ଗ୍ରୀନ୍ ସେଓର ଉପକାରିତା
ସେଓ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ । ସାଧାରଣତଃ ବଜାରରେ ଆପଣ ସବୁବେଳେ ଲାଲ୍ ସେଓ ଦେଖିଥିବେ । ମାତ୍ର ବେଳେବେଳେ ବଜାରରେ ସବୁଜ ସେଓ ମଧ୍ୟ ଦେଖିବାକୁ ମିଳିଥାଏ । ଏହା ଅଧିକ ସ୍ୱାଦିଷ୍ଟ ଓ ପୁଷ୍ଟିକର ହୋଇଥାଏ ଏବଂ ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ -କୋଲେଷ୍ଟ୍ରଲ୍ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ । ସବୁଜ ସେଓରେ କମ୍ ପରିମାଣର କ୍ୟାଲୋରୀ ରହିଥିବାବେଳେ ଭିଟାମିନ-ଏ, ଭିଟାମିନ-ସି, […]
ସେଓ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ । ସାଧାରଣତଃ ବଜାରରେ ଆପଣ ସବୁବେଳେ ଲାଲ୍ ସେଓ ଦେଖିଥିବେ । ମାତ୍ର ବେଳେବେଳେ ବଜାରରେ ସବୁଜ ସେଓ ମଧ୍ୟ ଦେଖିବାକୁ ମିଳିଥାଏ । ଏହା ଅଧିକ ସ୍ୱାଦିଷ୍ଟ ଓ ପୁଷ୍ଟିକର ହୋଇଥାଏ ଏବଂ ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ -କୋଲେଷ୍ଟ୍ରଲ୍ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ । ସବୁଜ ସେଓରେ କମ୍ ପରିମାଣର କ୍ୟାଲୋରୀ ରହିଥିବାବେଳେ ଭିଟାମିନ-ଏ, ଭିଟାମିନ-ସି, କାଲସିୟମ୍ ଓ ଆଇରନ୍ ଆଦି ରହିଥାଏ । ତେଣୁ ଏ ସମସ୍ତ ପୋଷକ ତତ୍ତ୍ୱ ଶରୀରରେ ଥିବା ଖରାପ କୋଲେଷ୍ଟ୍ରଲ୍କୁ ହ୍ରାସ କରିଥାଏ । ସେହିପରି ଗ୍ରୀନ୍ ସେଓ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ । ଏଥିରେ ଭରପୂର ମାତ୍ରାରେ ଫାଇବର ରହିଥାଏ, ଯାହା ପେଟକୁ ସଫା କରିବାରେ ସାହାଯ୍ୟ କରେ । ଏହାଛଡା ହଜମ ପ୍ରକ୍ରିୟାକୁ ସୁଦୃଢ କରେ । ମେଦବହୁଳ ଓ ଓବେଶିଟି ବ୍ୟକ୍ତିବିଶେଷଙ୍କ ପାଇଁ ସବୁଜ ସେଓ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ ।




