ବର୍ଷାରେ ଓଦା ହେବା ପରେ…
ସାଧାରଣତଃ ବର୍ଷାରେ ଓଦା ହେଲେ ମୁଣ୍ଡ ବିନ୍ଧା, ସ୍କିନ୍ ଆଲର୍ଜି ଏବଂ ଆଖି ସଂକ୍ରମିତ ହେବାର ବିପଦ ରହିଥାଏ । ତେଣୁ ବର୍ଷାରେ ଲଗାତାର ଓଦା ହୁଅନ୍ତୁ ନାହିଁ । ଯଦି ଓଦା ହୋଇଯାଉଛନ୍ତି ତାହେଲେ ଆପଣାନ୍ତୁ କିଛି ଉପାୟ.. -ମୁଣ୍ଡ ଘୋଡ଼ାଇବାକୁ ଚେଷ୍ଟା କରନ୍ତୁ । କାରଣ ପାଣି ପ୍ରଥମେ ମୁଣ୍ଡରେ ହିଁ ପଡ଼ିଥାଏ । ଶରୀରର ସମସ୍ତ କାର୍ଯ୍ୟ ପ୍ରଣାଳୀ ମସ୍ତିଷ୍କ ଜରିଆରେ ସଂଚାଳିତ ହୋଇଥାଏ । ତେଣୁ ମୁଣ୍ଡକୁ ବର୍ଷା ପାଣିରୁ ଦୂରେଇ […]
ସାଧାରଣତଃ ବର୍ଷାରେ ଓଦା ହେଲେ ମୁଣ୍ଡ ବିନ୍ଧା, ସ୍କିନ୍ ଆଲର୍ଜି ଏବଂ ଆଖି ସଂକ୍ରମିତ ହେବାର ବିପଦ ରହିଥାଏ । ତେଣୁ ବର୍ଷାରେ ଲଗାତାର ଓଦା ହୁଅନ୍ତୁ ନାହିଁ । ଯଦି ଓଦା ହୋଇଯାଉଛନ୍ତି ତାହେଲେ ଆପଣାନ୍ତୁ କିଛି ଉପାୟ..
-ମୁଣ୍ଡ ଘୋଡ଼ାଇବାକୁ ଚେଷ୍ଟା କରନ୍ତୁ । କାରଣ ପାଣି ପ୍ରଥମେ ମୁଣ୍ଡରେ ହିଁ ପଡ଼ିଥାଏ । ଶରୀରର ସମସ୍ତ କାର୍ଯ୍ୟ ପ୍ରଣାଳୀ ମସ୍ତିଷ୍କ ଜରିଆରେ ସଂଚାଳିତ ହୋଇଥାଏ । ତେଣୁ ମୁଣ୍ଡକୁ ବର୍ଷା ପାଣିରୁ ଦୂରେଇ ରଖନ୍ତୁ ।

-ବର୍ଷାରେ ଓଦା ହେବା ପରେ ତୁରନ୍ତ ଘରେ ପହଞ୍ଚି ପୋଷାକ ବଦଳାଇବାକୁ ଭୂଲନ୍ତୁ ନାହିଁ । ଶୁଖିଲା କପଡ଼ା ପିନ୍ଧିବା ଦ୍ୱାରା ଶରୀର ତାପମାତ୍ରା ସାମାନ୍ୟ ଅବସ୍ଥାକୁ ଫେରିଆସିଥାଏ । ପୋଷାକକୁ ବଦଳାଇବାର କାରଣ ହେଉଛି ଏଥିରେ ଥିବା ଫଙ୍ଗସ୍ ଏବଂ ସଂକ୍ରମଣ ବ୍ୟାପୀ ପାରିନଥାଏ ।
-ବର୍ଷାରେ ଓଦା ହେବା ପରେ ସର୍ବପ୍ରଥମେ ମୁଣ୍ଡକୁ ଭଲ ଭାବରେ ଫୋଛନ୍ତୁ । ଅଧିକ ସମୟ ମୁଣ୍ଡରେ ପାଣି ଜମିଲେ ଥଣ୍ଡା କାଶ ହେବାର ଆଶଙ୍କା ବଢିଯାଇଥାଏ ।
-କପଡ଼ା ବଦଳିବା ପରେ କୌଣସି ଆଣ୍ଟିବ୍ୟାକେଫରିଆଲ୍ କ୍ରିମକୁ ପୁରା ଶରୀରରେ ଲଗାନ୍ତୁ । ଏପରି କଲେ ଶରୀରେ ଥିବା ବ୍ୟାକେଫରିଆ ମରିଯାଇଥାଏ । ଯାହାଦ୍ୱାରା ସ୍କିନ୍ ଆଲର୍ଜିରୁ ବଞ୍ଚିପାରିବେ ।

-ଏହାପରେ ଗରମ ଗରମ ଚା, କଫି, ସୁପ୍ କିମ୍ବା କାଢା ପିଇବା ଆବଶ୍ୟକ । ଏହା କେବଳ ଯେ ଶରୀରରେ ଶକ୍ତି ବଢାଇନଥାଏ ବରଂ ଶରୀରର ତାପମାତ୍ରାକୁ ବାଲାନ୍ସ କରିବାରେ ସାହାଯ୍ୟ କରିଥାଏ । କାଢା ପିଇବା ବହୁତ ଲାଭଦାୟକ ହୋଇଥାଏ । ଏହା ରୋଗ ପ୍ରତିରୋଧକ କ୍ଷମତାକୁ ମଜବୁତ କରିଥାଏ ।
-ବର୍ଷା ଦିନେ ଜୋତା ପିନ୍ଧିବା ଭଲ ଅଭ୍ୟାସ । ହେଲେ ସ୍ଲିପର ଚପଲ ପିନ୍ଧି ଓଦା ହେଲେ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ଥାଏ । ତେଣୁ ଘରକୁ ଆସିଲେ ତୁରନ୍ତ ପାଦକୁ ଭଲ ଭାବରେ ଧୋଇ ଦିଅନ୍ତୁ ।




