ଜନ୍ମଦିନରେ କାଟିଲେ ମହାବଳୀ ସିଙ୍ଗଡା
ଜନ୍ମଦିନରେ ଏ ପର୍ଯ୍ୟନ୍ତ ବଡ ବଡ କେକ୍ କଟାଯାଉଥିବାର ଆପଣ ଦେଖିଛନ୍ତି । କିନ୍ତୁ ଉତ୍ତରପ୍ରଦେଶ ମେରୁଟରେ କିଛି ଅଲଗା ଦୃଶ୍ୟ ଦେଖିବାକୁ ମିଳିଛି । ନୋଏଡାର ଏକ ପରିବାର ପକ୍ଷରୁ ଏଠାରେ ଜନ୍ମଦିନ ଅବସରରେ କେକ୍ କଟାଯିବା ପରିବର୍ତ୍ତେ ମହାବଳୀ ସିଙ୍ଗଡା କାଟିଛନ୍ତି । ଏହି ପରିବାର ବିଶେଷ ରୂପରେ ୧୦ କିଲୋ ଓଜନର ସିଙ୍ଗଡା ଅର୍ଡର ଦେଇଥିଲେ ଯାହାକୁ କାଟି ପରିବାର ପକ୍ଷରୁ ଜନ୍ମଦିନ ପାଳନ କରାଯାଇଛି । ମେରୁଟର ଲାଲ କୁର୍ତ୍ତି ସ୍ଥିତ […]
ଜନ୍ମଦିନରେ ଏ ପର୍ଯ୍ୟନ୍ତ ବଡ ବଡ କେକ୍ କଟାଯାଉଥିବାର ଆପଣ ଦେଖିଛନ୍ତି । କିନ୍ତୁ ଉତ୍ତରପ୍ରଦେଶ ମେରୁଟରେ କିଛି ଅଲଗା ଦୃଶ୍ୟ ଦେଖିବାକୁ ମିଳିଛି । ନୋଏଡାର ଏକ ପରିବାର ପକ୍ଷରୁ ଏଠାରେ ଜନ୍ମଦିନ ଅବସରରେ କେକ୍ କଟାଯିବା ପରିବର୍ତ୍ତେ ମହାବଳୀ ସିଙ୍ଗଡା କାଟିଛନ୍ତି । ଏହି ପରିବାର ବିଶେଷ ରୂପରେ ୧୦ କିଲୋ ଓଜନର ସିଙ୍ଗଡା ଅର୍ଡର ଦେଇଥିଲେ ଯାହାକୁ କାଟି ପରିବାର ପକ୍ଷରୁ ଜନ୍ମଦିନ ପାଳନ କରାଯାଇଛି ।

ମେରୁଟର ଲାଲ କୁର୍ତ୍ତି ସ୍ଥିତ କୌଶଳ ସୁଇଟ୍ସ୍ ପକ୍ଷରୁ ୧୦ କିଲୋ ଓଜନର ସିଙ୍ଗଡା ତିଆରି କରାଯାଇଥିଲା । ୪ ଜଣ କାରିଗର ପ୍ରାୟ ୬ ଘଣ୍ଟା ପର୍ଯ୍ୟନ୍ତ ଲାଗି ଏହି ସିଙ୍ଗଡା ତିଆରି କରିଥିଲେ । ସିଙ୍ଗଡାକୁ ଦେଖିବା ଲଗି ବହୁ ଲୋକ ଏହି ଜଳଖିଆ ଦୋକାନରେ ପହଞ୍ଚିଥିଲେ । ୧୦ କିଲୋ ଓଜନର ଏହି ସିଙ୍ଗଡା ତିଆରିରେ ୧୫୦୦ ଟଙ୍କା ଖର୍ଚ୍ଚ ହୋଇଛି । ଅନ୍ୟପକ୍ଷରେ କୌଶଳ ସୁଇଟସ୍ ମାଲିକ ସମସ୍ତଙ୍କୁ ଏକ ଚ୍ୟାଲେଞ୍ଜ ଦେଇଛନ୍ତି ଯେ, ଯିଏ ଏହି ମହାବଳୀ ସିଙ୍ଗଡାକୁ ମାତ୍ର ୫୧ ମିନିଟ୍ରେ ଖାଇ ଶେଷ କରିବ ତାକୁ ୭୦,୦୦୦ ଟଙ୍କା ପୁରସ୍କାର ଦିଆଯିବ । ଖାଇବା ତ ଦୂର କଥା କେହି ଏହାକୁ ଗୋଟିଏ ହାତରେ ଉଠାଇ ବି ପାରି ନାହାନ୍ତି । ଏହି ସିଙ୍ଗଡାରେ ଆଳୁ ପୁର, କାଜୁ, କିସମିସ୍ ସହିତ ଅନ୍ୟାନ୍ୟ ଜିନିଷ ମଧ୍ୟ ଦିଆଯାଇଛି ।




