ଶୁଣ୍ଠି ବିସ୍କୁଟ
ସାମଗ୍ରୀ _ ଶୁଣ୍ଠି ଗୁଣ୍ଡ ୨ ଚାମଚ, ବଟର ୧ କପ, ଚିନି ୧ କପ, ମଇଦା ୨କପ, ଅଣ୍ଡା ୧ଟା, ଲୁଣ, ଘିଅ ।
ପ୍ରଣାଳୀ _ ପ୍ରଥମେ ଶୁଣ୍ଠି ଗୁଣ୍ଡ ଓ ମଇଦାକୁ ମିଶାଇ ଦୁଇହାତରେ କିଛି ସମୟ ଘଷି ଦିଅନ୍ତୁ । ଅଣ୍ଡାକୁ ଫେଣ୍ଟନ୍ତୁ, ଏହି ଫେଣ୍ଟାରେ ଶୁଣ୍ଠି ମଇଦା ମିଶ୍ରଣ, ବଟର, ଚିନିଗୁଣ୍ଡ, ଲୁଣ ମିଶାଇ ଚକଟନ୍ତୁ । ଆବଶ୍ୟକ ଅନୁସାରେ ପାଣି ଦିଅନ୍ତୁ । ଏହାପରେ ଏହାକୁ ରୁଟିପରି ବେଲି ଛୋଟଛୋଟ ଗୋଲଗୋଲ ବିସ୍କୁଟ ପ୍ରସ୍ତୁତ କରନ୍ତୁ । ଏହାପରେ ଓଭେନରେ ଘିଅମାରି ବିସ୍କୁଟ ପ୍ରସ୍ତୁତ କରନ୍ତୁ । ପ୍ରସ୍ତୁତ ହୋଇଯିବ ଶୁଣ୍ଠି ବିସ୍କୁଟ ।
Tags:



