ମଇଳା ପାଦ ଦେଇଛି ରୋଜଗାର
ଆମେ ଖାଲି ପାଦରେ କୋଷେ ବାଟ ଗଲେ ଆମକୁ ଅଡୁଆ ଲାଗେ । କିନ୍ତୁ ବ୍ରିଟେନର ଜଣେ ବ୍ୟକ୍ତି ସବୁ ସମୟରେ ଖାଲି ପାଦରେ ଚାଲିଥାନ୍ତି । ସେ ଟାଣ ଖରା ହେଉ କି ହାଡଭଙ୍ଗା ଶୀତ । କେବଳ ଏତିକି ନୁହେଁ ସେ କେଉଁ ଦୂର ଦୂରାନ୍ତକୁ ଗଲେ ବି ଜୋତା ପିନ୍ଧନ୍ତି ନାହିଁ । ତେବେ ଏପରି କରିବା ପଛରେ ଏକ ବିଚିତ୍ର କାରଣ ରହିଛି । ଇଂଲଣ୍ଡର କେମ୍ବ୍ରିଜରେ ରହୁଥିବା ୨୦ ବର୍ଷୀୟ […]
ଆମେ ଖାଲି ପାଦରେ କୋଷେ ବାଟ ଗଲେ ଆମକୁ ଅଡୁଆ ଲାଗେ । କିନ୍ତୁ ବ୍ରିଟେନର ଜଣେ ବ୍ୟକ୍ତି ସବୁ ସମୟରେ ଖାଲି ପାଦରେ ଚାଲିଥାନ୍ତି । ସେ ଟାଣ ଖରା ହେଉ କି ହାଡଭଙ୍ଗା ଶୀତ । କେବଳ ଏତିକି ନୁହେଁ ସେ କେଉଁ ଦୂର ଦୂରାନ୍ତକୁ ଗଲେ ବି ଜୋତା ପିନ୍ଧନ୍ତି ନାହିଁ । ତେବେ ଏପରି କରିବା ପଛରେ ଏକ ବିଚିତ୍ର କାରଣ ରହିଛି । ଇଂଲଣ୍ଡର କେମ୍ବ୍ରିଜରେ ରହୁଥିବା ୨୦ ବର୍ଷୀୟ ଜର୍ଜ ଉଡ୍ଭିଲେ ଏବେ ନିଜ ଅଞ୍ଚଳରେ ଫେମସ୍ ହେବାରେ ଲାଗିଛନ୍ତି । ଏହା ସହିତ ସୋସିଆଲ୍ ମିଡିଆରେ ବି ତାଙ୍କ ବିଷୟରେ ଚର୍ଚ୍ଚା ହେବାରେ ଲାଗିଛି ।

ଗତ ବର୍ଷ ସେ ନିଜ ମା ଓ ନାନାଙ୍କ ସହ ପ୍ଲାୟମାଉଥ୍ ବୁଲିବାକୁ ଯାଇଥିଲେ । ଏହି ସମୟରେ ସେ ହୋଟେଲ୍ ବାହାରେ ବୁଲୁଥିବା ବେଳେ ତାଙ୍କ ମନ ମଧ୍ୟକୁ ଏକ ଚିନ୍ତା ଆସିଲା ଯେ, ଜୋତା ପିନ୍ଧିବା କଣ ଜରୁରୀ । ବିନା ଜୋତାରେ ତ ବ୍ୟକ୍ତି ଆରାମରେ ଚାଲିପାରିବ । ଏହାପରେ ସେ ଇଣ୍ଟରନେଟ୍ରେ ଏହି ଚିନ୍ତାଧାରା ଉପରେ ସର୍ଚ୍ଚ କରିଥିଲେ ।

ଜାଣିବାକୁ ପାଇଥିଲେ ସେ ଚିନ୍ତା କରିବା ପୂର୍ବରୁ ଏକ ବେୟାରଫୁଟ୍ ମୁଭମେଣ୍ଟ ଜାରି ରହିଛି ଓ କିଛି ଲୋକ ଖାଲି ପାଦରେ ଚାଲିବା ଆରମ୍ଭ କରିଛନ୍ତି । ଏହାପରେ ସେ ଘରକୁ ଫେରି ନିଜର ୨୦ ଯୋଡା ଜୋତା ଫିଙ୍ଗି ଦେଇଥିଲେ ଓ ୧ ବର୍ଷ ଧରି ଖାଲି ପାଦରେ ବୁଲୁଛନ୍ତି । ପ୍ରଥମେ ପ୍ରଥମେ ତାଙ୍କୁ କଷ୍ଟ ହୋଇଥିଲା କିନ୍ତୁ ଏବେ ଅଭ୍ୟାସରେ ପଡିଗଲାଣି । ତେବେ ଖାଲି ପାଦରେ ଚାଲୁଥିବାରୁ କିଛି ଲୋକ ତାଙ୍କୁ ଘୃଣା ବି କରିଥାନ୍ତି । କାରଣ ତାଙ୍କ ପାଦ ବହୁତ ମଇଳା ହୋଇଥାଏ ।

ତାଙ୍କର ଏହି ଅଭ୍ୟାସ ଯୋଗୁ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏବେ ସେ ସବସ୍କ୍ରିପସନ୍ ସାଇଟ୍ ଓନ୍ଲି ଫ୍ୟାନ୍ସରେ ନିଜ ଆକାଉଣ୍ଟ ଖୋଲି ନିଜ ମଇଳା ପାଦର ଫଟୋ ସେୟାର କରୁଛନ୍ତି । ଏହାଦ୍ୱାରା ସେ ପ୍ରଥମ ମାସରେ ୯ ହଜାର ଟଙ୍କା ରୋଜଗାର କରିଛନ୍ତି । ଧୀରେ ଧୀରେ ସେ ଏହି ଉପାୟରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବେ ବୋଲି ଆଶା ରଖିଛନ୍ତି ।




