କେକ୍‌ ବାୟୋଡାଟା

ଗୋଟିଏ ଚାକିରି ପାଇଁ ବାୟୋଡାଟା ଫର୍ମ ଅନେକ ଗୁରୁତ୍ୱ ବହନ କରିଥାଏ । ଏଥିରେ ଜଣେ ପ୍ରାର୍ଥୀ ନିଜର ଶିକ୍ଷାଗତ ଯୋଗ୍ୟତା, କାର୍ଯ୍ୟଦକ୍ଷତା ଭଳି ଅନେକ ସମ୍ବନ୍ଧରେ ସୂଚନା ଦେଇଥାଏ । ଏହା ଜଣଙ୍କୁ ଚାକିରି ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ । ଏକ ଭଲ ବାୟୋଡାଟା ଜଣେ କର୍ମଚାରୀର କାର୍ଯ୍ୟାଳୟରେ ଭଲ ପ୍ରଭାବ ପକାଇବାରେ ବେଶ ସହାୟକ ହୋଇଥାଏ । ତେଣୁ ବର୍ତ୍ତମାନ ସମସ୍ତେ ନିଜର ବାୟୋଡାଟାକୁ ବିଭିନ୍ନ ସୃଜନଶୀଳତାକୁ ବ୍ୟବହାର କରି ପ୍ରଭାବଶାଳୀ ଉପାୟରେ […]

Samaya Live Picture
Published On

ଗୋଟିଏ ଚାକିରି ପାଇଁ ବାୟୋଡାଟା ଫର୍ମ ଅନେକ ଗୁରୁତ୍ୱ ବହନ କରିଥାଏ । ଏଥିରେ ଜଣେ ପ୍ରାର୍ଥୀ ନିଜର ଶିକ୍ଷାଗତ ଯୋଗ୍ୟତା, କାର୍ଯ୍ୟଦକ୍ଷତା ଭଳି ଅନେକ ସମ୍ବନ୍ଧରେ ସୂଚନା ଦେଇଥାଏ । ଏହା ଜଣଙ୍କୁ ଚାକିରି ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ । ଏକ ଭଲ ବାୟୋଡାଟା ଜଣେ କର୍ମଚାରୀର କାର୍ଯ୍ୟାଳୟରେ ଭଲ ପ୍ରଭାବ ପକାଇବାରେ ବେଶ ସହାୟକ ହୋଇଥାଏ । ତେଣୁ ବର୍ତ୍ତମାନ ସମସ୍ତେ ନିଜର ବାୟୋଡାଟାକୁ ବିଭିନ୍ନ ସୃଜନଶୀଳତାକୁ ବ୍ୟବହାର କରି ପ୍ରଭାବଶାଳୀ ଉପାୟରେ ପ୍ରସ୍ତୁତ କରୁଛନ୍ତି ।

ସେହି କ୍ରମରେ ଗୋଟିଏ ବାୟୋଡାଟା ବର୍ତ୍ତମାନ ଇଣ୍ଟରନେଟ୍‌ରେ ଭାଇରାଲ ହେବାରେ ଲାଗିଛି । ପୁଆ ନାମୀ ଜଣେ ମହିଳା ନିଜ ବାୟୋଡାଟାକୁ ଏକ କେକ୍‌ ଉପରେ ପ୍ରିଣ୍ଟ କରି ନିଯୁକ୍ତିକାରୀଙ୍କ ପାଖକୁ ପଠାଇଛି । ମହିଳା ଜଣଙ୍କ କିଛି ସ୍ୱତନ୍ତ୍ର କରିବାକୁ ଚାହୁଁଥିଲେ, ଯେଉଁଥିପାଇଁ ସେ ଏହି ଉପାୟ ଆପଣାଇଥିବା ମତ ଦେଇଛନ୍ତି ।

କେକ୍‌ ବାୟୋଡାଟା

ପୂର୍ବ କାର୍ଯ୍ୟାଳୟରେ ତାଙ୍କର ସୃଜନଶୀଳତାକୁ ନେଇ ପ୍ରଶ୍ନ ଉଠାଯାଉଥିଲା, ଯାହା ତାଙ୍କୁ ବେଶ୍‌ ବାଧିଥିଲା । ଏହାପରେ ସେ ଏହି ହଟକେ ଉପାୟରେ ନିଜର ନୂତନ ବସଙ୍କୁ ପ୍ରଭାବିତ କରିବାକୁ ଚାହୁଁଛନ୍ତି । ବର୍ତ୍ତମାନ ମହିଳାଙ୍କର ଏହି କେକ୍‌ଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ତାଙ୍କର ଏହି ହଟକେ ଉପାୟକୁ ବେଶ ପସନ୍ଦ କରୁଛନ୍ତି ।