ଖରଭୁଜର ଉପକାରିତା

ସାଧାରଣତଃ ଖରା ଦିନେ ରସୁଆଳ ଫଳ ଖାଇବାକୁ ଲୋକେ ବହୁତ ପସନ୍ଦ କରନ୍ତି । ଯେପରି କାକୁଡି, ପଇଡ, ତରଭୁଜ ଇତ୍ୟାଦି । ଅତ୍ୟଧିକ ଗରମ ରେ ଏଗୁଡିକ ଶୋଷ ମେଣ୍ଟାଇବାରେ ସାହାଯ୍ୟ କରିଥାଏ । ଏହା ସାଧାରଣତ ଗ୍ରୀଷ୍ମ ଦିନିଆ ଫଳ । ସେହିପରି ଖରଭୁଜ ଖାଇବା ଶରୀର ପକ୍ଷେ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଶରୀର ପାଇଁ ଖରଭୁଜର ଉପକାରିତା ବିଷୟରେ – ତରଭୁଜ ପରି ଖରଭୁଜରେ ମଧ୍ୟ ଅଧିକ ପାଣି […]

Samaya Live Picture
Published On

ସାଧାରଣତଃ ଖରା ଦିନେ ରସୁଆଳ ଫଳ ଖାଇବାକୁ ଲୋକେ ବହୁତ ପସନ୍ଦ କରନ୍ତି । ଯେପରି କାକୁଡି, ପଇଡ, ତରଭୁଜ ଇତ୍ୟାଦି । ଅତ୍ୟଧିକ ଗରମ ରେ ଏଗୁଡିକ ଶୋଷ ମେଣ୍ଟାଇବାରେ ସାହାଯ୍ୟ କରିଥାଏ । ଏହା ସାଧାରଣତ ଗ୍ରୀଷ୍ମ ଦିନିଆ ଫଳ । ସେହିପରି ଖରଭୁଜ ଖାଇବା ଶରୀର ପକ୍ଷେ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଶରୀର ପାଇଁ ଖରଭୁଜର ଉପକାରିତା ବିଷୟରେ

– ତରଭୁଜ ପରି ଖରଭୁଜରେ ମଧ୍ୟ ଅଧିକ ପାଣି ଓ ଫାଇବର୍‌ ରହିଥାଏ । ତେଣୁ ଖରଭୁଜ ଖାଇବା ଦ୍ୱାରା ଅନେକ ସମୟ ପର୍ଯ୍ୟନ୍ତ ଭୋକ ଲାଗି ନଥାଏ । ଏଣୁ ଏହା ମେଦ ବହୁଳତାକୁ ହ୍ରାସ କରିବା ସହ ଓଜନକୁ ମଧ୍ୟ ହ୍ରାସ କରିଥାଏ ।
-ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଖରଭୁଜ ଖାଇବା ବେଶ୍‌ ଲାଭଦାୟକ । କାରଣ ଖରଭୁଜରେ ପୋଟାସିୟମ୍‌ ଭରିପୂର୍ଣ୍ଣ ହୋଇ ରହିଥାଏ ।
– ଆଖିରେ ଦୃଷ୍ଟି ଶକ୍ତି ବଢାଇବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ । ଗାଜର ଭଳି ଖରଭୁଜରେ ମଧ୍ୟ ବିଟା-କୋରଟିନ୍‌ ରହିଥାଏ । ଯାହା ଫଳରେ ଖରଭୁଜ ଗାଢ କମଳା ରଙ୍ଗ ହୋଇଥାଏ । ବିଟା- କରୋଟିନ୍‌ ଆଖି ପାଇଁ ଖୁବ ଲାଭଦାୟକ ହୋଇଥାଏ I

Tags: