ମସ୍ତିଷ୍କ ପାଇଁ ଭଲ ସୁଗନ୍ଧ

ଶୋଇଥିବା ସମୟରେ ଆମ ବ୍ରେନ୍‌ ଯଦି ସୁଗନ୍ଧର ସମ୍ପର୍କରେ ଆସିଥାଏ ତେବେ ମସ୍ତିଷ୍କର କାର୍ଯ୍ୟକ୍ଷମତା ବଢିଥାଏ । ଏପରି ଦାବି କାଲିଫର୍ଣ୍ଣିଆ ୟୁନିଭର୍ସିଟିର ଗବେଷକମାନେ ଦାବି କରିଛନ୍ତି । ଗବେଷକଙ୍କ ଅନୁସାରେ ସୁଗନ୍ଧିତ ପବନ ସଂସ୍ପର୍ଶରେ ଆସିବ ଫଳରେ ଆମର ମସ୍ତିଷ୍କର ନୁରୋଲୋଜି କ୍ଷେତ୍ର ପ୍ରଭାବିତ ହୋଇଥାଏ । ଏହି କାରଣରୁ ବୌଦ୍ଧିକ କ୍ଷମତା ମଧ୍ୟ ବଢିଥାଏ । ଗବେଷକମାନେ ୬୦ରୁ ୮୫ ବର୍ଷ ମଧ୍ୟରେ କିଛି ପୁରୁଷ ଓ ମହିଳାଙ୍କୁ ନେଇ ଏହି ଗବେଷଣା କରିଛନ୍ତି […]

Samaya Live Picture
Published On

ଶୋଇଥିବା ସମୟରେ ଆମ ବ୍ରେନ୍‌ ଯଦି ସୁଗନ୍ଧର ସମ୍ପର୍କରେ ଆସିଥାଏ ତେବେ ମସ୍ତିଷ୍କର କାର୍ଯ୍ୟକ୍ଷମତା ବଢିଥାଏ । ଏପରି ଦାବି କାଲିଫର୍ଣ୍ଣିଆ ୟୁନିଭର୍ସିଟିର ଗବେଷକମାନେ ଦାବି କରିଛନ୍ତି । ଗବେଷକଙ୍କ ଅନୁସାରେ ସୁଗନ୍ଧିତ ପବନ ସଂସ୍ପର୍ଶରେ ଆସିବ ଫଳରେ ଆମର ମସ୍ତିଷ୍କର ନୁରୋଲୋଜି କ୍ଷେତ୍ର ପ୍ରଭାବିତ ହୋଇଥାଏ । ଏହି କାରଣରୁ ବୌଦ୍ଧିକ କ୍ଷମତା ମଧ୍ୟ ବଢିଥାଏ । ଗବେଷକମାନେ ୬୦ରୁ ୮୫ ବର୍ଷ ମଧ୍ୟରେ କିଛି ପୁରୁଷ ଓ ମହିଳାଙ୍କୁ ନେଇ ଏହି ଗବେଷଣା କରିଛନ୍ତି । ତଥ୍ୟ ଅନୁସାରେ ପ୍ରତିଦିନ ଶୋଇବା ଆଗରୁ ରୁମ୍‌ରେ ବିଭିନ୍ନ ପ୍ରକାରର ସୁଗନ୍ଧିତ ଦ୍ରବ୍ୟ ପକାଇବା ଦ୍ୱାରା ମାନସିକ ଶାନ୍ତି ମିଳିଥାଏ । ଏହା ଦ୍ୱାରା ଡିମେନ୍ସିଆ ଭଳି ରୋଗରେ ସୁଧାର ଆସିଥାଏ । ବୟସ୍କଙ୍କ କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥାଏ ବୋଲି ଏହି ଗବେଷଣାରେ ଜଣା ପଡିଛି । ସେମାନଙ୍କ ମସ୍ତଷ୍କର କ୍ଷମତା ବଢିଥାଏ । ତେଣୁ କେବଳ କ୍ରସୱାର୍ଡ ପଜଲ ସଲ¶ କରିବା ନୁହେଁ ସେମାନଙ୍କୁ ବିଭିନ୍ନ ସୁଗନ୍ଧିତ ଦ୍ରବ୍ୟ ସମ୍ପର୍କରେ ଆସିବାକୁ ଦିଅନ୍ତୁ । ସେମାନଙ୍କ ପାଇଁ ଏହା ଉପକାରୀ ହୋଇଥାଏ । ଏହି ଗବେଷଣାରେ କିଛି ଲୋକଙ୍କୁ ଗୋଲାପ, ରୋଜମେରୀ ବଲି ସୁଗନ୍ଧିତ ଥିବା ପାକୃତିକ ତେଲ ଦିଆଯାଇଥିଲା । ସେହିଭଳି କିଛି ଲୋକଙ୍କୁ ଏହି ତେଲର ନକଲି ବା କମ ସୁଗନ୍ଧ ଥିବା ସାମଗ୍ରୀ ଦିଆଯାଇଥିଲା । ସେମାନେ ଏହାକୁ ଛଅମାସ ଧରି ପ୍ରତିଦିନ ରାତିରେ ଶୋଇବାର ଦୁଇରୁ ତିନି ଘଣ୍ଟା ପୂର୍ବରୁ ନିଜ ରୁମ୍‌ରେ ପକାଇଥିଲେ । ଛଅ ମାସ ପରେ ସେମାନଙ୍କର ମସ୍ତିଷ୍କର ସକ୍ରିୟତାକୁ ନେଇ ପରୀକ୍ଷା କରାଯାଇଥିଲା । ଏହି ପରୀକ୍ଷାରେ ସେମାନଙ୍କର ପୂର୍ବ ଏବଂ ବର୍ତ୍ତମାନ ଭିତରେ ଅନେକ ପାର୍ଥକ୍ୟ ଦେଖିବାକୁ ମିଳିଥିଲା । ସେମାନଙ୍କର ଭାବିବା ଓ ସ୍ମରଣଶକ୍ତିରେ ପରିବର୍ତ୍ତନ ଆସିଥିବା ଜଣା ପଡିଥିଲା ।

Tags: