ଗର୍ଭବତୀ ମହିଳାଙ୍କ ଶରୀର ଯତ୍ନ

ପ୍ରେଗାନ୍ସି ସମୟରେ ମହିଳାମାନଙ୍କ ପାଇଁ ଶାରିରୀକ ସୁସ୍ଥତା ଭଳି ମାନସିକ ଶାନ୍ତିର ମଧ୍ୟ ନିହାତି ଆବଶ୍ୟକତା ରହିଛି । ଏହି ସମୟରେ ସେମାନେ ଏଭଳି ଅନେକ ସ୍ଥିତି ଦେଇ ଗତି କରନ୍ତି, ଯାହାକୁ ସେମାନେ କାହା ଆଗରେ ପ୍ରକାଶ କରି ପାରନ୍ତି ନାହିଁ । ତେଣୁ ଏହି ସମୟରେ ଅନ୍ୟମାନଙ୍କ ସହିତ ମହିଳାଙ୍କୁ ନିଜେ ନିଜର ଯନି ନେବାକୁ ହୋଇଥାଏ । ଆକ୍ଟିଭ ରୁହନ୍ତୁ – ଏହି ସମସୟରେ ସବୁବେଳେ ଆକଫିଭ ରହିବା ପାଇଁ ଚେଷ୍ଟା କରନ୍ତୁ […]

Samaya Live Picture
Published On

ପ୍ରେଗାନ୍ସି ସମୟରେ ମହିଳାମାନଙ୍କ ପାଇଁ ଶାରିରୀକ ସୁସ୍ଥତା ଭଳି ମାନସିକ ଶାନ୍ତିର ମଧ୍ୟ ନିହାତି ଆବଶ୍ୟକତା ରହିଛି । ଏହି ସମୟରେ ସେମାନେ ଏଭଳି ଅନେକ ସ୍ଥିତି ଦେଇ ଗତି କରନ୍ତି, ଯାହାକୁ ସେମାନେ କାହା ଆଗରେ ପ୍ରକାଶ କରି ପାରନ୍ତି ନାହିଁ । ତେଣୁ ଏହି ସମୟରେ ଅନ୍ୟମାନଙ୍କ ସହିତ ମହିଳାଙ୍କୁ ନିଜେ ନିଜର ଯନି ନେବାକୁ ହୋଇଥାଏ ।
ଆକ୍ଟିଭ ରୁହନ୍ତୁ – ଏହି ସମସୟରେ ସବୁବେଳେ ଆକଫିଭ ରହିବା ପାଇଁ ଚେଷ୍ଟା କରନ୍ତୁ । ନିଜର ମୁଡ୍‌କୁ ଠିକ୍‌ ରଖିବା ପାଇଁ ନିଜ ପସନ୍ଦର କାମ, ଯୋଗ ଆଦିର ସାହାଯ୍ୟ ନେଇ ପାରିବେ । ସେହିଭଳି ନିଜ ପରିବାର ସହିତ ଅଧିକ ସମୟ କାଟନ୍ତୁ । ନିଜ ଡାକ୍ତରଙ୍କ ପରାମର୍ଶରେ ବିଭିନ୍ନ ଯୋଗ ଓ ବ୍ୟାୟାମ କରନ୍ତୁ, ଯାହା ଆପଣଙ୍କୁ ଆକଫିଭ ରଖିବାରେ ସାହାଯ୍ୟ କରିବ ।
ଖାଦ୍ୟରେ ଧ୍ୟାନ ଦିଅନ୍ତୁ – ଗୋଟିଏ ବାଲାନ୍ସ ଡାଏଟ୍‌ ଯେ କେବଳ ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍‌ ରଖିଥାଏ ତାହା ନୁହେଁ ଏହା ଆପଣଙ୍କ ମେଣ୍ଟାଲ ହେଲ‘କୁ ମଧ୍ୟ ସୁସ୍ଥ ରଖିଥାଏ । ତେଣୁ ଡାକ୍ତରଙ୍କ ପରାମର୍ଶରେ ଏକ ବାଲାନ୍ସ ଡାଏଟ୍‌ ସର୍ବଦା ଫଲୋ କରନ୍ତୁ ।
ନିଜ ପାଇଁ ସମୟ କାଢନ୍ତୁ – ସବୁବେଳେ ନିଜକୁ ଖୁସି ରଖିବାକୁ ଚେଷ୍ଟା କରନ୍ତୁ । ଖୁସି ରହିବା ପାଇଁ ଦିନର କିଛି ସମୟ ନିଜ ସହିତ ବିତାନ୍ତୁ । ଏହି ସମୟରେ ନିଜ ପସନ୍ଦ ମୁତାବକ କାମ ଯେପରି ପେଣ୍ଟିଂ, ବଢି ପଢିବା, ଗୀତ ଶୁଣିବା ଆଦି କରିପାରିବେ ।
ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ – ସବୁବେଳେ ନିଜର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଯେ କୌଣସି ବି ଛୋଟବଡ ଅସୁବିଧା ତାଙ୍କ ସହ ସେୟାର କରିବା ସହିତ ତାଙ୍କ ପରାମର୍ଶରେ ନିଜର କେୟାର ନିଅନ୍ତୁ ।

Tags: