ଚିକେନ ୨.୦

ଚିକେନ ୨.୦
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଦହି କାକୁଡି ସରବତ

ସାମଗ୍ରୀ - ଚିକେନ, ପିଆଜ, ରସୁଣ, ଅଦା, କାଜୁ, କଞ୍ଚାଲଙ୍କା, ଘିଅ, ଟମାଟୋ, ହଳଦି, ମିଟ ମସଲା, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଗରମ ମସଲା, ଗୋଟା ଗରମ ମସଲା, ଧନିଆ ପତ୍ର ।

ସମ୍ବନ୍ଧିତ ଖବର ଘରେ ରଖନ୍ତୁ ଶାନ୍ତ ମୂର୍ତ୍ତି

ପ୍ରଣାଳୀ  -  ପ୍ରଥମେ ଘିଅରେ ଗୋଟା ମସଲା ପକାନ୍ତୁ କିଛି ସମୟରେ ପରେ ମାରିନେଟ କରି ରଖିଥିବା ଚିକେନକୁ ପକାଇ ଭାଜନ୍ତୁ । ଅଳ୍ପ ସମୟ ଚିକେନ ଭାଜିହେବା ପରେ ଏଥିରେ ଅଦା ରସୁଣ ବଟାକୁ ପକାନ୍ତୁ । ଆଉ ଏକ କରେଇରେ ପିଆଜ କଟାକୁ ଗୋଲ୍ଡେନ କରି ଛାଣି ଅଲଗା ରଖନ୍ତୁ । ଚିକେନରେ ଅଦା ରସୁଣ ପକାଇ ଅଳ୍ପ ସମୟ କସିବା ପରେ ସମସ୍ତ ଗୁଣ୍ଡ ମସଲା ପକାଇ ଭାଜନ୍ତୁ । ଗ୍ରାଇଣ୍ଡରରେ ଛଣା ପିଆଜ ଓ କାଜୁ ପକାଇ ବାଟି ନିଅନ୍ତୁ । ସେହିଭଳି ଟମାଟୋ ଓ କଞ୍ଚା ଲଙ୍କାଙ୍କୁ ମଧ୍ୟ ବାଟନ୍ତୁ । ସମସ୍ତ ଗୁଣ୍ଡ ମସଲା କସିହେବା ପରେ ଏଥିରେ ପିଆଜ କାଜୁ ବଟା ଓ ଟମାଟୋ ବଟାକୁ ଦେଇ ଦିଅନ୍ତୁ । ଚିକେନ ସିଝିବା ପର୍ଯ୍ୟନ୍ତ ଅଳ୍ପଅଳ୍ପ ପାଣି ଦେଇ କସନ୍ତୁ । ଚିକେନ ସିଝିଝିବା ପରେ ଏଥିରେ ଅଳ୍ପ ପାଣି ଦିଅନ୍ତୁ ପାଣି ଫୁଟିଯିବା ପରେ ଏଥିରେ ଗରମ ମସଲା ଓ ଧନିଆ ପତ୍ର ଦେଇ ପ୍ରସ୍ତୁତ କରନ୍ତୁ ମଲାଇ ଚିକେନ ।

ସମ୍ବନ୍ଧିତ ଖବର ଚାରମଗଜ ଚିକେନ

Tags:

Related Posts

କଣ ରହିଛି ଟ୍ରେଣ୍ଡ

କଣ ରହିଛି ଟ୍ରେଣ୍ଡ

ପସନ୍ଦର ସ୍ନିକର

ପସନ୍ଦର ସ୍ନିକର

ମୁଢିଘାଣ୍ଟ

ମୁଢିଘାଣ୍ଟ