ବରଯାତ୍ରୀରେ ଯାଇନପାରିବାରୁ ସାଙ୍ଗମାନେ କଲେ କେସ୍
ବରଯାତ୍ରୀରେ ସାଙ୍ଗ ଓ ବନ୍ଧୁବାନ୍ଧବଙ୍କ ସହ ମିଶି ଗୀତର ତାଳେ ତଳେ ଝୁମି ଚାଲିବା ପାଇଁ ସମସ୍ତଙ୍କୁ ଆନନ୍ଦ ଲାଗେ । ଏହିପରିକି ବରଯାତ୍ରୀଙ୍କୁ ଦେଖିବା ପାଇଁ ଭିଡ ମଧ୍ୟ ଲାଗେ । ବରଯାତ୍ରୀରେ ମିଶି ଟିକେ ମଜା କରିବାକୁ ସମସ୍ତେ ଚାହାନ୍ତି । ଆଉ ଯେଉଁମାନେ ବରଯାତ୍ରୀରେ ନଯାଇପାରନ୍ତି ସେମାନଙ୍କ ମନ ଦୁଃଖ ହୋଇଥାଏ । ସେମିତି ଏକ ସାଧାରଣ ଘଟଣା ଘଟିଛି ହରିଦ୍ୱାରସ୍ଥିତ ବାହାଦୁରାବାଦ୍ଠାରେ ରହୁଥିବା ରବି କୁମାରଙ୍କ ସାଙ୍ଗମାନଙ୍କ ସହିତ । ହେଲେ […]
ବରଯାତ୍ରୀରେ ସାଙ୍ଗ ଓ ବନ୍ଧୁବାନ୍ଧବଙ୍କ ସହ ମିଶି ଗୀତର ତାଳେ ତଳେ ଝୁମି ଚାଲିବା ପାଇଁ ସମସ୍ତଙ୍କୁ ଆନନ୍ଦ ଲାଗେ । ଏହିପରିକି ବରଯାତ୍ରୀଙ୍କୁ ଦେଖିବା ପାଇଁ ଭିଡ ମଧ୍ୟ ଲାଗେ । ବରଯାତ୍ରୀରେ ମିଶି ଟିକେ ମଜା କରିବାକୁ ସମସ୍ତେ ଚାହାନ୍ତି । ଆଉ ଯେଉଁମାନେ ବରଯାତ୍ରୀରେ ନଯାଇପାରନ୍ତି ସେମାନଙ୍କ ମନ ଦୁଃଖ ହୋଇଥାଏ । ସେମିତି ଏକ ସାଧାରଣ ଘଟଣା ଘଟିଛି ହରିଦ୍ୱାରସ୍ଥିତ ବାହାଦୁରାବାଦ୍ଠାରେ ରହୁଥିବା ରବି କୁମାରଙ୍କ ସାଙ୍ଗମାନଙ୍କ ସହିତ । ହେଲେ ରବି କୁମାରଙ୍କ ସାଙ୍ଗମାନେ ଏହି ଘଟଣାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି, ଆଉ ଏଥିପାଇଁ ବିବାହ କରୁଥିବା ସାଙ୍ଗ ରବି କୁମାରଙ୍କ ନାମରେ ୫୦ ଲକ୍ଷ ଟଙ୍କାର ଏକ ଆଇନଗତ ମାମଲା ଦାଏର କରିଛନ୍ତି ।

ଘଟଣା ଅନୁସାରେ, ରବି କୁମାର ନିଜ ବିବାହ ବରଯାତ୍ରୀରେ ସାଙ୍ଗମାନଙ୍କୁ ଆମନ୍ତ୍ରଣ କରିବା ପାଇଁ ସାଙ୍ଗ ଚନ୍ଦ୍ରଶେଖରଙ୍କୁ ଦାୟିତ୍ୱ ଦେଇଥିଲେ । ଚନ୍ଦ୍ରଶେଖର ମଧ୍ୟ ବୁଲି ବୁଲି ରବିଙ୍କ ସାଙ୍ଗମାନଙ୍କୁ କାର୍ଡ ଦେଇଥିଲେ ଓ ବରଯାତ୍ରୀରେ ସାମିଲ ହେବା ପାଇଁ ଅତି ଖୁସିରେ ଆମନ୍ତ୍ରଣ କରିଥିଲେ । କାର୍ଡରେ ଲେଖାଯାଇଥିବା ସମୟ ଅନୁସାରେ ୫ଟା ବେଳେ ବରଯାତ୍ରୀ ଶୋଭାଯାତ୍ରା ଆରମ୍ଭ ହେବା କଥା, ହେଲେ ସେହିପରି ହୋଇନଥିଲା । ସମୟ ପୂର୍ବରୁ ବରଯାତ୍ରୀମାନେ ଶୋଭାଯାତ୍ରା କରି ବାହାରି ଯାଇଥିଲେ । ଠିକ୍ ସମୟ ମଧ୍ୟରେ ଯେତେବେଳେ ଚନ୍ଦ୍ରଶେଖର ଓ ରବିଙ୍କ ଅନ୍ୟ ସାଙ୍ଗମାନେ ଆସିଥିଲେ, ସେତେବେଳକୁ ରବିଙ୍କ ଘର ଖାଲି ହୋଇଯାଇଥିଲା । ସମସ୍ତେ ବରଯାତ୍ରୀ ପଳାଇଥିଲେ ।

ଏହି ଘଟଣା ଚନ୍ଦ୍ରଶେଖରଙ୍କ ସମେତ ଅନ୍ୟ ସାଙ୍ଗମାନଙ୍କୁ ଅପମାନ ଭଳି ଲାଗିଥିଲା । ଶେଷରେ ଚନ୍ଦ୍ରଶେଖର ସମେତ ଅନ୍ୟ ସାଙ୍ଗମାନେ ମିଶି ଚରମ ନିଷ୍ପତ୍ତି ନେଇଥିଲେ ଓ ଏକ ଓକିଲ ନିଯୁକ୍ତି କରି ରବିଙ୍କ ଉପରେ ମାନସିକ ନିର୍ଯାତନା ଅଭିଯୋଗର କେସ୍ ଦାଏର କରିଥିଲେ । ଏହାସହିତ ସାଙ୍ଗମାନଙ୍କର ମାନହାନି ହୋଇଥିବାରୁ ୫୦ ଲକ୍ଷ ଟଙ୍କାର ଜୋରିମାନା କରିଥିଲେ । ରବି ମଧ୍ୟ ନିଜ ଉପରେ ଲାଗିଥିବା ଜୋରିମାନା ଭରିଥିଲେ ଓ କୋର୍ଟର ନୋଟିସ୍ ଅନୁସାରେ ୩ ଦିନ ମଧ୍ୟରେ ସର୍ବସମ୍ମୁଖରେ ସାଙ୍ଗମାନଙ୍କୁ କ୍ଷମା ମାଗିଥିଲେ ।




