କାର୍ତ୍ତିକ ମାସରେ ଖାଆନ୍ତୁ ଅଗସ୍ତି ଶାଗ

ସମୟ ଲାଇଭ୍‍ ୧୬/୧୦: କାର୍ତ୍ତିକମାସରେ ଅଗସ୍ତି ଶାଗ ଖାଇବାର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ତେବେ ଖୁବ୍‍ କମ୍‍ ଲୋକ ଏହା ପଛର ବୈଜ୍ଞାନିକ କାରଣ ଜାଣନ୍ତି। କାର୍ତ୍ତିକ ମାସରେ ସାଧାରଣତଃ ଲୋକମାନେ ଆମିଷ ଭୋଜନ ତ୍ୟାଗ କରିଥା’ନ୍ତି। ତେଣୁ ମାଛ, ମାଂସ, ଅଣ୍ଡା ଆଦିରେ ଥିବା ପୋଷକ ଶରୀରକୁ ମିଳିଥାଏ। ତେବେ ଏହି ସବୁ ପୋଷକର ଆବଶ୍ୟକତା ପୂରଣ କରିବା ପାଇଁ ଏହା ବଦଳରେ ଅଗସ୍ତି ଶାଗ ଖାଇବା ଦ୍ୱାରା ସୁଫଳ ମିଳିଥାଏ। କେବଳ ଅଗସ୍ତି ଶାଗ […]

Samaya Live Picture
Published On

ସମୟ ଲାଇଭ୍‍ ୧୬/୧୦: କାର୍ତ୍ତିକମାସରେ ଅଗସ୍ତି ଶାଗ ଖାଇବାର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ତେବେ ଖୁବ୍‍ କମ୍‍ ଲୋକ ଏହା ପଛର ବୈଜ୍ଞାନିକ କାରଣ ଜାଣନ୍ତି। କାର୍ତ୍ତିକ ମାସରେ ସାଧାରଣତଃ ଲୋକମାନେ ଆମିଷ ଭୋଜନ ତ୍ୟାଗ କରିଥା’ନ୍ତି। ତେଣୁ ମାଛ, ମାଂସ, ଅଣ୍ଡା ଆଦିରେ ଥିବା ପୋଷକ ଶରୀରକୁ ମିଳିଥାଏ।

ତେବେ ଏହି ସବୁ ପୋଷକର ଆବଶ୍ୟକତା ପୂରଣ କରିବା ପାଇଁ ଏହା ବଦଳରେ ଅଗସ୍ତି ଶାଗ ଖାଇବା ଦ୍ୱାରା ସୁଫଳ ମିଳିଥାଏ।
କେବଳ ଅଗସ୍ତି ଶାଗ ନୁହେଁ ବରଂ ଅଗସ୍ତି ଫୁଲ ଓ କଢ଼କୁ ମଧ୍ୟ ଖାଦ୍ୟରେ ସାମିଲ କରାଯାଇଥାଏ। ଏଥିରେ ଯଥେଷ୍ଟ ପରିମାଣର ଆଇରନ୍‍, କ୍ୟାଲସିୟମ୍‍, ଓ ଭିଟାମିନ୍‍ –ବି ଥାଏ। ତେଣୁ ଏହାକୁ ଖାଦ୍ୟରେ ସାମିଲ କରିବା ଦ୍ୱାରା ଆମିଷ ଖାଇବା ବିଶେଷ ଆବଶ୍ୟକ ହୋଇ ନଥାଏ। ତେବେ କେହି କେହି ଏହାର ଫଳକୁ ମଧ୍ୟ ମଟର ଛୁଇଁ ପରି ଖାଦ୍ୟରେ ବ୍ୟବହାର କରିଥା’ନ୍ତି।
ସେହିପରି କାର୍ତ୍ତିକମାସ ଶୀତଋତୁରେ ହୋଇଥାଏ ଏବଂ ଏହିଦିନଗୁଡ଼ିକରେ ତୁଣ୍ଡ ଘା, ଜିଭ ଘା, କଳଖିଆ ଆଦି ସମସ୍ୟା ଉପୁଜିଥାଏ। ତେବେ ଅଗସ୍ତିି ଶାଗରେ ଥିବା ପୋଷକ ଏହି ସବୁ ସମସ୍ୟାରୁ ମୁକ୍ତ କରିଥାଏ।
ଏହା ଖାଇବା ଦ୍ୱାରା ପାଚନ କ୍ରିୟା ତ୍ୱରାନ୍ୱିତ ହେବା ସହ ମସ୍ତିଷ୍କ ଶାନ୍ତ ରହିଥାଏ।

Tags: