କ୍ୟାଣ୍ଡି ଖାଉଥିଲେ ମିଳିବ ୬୧ଲକ୍ଷର ଚାକିରି
ସମସ୍ତେ ଏପରି ଚାକିରି କରିବାକୁ ଚାହାନ୍ତି ଯେଉଁଥିରେ ଅଧିକ ପଇସା ମିଳିବା ସହ ଆରାମ ବି ମିଳୁଥିବ । ଏପରି ଏକ ଆରାମଦାୟକ ଚାକିରୀ ଏବେ କାନାଡାରେ ଅଫର କରାଯାଉଛି । ଏହା ମିଠା ଖାଇବାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଡ୍ରିମ୍ ଜବ୍ ସଦୃଶ । ଏଠିକାର କ୍ୟାଣ୍ଡି ଫନହାଉସ୍ ନାମକ କମ୍ପାନୀ ଏହାର କର୍ମଚାରୀଙ୍କୁ ବର୍ଷ ସାରା କ୍ୟାଣ୍ଡି ଖାଇବା ଲାଗି ୬୧ ଲକ୍ଷ ଦରମା ଦେବ । କମ୍ପାନୀ ଏପରି କର୍ମଚାରୀଙ୍କୁ ରଖିଥାନ୍ତି […]
ସମସ୍ତେ ଏପରି ଚାକିରି କରିବାକୁ ଚାହାନ୍ତି ଯେଉଁଥିରେ ଅଧିକ ପଇସା ମିଳିବା ସହ ଆରାମ ବି ମିଳୁଥିବ । ଏପରି ଏକ ଆରାମଦାୟକ ଚାକିରୀ ଏବେ କାନାଡାରେ ଅଫର କରାଯାଉଛି । ଏହା ମିଠା ଖାଇବାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଡ୍ରିମ୍ ଜବ୍ ସଦୃଶ । ଏଠିକାର କ୍ୟାଣ୍ଡି ଫନହାଉସ୍ ନାମକ କମ୍ପାନୀ ଏହାର କର୍ମଚାରୀଙ୍କୁ ବର୍ଷ ସାରା କ୍ୟାଣ୍ଡି ଖାଇବା ଲାଗି ୬୧ ଲକ୍ଷ ଦରମା ଦେବ ।

କମ୍ପାନୀ ଏପରି କର୍ମଚାରୀଙ୍କୁ ରଖିଥାନ୍ତି ଯେଉଁମାନେ କ୍ୟାଣ୍ଡି ଖାଇବାକୁ ବେଶ୍ ପସନ୍ଦ କରିଥାନ୍ତି । ଏଠାରେ କ୍ୟାଣ୍ଡି ଖାଇଲେ ପଇସା ବି ମିଳିଥାଏ । ଏହି ବିରଳ ଚାକିରିର ନାମ ଚିଫ୍ କ୍ୟାଣ୍ଡି ଅଫିସର । ଏହି ଚାକିରୀ ସହିତ ଯେଉଁ ଯେଉଁ ସୁବିଧା ସବୁ ମିଳିଥାଏ ତାହା ଜାଣିବା ପରେ ଆପଣ ତୁରନ୍ତ ପୁରୁଣା ଚାକିରୀରୁ ଇସ୍ତଫା ଦେଇଦେବେ ।

କ୍ୟାଣ୍ଡି ଫନହାଉସ୍ ଅନଲାଇନ୍ରେ ଚକୋଲେଟ୍ ବାର୍ ଠାରୁ ଆରମ୍ଭ କର କ୍ୟାଣ୍ଡି ପର୍ଯ୍ୟନ୍ତ ବିକ୍ରୀ କରିଥାଏ । କମ୍ପାନୀକୁ ଏପରି ଜଣେ ବ୍ୟକ୍ତିଙ୍କର ଆବଶ୍ୟକତା ରହିଛି ଯିଏ କି ତାଙ୍କର କ୍ୟାଣ୍ଡିି ଟେଷ୍ଟ କରି ସଠିକ ମତାମତ ଦେଇପାରିବ । ଏହିପରି ଏକ ଛୋଟ କାମ ପାଇଁ କମ୍ପାନୀ କର୍ମଚାରୀଙ୍କୁ ୬୧.୧୪ ଲକ୍ଷ ଟଙ୍କା ଦରମା ଦେବାକୁ ମଧ୍ୟ ପ୍ରସ୍ତୁତ ଅଛି ।

ସବୁଠାରୁ ବଡ କଥା ହେଉଛି ଏଥିପାଇଁ କର୍ମଚାରୀଙ୍କୁ ଅଫିସ୍ ଯିବାକୁ ପଡିବ ନାହିଁ ଘରେ ରହି ଏହି କାମ କରିହେବ । ଏହି ଚାକିରି ପାଇଁ ବୟସ ସମୟସୀମା ମଧ୍ୟ ନାହିଁ । ଅର୍ଥାତ୍ ୫ ବର୍ଷର ଶିଶୁ ମଧ୍ୟ ଏହି ଚାକିରି ପାଇଁ ଆବେଦନ କରିପାରିବ ।




