, ଟମାଟୋ କଟା, କାଜୁ, କ୍ରିମ, ଧନିଆ ପତ୍ର ।
ପ୍ରଣାଳୀ – ପ୍ରଥମେ ଗ୍ରାଇଣ୍ଡରରେ ବୋନ ନଥିବା ଚିକେନକୁ ଗ୍ରାଇଣ୍ଡ କରି ନିଅନ୍ତୁ । ଏହି ମିଶ୍ରଣରେ କଟା ପିଆଜ, ଅଦାରସୁଣ ପେଷ୍ଟ, କଞ୍ଚା ଲଙ୍କା, ଗରମ ମସଲା, ଚିକେନ ମସଲା, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଗୋଲ ମରିଚ ଗୁଣ୍ଡ,ଲୁଣ ଓ ବ୍ରେଡ କ୍ରମ୍ବ ଗୋଳାନ୍ତୁ । ଏହାକୁ ଛୋଟଛୋଟ ବଲ ଆକାରରେ ଏହାକୁ ଗଢନ୍ତୁ ଏବଂ ତେଲରେ ଭାଜି ନିଅନ୍ତୁ । ବର୍ତ୍ତମାନ ଏକ ତେଲରେ କଟା ପିଆଜ, ଅଦାରସୁଣ ପେଷ୍ଟ, କାଜୁ, ଟମାଟୋ ଓ ଲୁଣ ପକାଇ ମିଶାନ୍ତୁ । ଏହା ଅଳ୍ପ ସମୟ ଭାଜି ହେବା ପରେ ସମସ୍ତ ଗୁଣ୍ଡ ମସଲା ପକାଇ ଗୋଳାନ୍ତୁ । ସମସ୍ତ ମସଲା ସିଝିବା ପରେ ଏଥିରେ ପୂର୍ବ ପ୍ରସ୍ତୁତ ଚିକେନ ବଲ ପକାନ୍ତୁ । ଏହାକୁ ଅଳ୍ପ ସମୟ ଭାଜିବା ପରେ ଏଥିରେ ଆବଶ୍ୟକ ଅନୁସାରେ ପାଣି ଦିଅନ୍ତୁ । ଶେଷରେ ଏଥିରେ କ୍ରିମ ମିଶାନ୍ତୁ । ଧନିଆ ପତ୍ର ପକାଇ ଆଞ୍ଚ ବନ୍ଦ କରି ନିଅନ୍ତୁ ।

Tags: