ଏଡିଏଚ୍ଡି
ଆଟେନ୍ସନ୍ ଡେଫିସିଟି ହାଇପରକ୍ୟାଟିଭିଟି ଡିସ୍ଅର୍ଡର ବା ଏଡିଏଚ୍ଡି ଏକ ଏଭଳି ରୋଗ ଯେଉଁଥିରେ ଅନେକ ପୀଡିତ ଥାଆନ୍ତି ହେଲେ ଏହାର ଲକ୍ଷଣ ଚିହ୍ନି ଏହାକୁ ଜାଣିବା କଷ୍ଟକର ହୋଇଥାଏ । ଏହା ଏହ ମାନସିକ ସମସ୍ୟା ଯେଉଁଥିରେ ରୋଗୀ ମାନସିକ ସ୍ତରରେ ଅନ୍ୟମନସ୍କ ରହିଥାଏ । ଏହି ରୋଗରେ ଜଣେ ପିଲାଦିନୁ ପୀଡିତ ହେଲେ ମଧ୍ୟ ଏହାକୁ ଚିହ୍ନଟ କରିବା କଷ୍ଟସାଧ୍ୟ । ପ୍ରଥମେ ଏହାର ପ୍ରାଥମିକ ଲକ୍ଷଣକୁ ଚିହ୍ନିବାକୁ ହୋଇଥାଏ । ଏହି ରୋଗରେ ପୀଡିତମାନେ […]
ଆଟେନ୍ସନ୍ ଡେଫିସିଟି ହାଇପରକ୍ୟାଟିଭିଟି ଡିସ୍ଅର୍ଡର ବା ଏଡିଏଚ୍ଡି ଏକ ଏଭଳି ରୋଗ ଯେଉଁଥିରେ ଅନେକ ପୀଡିତ ଥାଆନ୍ତି ହେଲେ ଏହାର ଲକ୍ଷଣ ଚିହ୍ନି ଏହାକୁ ଜାଣିବା କଷ୍ଟକର ହୋଇଥାଏ । ଏହା ଏହ ମାନସିକ ସମସ୍ୟା ଯେଉଁଥିରେ ରୋଗୀ ମାନସିକ ସ୍ତରରେ ଅନ୍ୟମନସ୍କ ରହିଥାଏ । ଏହି ରୋଗରେ ଜଣେ ପିଲାଦିନୁ ପୀଡିତ ହେଲେ ମଧ୍ୟ ଏହାକୁ ଚିହ୍ନଟ କରିବା କଷ୍ଟସାଧ୍ୟ । ପ୍ରଥମେ ଏହାର ପ୍ରାଥମିକ ଲକ୍ଷଣକୁ ଚିହ୍ନିବାକୁ ହୋଇଥାଏ । ଏହି ରୋଗରେ ପୀଡିତମାନେ କୌଣସି ଗୋଟିଏ କଥାରେ ଫୋକସ କରିପାରି ନଥାନ୍ତି। ସେମାନେ ଛୋଟଛୋଟ କଥା ଭୁଲି ଯାଇଥାଆନ୍ତି । ଏମାନେ ସବୁବେଳେ ଅନ୍ୟମନସ୍କ ରହୁଥିବାର ଦେଖିବାକୁ ମିଳିଥାଏ । ଯେ କେହି ବି ଏମାନଙ୍କୁ ନିଜ କାମରୁ ଡିଷ୍ଟ୍ରାକଫ କରିପାରିବେ । ଗୋଟିଏ ଯାଗାରେ ଥୟ ହୋଇ ବସିବା ଏମାନଙ୍କ ପାଖରେ ବେଶ କଷ୍ଟସାଧ୍ୟ ହୋଇଥାଏ । ସବୁବେଳେ ଅନ୍ୟମାନଙ୍କ କଥାରେ ମୁଣ୍ଡ ପୁରାଇବା ଏମାନଙ୍କର ଅଭ୍ୟାସ ହୋଇଥାଏ । ତେବେ ଯଦି ଏଭଳି ରୋଗ କାହା ନିକଟରେ ଦେଖିବାକୁ ମିଳୁଛି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏଥିନିମନ୍ତେ ଅନେକ ଥେରାପି ରହିଛି, ଯାହା ସାହାଯ୍ୟରେ ଏହାକୁ ଚିକିତ୍ସା କରାଯାଇପାରିବ । ଏହା ଏକ ମାନସିକ ରୋଗ ହୋଇଥିବାରୁ ଏହାକୁ ଚିହ୍ନଟ କରିବା ସହିତ ଏହାର ଚିକିତ୍ସା ଆବଶ୍ୟକତା ବେଶି ରହିଛି ।




