ବଦଳାନ୍ତୁ ଦିନଚର୍ଯ୍ୟା

ବଦଳାନ୍ତୁ ଦିନଚର୍ଯ୍ୟା
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ମୁଗ ପୁଳି

ସୁସ୍ଥ ରହିବା ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହୋଇଥାଏ ଆମର ଦିନଚର୍ଯ୍ୟା । ତେଣୁ ଯଦି ଆମେ ସୁସ୍ଥ ରହିବାକୁ ଚାହୁଁଛେ ତେବେ ଆମର ଦିନଚର୍ଯ୍ୟାରେ ପରିବର୍ତ୍ତନ କରିବାକୁ ହେବ । କିଛି ଭଲ ଦିନଚର୍ଯ୍ୟାକୁ ଅନୁକରଣ କରିପାରିଲେ ଆମେ ଖୁବ ଭଲ ସୁସ୍ଥ ଜୀବନ ବିତାଇ ପାରିବା । ତେବେ ନୂଆ ବର୍ଷରେ କିଛି ହେଲ୍ଦି ଲାଇଫ୍ଷ୍ଟାଇଲ ଆପଣାଇବାକୁ ଶପଥ ନିଅନ୍ତୁ ଏବଂ ଅନୁକରଣ କରନ୍ତୁ ।

ସମ୍ବନ୍ଧିତ ଖବର  ମାଛ ଚପ

 ବ୍ୟାୟାମକୁ ସାମିଲ କରନ୍ତୁ

ସମ୍ବନ୍ଧିତ ଖବର ମନ ପାଇଁ ଯୋଗ

ପ୍ରତି ସପ୍ତାହରେ ନିଜ ଜୀବନରେ ବ୍ୟାୟାମକୁ ସାମିଲ କରନ୍ତୁ । ଗୋଟିଏ ସପ୍ତାହର ଯୋଜନା ଆଗୁଆ କରନ୍ତୁ । ପ୍ରତି ସପ୍ତାହରେ କିଛି ଆକ୍ଟିଭିଟିକୁ ସାମିଲ କରନ୍ତୁ । ପାଖାପାଖି ୧୫୦ ରୁ ୩୦୦ ମିନିଟ ଚାଲନ୍ତୁ । ଏଥିରେ ଦୌଡିବା ମଧ୍ୟ ସାମିଲ କରିପାରିବେ । ଏପରି କରିବା ଦ୍ବାରା ହାର୍ଟ ଓ ଫୁସଫୁସର କ୍ଷମତା ବଢିଥାଏ । ରକ୍ତଚାପ ଉପରେ ମଧ୍ୟ ଏହାର ପ୍ରଭାବ ରହିଛି । ଏହାଦ୍ବାରା ମୁଡ ମଧ୍ୟ ଭଲ ରହିଥାଏ । ତେଣୁ ପ୍ରତିଦିନ ଖାଇବା ପରେ ୧୦ ମିନିଟ ଚାଲିବା କିମ୍ବା ଅଫିସରେ କାମ କରିବା ଭିତରେ ୫ ମିନିଟର ବ୍ରେକ ନେଇ ଚାଲିବା ଆଦିକୁ ସାମିଲ କରନ୍ତୁ ।

ଖାଇବାରେ ଧ୍ୟାନ

ସୁସ୍ଥ ଜୀବନ ପାଇଁ ଖାଇବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ତେଣୁ ପ୍ରଥମେ ଖାଇବା ଉପରେ ଧ୍ୟାନ ଦିଅନ୍ତୁ । ସବୁଦିନ ନିଜ ମିଲରେ ପନିପରିବା, ପ୍ରୋଟିନରେ ଭରପୁର ଖାଦ୍ୟ, ଦହି ଓ କାର୍ବ ଆଦିକୁ ସାମିଲ କରନ୍ତୁ । ଏହାଦ୍ବାରା ଆପଣଙ୍କ ଶରୀରକୁ ପୂର୍ଣ୍ଣମାତ୍ରାରେ ପୋଷଣ ମିଳିବ । ସେହିଭଳି ପ୍ରୋଟିନ ଓ ଫାଇବର ଜାତୀୟ ଖାଦ୍ୟକୁ ପ୍ରାଥମିକତା ଦିଅନ୍ତୁ । ପ୍ରୋଟିନ ଆମ ମାଂସପେଶୀ ପାଇଁ ଖୁବ ଉପକାରୀ ହୋଇଥାଏ । ସେହିଭଳି ଖାଦ୍ୟରେ ଚା, କଫି, ବାହାରର ଜଙ୍କ ଫୁଡ, ଚିନିର ମାତ୍ରା କମାନ୍ତୁ । ସବୁବେଳେ ଘରୋଇ ରନ୍ଧା ଖାଦ୍ୟ ଖାଇବାକୁ ପ୍ରାଧାନ୍ୟ ଦିଅନ୍ତୁ ।

ରୋଗ ଚିହ୍ନନ୍ତୁ

ନିଜର କଣ ରୋଗ ରହିଛି ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଯଦି ସୁଗାର, ବ୍ଲଡପ୍ରେସର, ଓବିସିଟି ଭଳି ସମସ୍ୟା ରହିଛି ତେବେ ଏଗୁଡିକୁ ଟ୍ରାକ କରନ୍ତୁ । କିଛିକିଛି ସମୟ ବ୍ୟବଧାନରେ ଏହାକୁ ମାପନ୍ତୁ । ସେହିଭଳି ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା କରାଇବା ସହିତ ଘରେ ଖାଦ୍ୟପେୟର ଧ୍ୟାନ ଦେଲେ ସ୍ବାସ୍ଥ୍ୟ ସମସ୍ୟାର ସମାଧାନ ହୋଇପାରିବ ।

Tags:

Related Posts

ମନ ପାଇଁ ଯୋଗ

ମନ ପାଇଁ ଯୋଗ

ଘଡଘଡିଆ ଘାଣ୍ଟ

ଘଡଘଡିଆ ଘାଣ୍ଟ

ମୁଗ ପୁଳି

ମୁଗ ପୁଳି