ଚିକେନ ଷ୍ଟ୍ୟୁ
ସାମଗ୍ରୀ _ ଚିକେନ (ବ୍ରେଷ୍ଟ ଓ ଲେଗ ପିସ), ଆଳୁ, ଗାଜର, ଅମୃତଭଣ୍ଡା, ବିନ୍ସ, ବଟର, ଗୋଟା ଗରମ ମସଲା, ଟମାଟୋ, ଗୋଲ ମରିଚ ଗୁଣ୍ଡ, ଚିନି, ଲୁଣ, ଚାଟ ମସଲା, ଲେମ୍ବୁ, ଧନିଆ ପତ୍ର ।
ପ୍ରଣାଳୀ _ ପ୍ରଥମେ ଚିକେନକୁ ଧୋଇ ସେଥିରେ ଅଳ୍ପ ଲୁଣ ପକାଇ ମାରିନେଟ କରି ନିଅନ୍ତୁ । ଏହାପରେ ଏକ ମୋଟା ପାତ୍ରରେ ବଟରକୁ ଗରମ କରନ୍ତୁ ଏଥିରେ ଗୋଟା ଗରମ ମସଲା ଓ ତେଜପତ୍ର ପକାନ୍ତୁ । ଏହାପରେ ଏଥିରେ ଚିକେନ ପକାଇ ଭଲ କରି ଗୋଳାନ୍ତୁ । ଏହାପରେ ଏଥିରେ ସମସ୍ତ ପରିବାକୁ , ଟମାଟୋ ଓ ଲେମ୍ବୁ କଟାକୁ ବଡବଡ ଖଣ୍ଡ କରି କାଟି ପକାନ୍ତୁ । ବର୍ତ୍ତମାନ ଏଥିରେ ଲୁଣ, ଗୋଲ ମରିଚ ଗୁଣ୍ଡ ଦେଇ ଭଲକରି କିଛି ସମୟ ପାଇଁ ଭାଜନ୍ତୁ । ଏହାପରେ ଟିକେ ଅଧିକ ପାଣି ଦେଇ ଅତି କମରେ ୩୦ ମିନିଟ ପର୍ଯ୍ୟନ୍ତ ଅଳ୍ପ ଆଞ୍ଚରେ ସିଝିବାକୁ ଛାଡି ଦିଅନ୍ତୁ । ଚିକେନ ଓ ପରିବା ସିଝିବା ପରେ ଏଥିରେ ସାମାନ୍ୟ ଲୁଣ ଓ ଚାଟ ମସଲା ପକାନ୍ତୁ । ଶେଷରେ ଧନିଆ ପତ୍ର ଦେଇ ପ୍ରସ୍ତୁତ କରନ୍ତୁ ଚିକେନ ଷ୍ଟ୍ୟୁ । ଏହାକୁ ବ୍ରେଡ ସହିତ ପରଷନ୍ତୁ ।
Tags:




