ପନିର ବେସର

ପନିର ବେସର
Ipsita Picture
By: Ipsita
Published On

 

ସାମଗ୍ରୀ

ପନିର ୨୫୦ ଗ୍ରାମ, ବଡ଼ ଆଳୁ, ବାଇଗଣ, ୨ ଚାମଚ ସୋରିଷ, ୧ ଚାମଚ ଜିରା, ୬-୭ କୋଲା ରସୁଣ ଏବଂ ୨ଟି ଶୁଖିଲା ଲଙ୍କାକୁ ବାଟି ଦିଅନ୍ତୁ। ଆମ୍ବୁଲ, ସୋରିଷ ତେଲ, ପଞ୍ଚା ଫୁଟଣ, କଟା ପିଆଜ ଏବଂ କଞ୍ଚା ଲଙ୍କା। ହଳଦୀ, ଲୁଣ ଏବଂ କଟା ଧନିଆ ପତ୍ର ।

 

ପ୍ରସ୍ତୁତି

ପ୍ରଥମେ କଡ଼ାଇରେ ଅଳ୍ପ ତେଲ ଗରମ କରି ପନିର ଖଣ୍ଡଗୁଡ଼ିକୁ ହାଲୁକା ଭାଜି କାଢ଼ି ରଖନ୍ତୁ । ସେହିପରି କଟା ଆଳୁକୁ ମଧ୍ୟ ଅଳ୍ପ ଲୁଣ ଓ ହଳଦୀ ଦେଇ ଭାଜି ଦିଅନ୍ତୁ। କଡ଼ାଇରେ ପୁଣି ସୋରିଷ ତେଲ ଗରମ କରି ସେଥିରେ ପଞ୍ଚା ଫୁଟଣ ଓ ଶୁଖିଲା ଲଙ୍କା ପକାନ୍ତୁ । ଏହାପରେ କଟା ପିଆଜ ପକାଇ ନାଲି ହେବା ଯାଏ ଭାଜନ୍ତୁ। ଏବେ ସେଥିରେ ବାଟି ରଖିଥିବା ସୋରିଷ ବେସର ମସଲା ଏବଂ ହଳଦୀ ପକାନ୍ତୁ । ବେଶୀ କଷିଲେ ପିତା ଲାଗିବ। ମସଲାରେ ଭଜା ଆଳୁ, ବାଇଗଣ ଏବଂ ଆବଶ୍ୟକ ଅନୁସାରେ ପାଣି ଦିଅନ୍ତୁ। ଏହା ସହିତ ଧୁଆ ହୋଇଥିବା ଆମ୍ବୁଲକୁ ପକାଇ ଘୋଡ଼ାଇ ଦିଅନ୍ତୁ । ଆଳୁ ଅଧା ସିଝିଗଲେ ସେଥିରେ ଭଜା ପନିର ଖଣ୍ଡଗୁଡ଼ିକୁ ମିଶାନ୍ତୁ। ତରକାରୀ ଫୁଟି ବହଳିଆ ହୋଇ ଆସିଲେ ଏବଂ ଆମ୍ବୁଲର ଖଟା ଅଂଶ ଝୋଳ ସହ ମିଶିଗଲେ ଉପରେ କଟା ଧନିଆ ପତ୍ର ପକାଇ ଓହ୍ଲାଇ ଦିଅନ୍ତୁ ପ୍ରସ୍ତୁତ ହୋଇଯିବ ପନିର ବେସର ।

Tags: