ବାସ୍ତବ ଜୀବନରେ ରୁହନ୍ତୁ ଖୁସି

ବାସ୍ତବ ଜୀବନରେ ରୁହନ୍ତୁ ଖୁସି
Ipsita Picture
By: Ipsita
Published On

 

ସୋସିଆଲ୍ ମିଡିଆର ଏହି ଆଧୁନିକ ଯୁଗରେ ଅଧିକାଂଶ ଲୋକ ଏକ ଭିନ୍ନ ମାନସିକ ସ୍ଥିତି ଦେଇ ଗତି କରୁଛନ୍ତି, ଯେଉଁଠି ପ୍ରଶ୍ନ ଉଠୁଛି ଯେ ଆମ ଖୁସିର ପ୍ରକୃତ ଉତ୍ସ ଆମର ସଫଳତା ନା ଅନ୍ୟମାନଙ୍କ ସ୍ୱୀକୃତି । ମାସ ମାସର ପରିଶ୍ରମ ପରେ ହାସଲ କରିଥିବା ଲକ୍ଷ୍ୟର ଆନନ୍ଦ ଏବେ ନିଜ ଅନୁଭୂତି ଅପେକ୍ଷା ପୋଷ୍ଟରେ ଆସୁଥିବା ଲାଇକ୍ସ, କମେଣ୍ଟ ଓ ଶୁଭେଚ୍ଛା ଉପରେ ଅଧିକ ନିର୍ଭର କରୁଛି। ସୋସିଆଲ୍ ମିଡିଆରେ ମିଳୁଥିବା ସକାରାତ୍ମକ ପ୍ରତିକ୍ରିୟା ମସ୍ତିଷ୍କରେ ଡୋପାମିନ୍ନାମକ କେମିକାଲ୍ ସକ୍ରିୟ କରିଥାଏ, ଯାହା ଲୋକଙ୍କୁ ବାରମ୍ବାର ନୋଟିଫିକେସନ୍ ଚେକ୍ କରିବାକୁ ବାଧ୍ୟ କରେ । ଧୀରେ ଧୀରେ ବ୍ୟକ୍ତି ଭାବିବାକୁ ଲାଗେ ଯେ ଅନ୍ୟମାନଙ୍କ ପ୍ରଶଂସା ବିନା ତାର ସଫଳତା ଅଧୁରା । ସୋସିଆଲ୍ ମିଡିଆ ଏକ ଅଦୃଶ୍ୟ ବିଚାରପତି ସାଜିବା ଫଳରେ ଲୋକେ ନିଜକୁ ଅନ୍ୟମାନଙ୍କ ସହ ତୁଳନା କରିବା ଆରମ୍ଭ କରନ୍ତି । ଯାହାଦ୍ୱାରା ଆତ୍ମସନ୍ତୋଷ କମିଯାଏ ଏବଂ ଆତ୍ମସମ୍ମାନ ଦୁର୍ବଳ ହୁଏ । ଯାହାକୁ ମନୋବିଜ୍ଞାନରେ ହେଡୋନିକ୍ ଟ୍ରେଡ୍ମିଲ୍କୁହାଯାଏ। ଏହି ଭାଲିଡେସନ୍ର ଜାଲରୁ ବାହାରିବା ପାଇଁ ନିଜେ ଚେଷ୍ଟା କରନ୍ତୁ । ଏହାସହ ଲାଇକ୍ସ ବଦଳରେ ନିଜ ଚେଷ୍ଟାକୁ ଗୁରୁତ୍ୱ ଦେଇ ଏକ ଆଚିଭ୍ମେଣ୍ଟ ଡାଏରୀତିଆରି କରନ୍ତୁ, ଯେଉଁଠି ସୋସିଆଲ୍ ମିଡିଆର ପ୍ରଶଂସା ପାଇଁ କୌଣସି ସ୍ଥାନ ରହିବ ନାହିଁ ଏବଂ ଏହି ଅଭ୍ୟାସ ଆପଣଙ୍କ ମସ୍ତିଷ୍କକୁ ନୂଆ ଓ ସକାରାତ୍ମକ ଭାବରେ ଚିନ୍ତା କରିବାକୁ ପ୍ରଶିକ୍ଷଣ ଦେବ। ସୋସିଆଲ ମିଡିଆ ଜୀବନରୁ ବାହାରି ବାସ୍ତବ ଦୁନିଆରେ ବଞ୍ଚନ୍ତୁ ।

Tags: