ଚିକେନ୍ ପଟାଟୋ କବାବ୍
By: Ipsita
ସାମଗ୍ରୀ - ସିଝା ଆଳୁ, ସିଝା ଚିକେନ୍, ଗରମ ମସଲା, ଲୁଣ, ଜିରାଗୁଣ୍ଡ, ଚିକେନ ମସଲା, ସୋୟା ସସ୍, ଗୋଲମରିଚ ଗୁଣ୍ଡ, ଅଦା ରସୁଣ ପେଷ୍ଟ, କଞ୍ଚାଲଙ୍କା, ଧନିଆ ପତ୍ର, ପୋଦିନ ପତ୍ର, ଅଣ୍ଡା, ବ୍ରେଡ୍ କ୍ରମ୍ବ ।
ପ୍ରଣାଳୀ - ପ୍ରଥମେ ଗୋଟିଏ ପାତ୍ରରେ ସିଝା ଆଳୁ ଓ ଚିକେନକୁ ଭଲଭାବେ ମିଶାଇ ନିଅନ୍ତୁ । ଏହାପରେ ଏଥିରେ ଗରମ ମସଲା, ଲୁଣ, ଜୀରା ପାଉଡର, ଚିକେନ ମସଲା, ଗୋଲ ମରିଚ ଗୁଣ୍ଡ, ଅଦାରସୁଣ ପେଷ୍ଟ, ସୋୟା ସସ୍କୁ ମିଶାନ୍ତୁ । ସବୁ ମସଲାକୁ ମିଶାଇବା ପରେ ୧୦ରୁ ୧୫ ମିନିଟ୍ ପାଇଁ ଫ୍ରିଜ୍ରେ ରଖିଦିଅନ୍ତୁ । ଏହାପରେ ଏହି ମିଶ୍ରଣରୁ ଛୋଟଛୋଟ ଟିMି ଆକାରର କରନ୍ତୁ । ପ୍ରସ୍ତୁତ ହୋଇଯିବ ଚିକେନ୍ ପଟାଟୋ କବାବ୍ ।
Read More କର୍ଓ୍ୱାର ଫିସ୍ କରି
Tags:


