ପର୍ବ ଅନୁସାରେ ପାଷୋକ

ପର୍ବ ଅନୁସାରେ ପାଷୋକ
Ipsita Picture
By: Ipsita
Published On

 

ଓଡ଼ିଶାରେ ଯେପରି ବାରମାସରେ ତେର ପର୍ବ ପାଳନ ହୋଇଥାଏ, ସେହିଭଳି କିଛି ପର୍ବରେ ଭିନ୍ନଭିନ୍ନ ପୋଷାକର ପରିଧାନର ପ୍ରଚଳନ ମଧ୍ୟ ରହିଥାଏ । ଆସନ୍ତୁ ସେହିଭଳି କିଛି ସ୍ବତନ୍ତ୍ର ପୋଷାକ ସମ୍ପର୍କରେ ଜାଣିବା ।

ଗୁରୁବାର

ଓଡ଼ିଶାରେ ମାର୍ଗଶୀର ମାସରେ ପାଳନ ହୋଇଥାଏ ମାଆ ଲକ୍ଷ୍ମୀଙ୍କର ଗୁରୁବାର ଓସା । ଏହାକୁ ମାଣବସା ଗୁରୁବାର ବୋଲି ମଧ୍ୟ ସମ୍ଭୋଧନ କରାଯାଇଥାଏ । ଏହି ଦିନ ଗାଁ ସହର ସବୁସ୍ଥାନରେ ଲକ୍ଷ୍ମୀଙ୍କର ଓସା କରାଯାଇଥାଏ । ସେହିଭଳି ଏହିଦିନ ମହିଳାମାନେ ଧଳା ଓ ଲାଲ ରଙ୍ଗର ଶାଢୀ ପିନ୍ଧିଥିବାର ମଧ୍ୟ ଦେଖିବାକୁ ମିଳେ । ଏହି ଶାଢିରେ ଲାଲ ରଙ୍ଗର ବଡର ଥିବାବେଳେ ଶରୀରରେ ଧଳା ଉପରେ ଲାଲ ରଙ୍ଗର ବୁଟି ପଡିଥାଏ । ଏହି ଶାଢିକୁ ଲୋକକଥାରେ ଗୁରୁବାର ଶାଢି ବୋଲି ମଧ୍ୟ ସମ୍ଭୋଧନ କରନ୍ତି ।

ନୂଆଁଖାଇ

ପଶ୍ଚିମ ଓଡ଼ିଶାର ଗଣପର୍ବ ହେଉଛି ନୂଆଁ ଖାଇ । ଯେଉଁ ପର୍ବ ପଶ୍ଚିମ ଓଡ଼ିଶାର ଘରେଘରେ ବନ୍ଧୁ ପରିଜନ ଏକାଠି ହୋଇ ପାଳନ କରନ୍ତି ନୂଆଁ ଖାଇ ପର୍ବ । ଏହି ଦିନ ସମସ୍ତେ ଏକାଠି ହୋଇ ସମଲେଶ୍ବରୀଙ୍କୁ ନବାର୍ଣ୍ଣ ଅର୍ପଣ କରିବା ସହିତ ପରିବାର ସହ ମିଶି ନିଜେ ଭକ୍ଷଣ କରିଥାଆନ୍ତି । ଏହି ପର୍ବରେ ଘରର ଛୋଟ ଠାରୁ ବଡ ସମସ୍ତେ ସମ୍ବଲପୁରୀର ବିଭିନ୍ନ ପୋଷାକ ପିନ୍ଧୁଥିବାର ନଜରକୁ ଆସିଥାଆନ୍ତି । ପୁରୁଷ ଓ ମହିଳା ଉଭୟ ସମ୍ବଲପୁରୀ ପୋଷାକରେ ଏହି ପର୍ବକୁ ପାଳନ କରୁଥିବାର ଦେଖିବାକୁ ମିଳିଥାଏ ।

ଘର ପୂଜା

ସେହିଭଳି ଓଡ଼ିଶାର ଘରପୂଜା କରୁଥିବା ସମୟରେ ଘରର ମହିଳା ହୁଅନ୍ତୁ ଅବା ପୁରୁଷ ସମସ୍ତେ ମଠା ପିନ୍ଧି ପୂଜା କରିବାର ବିଧି ପ୍ରଚିଳିତ ଥାଏ । ଏହି ମଠାକୁ ଏକ ସ୍ବତନ୍ତ୍ର ଧରଣର ସୂତାରୁ ପ୍ରସ୍ତୁତ କରାଯାଇଥାଏ । ଏଗୁଡିକ ଦେଖିବାକୁ ଖୁବ ସୁନ୍ଦର ଓ ପାରମ୍ପରିକ ହୋଇଥାଏ । ତେବେ କିଛି ଓଡ଼ିଶାର କିଛି ସ୍ଥାନରେ ଏହାର ବ୍ୟବହାର ଦେଖିବାକୁ ମିଳିଥାଏ । ଏହା ସାଧାରଣ ଅଫ ହ୍ବାଇଟ କିମ୍ବା ଫିକା ରଙ୍ଗର ହୋଇଥାଏ, ଯାହାକୁ ଲୋକାଚାରରେ ମଠାରଙ୍ଗ ବୋଲି ମଧ୍ୟ ସମ୍ବୋଧନ କରାଯାଇଥାଏ । ମହିଳାଙ୍କ ପାଇଁ ଥିବା ସ୍ବତନ୍ତର ଶାଢିରେ ଗାଢ ଲାଲାର କୁମ୍ଭ ପଡିଥିବାର ମଧ୍ୟ ଦେଖିବାକୁ ମିଳିଥାଏ । ସେହିଭଳି ବିବାହ ବ୍ରତରେ ମଧ୍ୟ ଏହାର ବ୍ୟବହାର ରହିଛି ।

ଅନ୍ୟାନ

ସେହିଭଳି ଓଡ଼ିଶାର ପ୍ରାୟ ସମସ୍ତ ପର୍ବରେ ଖୁବ ସୁନ୍ଦର ଗାଢ ରଙ୍ଗ ସହ ଶାଢି ହିଁ ପିନ୍ଧା ଯାଇଥାଏ । ସେହିଭଳି ପୁରୁଷଙ୍କ ପାଇଁ କିଛି ପର୍ବରେ ଧୋତି ପିନ୍ଧିବା ଅନିବାର୍ଯ୍ୟ ଥାଏ । ରଜ, ସାବିତ୍ରୀ, ଦଶହରା, କୁମାରପୂର୍ଣ୍ଣିମା ଭଳି ପର୍ବରେ ମହିଳାମାନେ ପ୍ରାୟତ ଶାଢି କିମ୍ବା ପାରମ୍ପରିକ ପୋଷାକ ପରିଧାନ କରିଥାଆନ୍ତି ।

Tags: