ଘରେ ପ୍ରସ୍ତୁତ କରନ୍ତୁ ଛେନାପୋଡ଼!
ସମୟ ଲାଇଭ,୧୨/୫: ଛେନାପୋଡ଼ ଖାଇବା କାହାକୁ ବା ପସନ୍ଦ ନୁହେଁ। ତେବେ ଲକ୍ ଡ଼ାଉନ କାରଣରୁ ବଜାରରେ ଏବେ ମିଠା ଦୋକାନ ବନ୍ଦ ରହୁଛି। ତେଣୁ ଛେନାପୋଡ଼ ଖାଇବାକୁ ଇଛା ହେଉଥିଲେ ମଧ୍ୟ ଆପଣ ଖାଇପାରୁନଥିବେ। ତେବେ ଆପଣ ଚାହିଁଲେ ଆପଣଙ୍କ ଘରେ ଛେନାପୋଡ଼ ପ୍ରସ୍ତୁତ କରିଖାଇପାରିବେ। ଛେନାପୋଡ଼ ପ୍ରସ୍ତୁତ କରିବା ମଧ୍ୟ ଅତି ସହଜ। ତେବେ ପ୍ରସ୍ତୁତି ପ୍ରଣାଳୀ ଜାଣିବା ପୂର୍ବର ଆବଶ୍ୟକୀୟ ସାମଗ୍ରୀ ଯୋଗାଡ଼ କରିନିଅନ୍ତୁ। ସାମଗ୍ରୀ: କ୍ଷୀର ୧ ର ୨ ଲିଟର, […]
ସମୟ ଲାଇଭ,୧୨/୫: ଛେନାପୋଡ଼ ଖାଇବା କାହାକୁ ବା ପସନ୍ଦ ନୁହେଁ। ତେବେ ଲକ୍ ଡ଼ାଉନ କାରଣରୁ ବଜାରରେ ଏବେ ମିଠା ଦୋକାନ ବନ୍ଦ ରହୁଛି। ତେଣୁ ଛେନାପୋଡ଼ ଖାଇବାକୁ ଇଛା ହେଉଥିଲେ ମଧ୍ୟ ଆପଣ ଖାଇପାରୁନଥିବେ। ତେବେ ଆପଣ ଚାହିଁଲେ ଆପଣଙ୍କ ଘରେ ଛେନାପୋଡ଼ ପ୍ରସ୍ତୁତ କରିଖାଇପାରିବେ। ଛେନାପୋଡ଼ ପ୍ରସ୍ତୁତ କରିବା ମଧ୍ୟ ଅତି ସହଜ।
ତେବେ ପ୍ରସ୍ତୁତି ପ୍ରଣାଳୀ ଜାଣିବା ପୂର୍ବର ଆବଶ୍ୟକୀୟ ସାମଗ୍ରୀ ଯୋଗାଡ଼ କରିନିଅନ୍ତୁ।
ସାମଗ୍ରୀ: କ୍ଷୀର ୧ ର ୨ ଲିଟର, ଚିନି, ଲେମ୍ବୁ ୫ ଟି, ଗୁଜୁରାତି, କାଜୁ,କିସମିସ୍, ଗୁଆଘିଅ, ଲୁଣ
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଏକ ପାତ୍ରରେ କ୍ଷୀର ଗରମ କରନ୍ତୁ। ଅନ୍ୟ ଏକ ପାତ୍ରରେ ଲେମ୍ବୁ ଚିପୁଡ଼ି ରସ ରଖନ୍ତୁ। କ୍ଷୀର ଫୁଟିଆସିଲେ ସେଥିରେ ଲେମ୍ବୁରସ୍ ପକାନ୍ତୁ। କ୍ଷୀର ଛିଡ଼ି ଛେନା ହୋଇଗଲେ ଥଣ୍ଡା ହେବା ପାଇଁ ଛାଡ଼ିଦିଅନ୍ତୁ। ଛେନା ଥଣ୍ଡା ହୋଇଗଲେ ଆଉ ଏକ ପାତ୍ରରେ ଛେନାକୁ ଛାଣି ରଖନ୍ତୁ।

ଏହି ଛେନାରେ କିଛି ଗୁଜୁରାତି ଗୁଣ୍ଡ କରି ପକାନ୍ତୁ। କିଛି କାଜୁ ଓ କିସମିସ୍ ମଧ୍ୟ ପକାନ୍ତୁ। ଏଥିରେ ସ୍ୱାଦ ଅନୁଯାୟୀ ଚିନି ପକାଇ ଭଲଭାବରେ ଘାଣ୍ଟନ୍ତୁ।
ଏହା ପରେ ଏକ ପାତ୍ର ନିଅନ୍ତୁ। ଏହାର ଭିତର ପାର୍ଶ୍ବରେ ଭଲ ଭାବରେ ଗୁଆଘିଅ ଲଗାଇଦିଅନ୍ତୁ। ଏହାପରେ ଆପଣ ପ୍ରସ୍ତୁତ କରିଥିବା ଛେନା ମସଲା ଏହି ପାତ୍ରରେ ରଖିଦିଅନ୍ତୁ।
ଏକ ପ୍ରେସର କୁକୁରରେ ଲୁଣ ବିଛାଇ ଦିଅନ୍ତୁ। ଏହା ଉପରେ ଏକ ଷ୍ଟାଣ୍ଡ ରଖି ଏହା ଉପରେ ଆପଣଙ୍କ ଛେନା ମସଲା ପାତ୍ର ରଖନ୍ତ। ଏଥର ପ୍ରେସର କୁକରର ଢ଼ାଙ୍କୁଣୀ ଦେଈ ମଧ୍ୟମ ଆଞ୍ଚ ଦେଇ ଗ୍ୟାସରେ ବସାନ୍ତୁ। ୧୫ ମିନିଟ୍ ପରେ ଗ୍ୟାସରୁ ପ୍ରେସରକୁକୁର ଓହ୍ଲାଇ ଆଣନ୍ତୁ।

ଏଥର ଛୁରୀ ସାହାଯ୍ୟରେ କାଟି ଛେନାପୋଡ଼ଟିକୁ ବାହାର କରନ୍ତୁ। ଏହାପରେ କେକ୍ ପରି ଖଣ୍ଡ ଖଣ୍ଡ କାଟି ନିଜେ ଖାଆନ୍ତୁ ଓ ପରିବାରର ଅନ୍ୟମାନଙ୍କୁ ଖୁଆନ୍ତୁ।
Tags:




