ଅଖରୋଟ ମଟନ୍
ସାମଗ୍ରୀ – ୪୦୦ ଗ୍ରାମ ମଟନ, ଏକ କପ୍ ପିଆଜ, ଏକ କପ୍ ଟମାଟୋ, ଅଧା କପ୍ ଅଖରୋଟ୍, ଅଧା କପ୍ ନଡିଆ କୋରା, ୨ଟି କଞ୍ଚା ଲଙ୍କା, ଏକ ଚାମଚ ଅଦା ରସୁଣ ପେଷ୍ଟ, ୨ ଚାମଚ ଧନିଆ ପାଉଡର, ୨ଚାମଚ ଲଙ୍କା ଗୁଣ୍ଡ, ୨ ଚାମଚ ଗରମ ମସଲା, ଲୁଣ ସ୍ୱାଦ ଅନୁସାରେ । ପ୍ରଣାଳୀ – ପ୍ରଥମେ ପିଆଜ, ଟମାଟୋ, କଞ୍ଚାଲଙ୍କା ଓ ଅଖରୋଟକୁ କାଟି ନିଅନ୍ତୁ । ମିଡିଅମ୍ ଆଞ୍ଚରେ ପ୍ରେସର୍ […]
ସାମଗ୍ରୀ – ୪୦୦ ଗ୍ରାମ ମଟନ, ଏକ କପ୍ ପିଆଜ, ଏକ କପ୍ ଟମାଟୋ, ଅଧା କପ୍ ଅଖରୋଟ୍, ଅଧା କପ୍ ନଡିଆ କୋରା, ୨ଟି କଞ୍ଚା ଲଙ୍କା, ଏକ ଚାମଚ ଅଦା ରସୁଣ ପେଷ୍ଟ, ୨ ଚାମଚ ଧନିଆ ପାଉଡର, ୨ଚାମଚ ଲଙ୍କା ଗୁଣ୍ଡ, ୨ ଚାମଚ ଗରମ ମସଲା, ଲୁଣ ସ୍ୱାଦ ଅନୁସାରେ ।
ପ୍ରଣାଳୀ – ପ୍ରଥମେ ପିଆଜ, ଟମାଟୋ, କଞ୍ଚାଲଙ୍କା ଓ ଅଖରୋଟକୁ କାଟି ନିଅନ୍ତୁ । ମିଡିଅମ୍ ଆଞ୍ଚରେ ପ୍ରେସର୍ କୁକରରେ ତେଲ ପକାଇ ଗରମ କରନ୍ତୁ । ତେଲ ଗରମ ହେବା ପରେ ଏଥିରେ ପିଆଜ ପକାଇ ହାଲୁକା ବ୍ରାଉନ୍ ହେବା ଯାଏଁ ଭାଜନ୍ତୁ । ପିଆଜ ଭାଜି ହେବା ପରେ ଅଦା ରସୁଣ ପେଷ୍ଟ ପକାଇ ଭାଜନ୍ତୁ । ପରେ ଏଥିରେ ଟମାଟ ପକାଇ ନରମ ହେବା ଯାଏଁ ରାନ୍ଧନ୍ତୁ । ଏହାପରେ ଏଥିରେ ସମସ୍ତ ଗୁଣ୍ଡ ମସଲା ଓ ଅଖରୋଟ ପକାଇ କିଛି ସମୟ ଯାଏଁ ଭାଜନ୍ତୁ । ବର୍ତ୍ତମାନ କୁକରରେ ମଟନ୍ ଓ ଅଳ୍ପ ପାଣି ଦେଇ ୪ରୁ ୫ଟି ସିଟି ଦିଅନ୍ତୁ । ଅନ୍ୟପଟେ ପ୍ୟାନ୍ ବସାଇ ଏଥିରେ ନଡିଆ କୋରା ପକାଇ ବ୍ରାଉନ୍ ହେବା ଯାଏଁ ଭାଜନ୍ତୁ । ଏହାକୁ ଥଣ୍ଡା କରି ଗୁଣ୍ଡ କରିନିଅନ୍ତୁ । ଏହାକୁ ମଟନ୍ରେ ମିଶାଇ ପୁଣି ୧୦ ରୁ ୧୫ ମିନିଟ୍ ଯାଏଁ ରାନ୍ଧନ୍ତୁ । ପରେ ଆଞ୍ଚ ବନ୍ଦ କରିନିଅନ୍ତୁ । ପ୍ରସ୍ତୁତ ହୋଇଗଲା ଅଖରୋଟ ମଟନ୍ ।




