ଥ୍ରୀଡି ପ୍ରିଣ୍ଟେଡ୍ ଇ୩- ସ୍କିନ୍
ବର୍ତ୍ତମାନ ବିଜ୍ଞାନ ଅନେକ ଉପରକୁ ଯାଇଛି । ବିଜ୍ଞାନକୁ ବ୍ୟବହାର କରି ଏଭଳି ଅନେକ ଉପକରଣର ଉଦ୍ଭାବନ ହେଉଛି, ଯାହା ଲୋକଙ୍କର ବିଭିନ୍ନ ଉପକାରରେ ଆସୁଛି । ସେହିଭଳି ବର୍ତ୍ତମାନ ପିନ୍ଧାଯାଇପାରୁଥିବା ହେଲ୍ଥ ଡିଭାଇସ୍ ସ୍ୱାସ୍ଥ୍ୟ ବିଭାଗରେ ଏକ ପ୍ରକାର ବିପ୍ଳବ ଆଣିବାରେ ସକ୍ଷମ ହୋଇପାରିବ । ଏଭଳି ଡିଭାଇସ କାରଣରୁ ଆମକୁ ରିଅଲ ଟାଇମ୍ ଟ୍ରାକିଂ,ଟ୍ରିଟ୍ମେଣ୍ଟ୍ରେ ସୁବିଧା, ଆଗୁଆ ରୋଗ ଚିହ୍ନଟ ଆଦିରେ ସହାୟତା ହେବ । ତେବେ ଏହି ଡିଭାଇସ୍ ନିର୍ମାଣରେ ଦେଖାଯାଉଥିବା ଚ୍ୟାଲେଞ୍ଜ […]
ବର୍ତ୍ତମାନ ବିଜ୍ଞାନ ଅନେକ ଉପରକୁ ଯାଇଛି । ବିଜ୍ଞାନକୁ ବ୍ୟବହାର କରି ଏଭଳି ଅନେକ ଉପକରଣର ଉଦ୍ଭାବନ ହେଉଛି, ଯାହା ଲୋକଙ୍କର ବିଭିନ୍ନ ଉପକାରରେ ଆସୁଛି । ସେହିଭଳି ବର୍ତ୍ତମାନ ପିନ୍ଧାଯାଇପାରୁଥିବା ହେଲ୍ଥ ଡିଭାଇସ୍ ସ୍ୱାସ୍ଥ୍ୟ ବିଭାଗରେ ଏକ ପ୍ରକାର ବିପ୍ଳବ ଆଣିବାରେ ସକ୍ଷମ ହୋଇପାରିବ । ଏଭଳି ଡିଭାଇସ କାରଣରୁ ଆମକୁ ରିଅଲ ଟାଇମ୍ ଟ୍ରାକିଂ,ଟ୍ରିଟ୍ମେଣ୍ଟ୍ରେ ସୁବିଧା, ଆଗୁଆ ରୋଗ ଚିହ୍ନଟ ଆଦିରେ ସହାୟତା ହେବ । ତେବେ ଏହି ଡିଭାଇସ୍ ନିର୍ମାଣରେ ଦେଖାଯାଉଥିବା ଚ୍ୟାଲେଞ୍ଜ ଗୁଡିକ କାଲିଫର୍ଣ୍ଣିଆ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନୋଲୋଜିର ବୈଜ୍ଞାନିକଙ୍କ ପାଇଁ ପ୍ରେରଣା ଭାବେ କାମ କରିଥିଲା । ସେଠିକାର ବୈଜ୍ଞାନିକମାନେ ଏକ ଇ ସ୍କିନ୍ର ଉଦ୍ଭାବନ କରିଛନ୍ତି । ଏହି ସ୍କିନ୍କୁ ଥ୍ରୀଡି ପ୍ରିଣ୍ଟିଂ ଜରିଆରେ ଉଦ୍ଭାବନ କରାଯାଇଛି ଯାହାର ନାଁ ରଖାଯାଇଛି ଇ୩- ସ୍କିନ୍ । ଇ୩ର ଅର୍ଥି ହେଉଛି ‘ଏପିଫ୍ଲìଇଡିକ୍ ଇଲାଷ୍ଟିକ୍ ଇଲେକଟ୍ରୋନିକ୍’ ସ୍କିନ୍ । ଏହି ସ୍କିନ୍କୁ ସହଜ ଭାବେ ହାତରେ ପିନ୍ଧାଯାଇପାରିବ । ଏଥିରେ ଏକ ଥ୍ରୀଡି ପ୍ରିଣ୍ଟେଡ୍ ବାୟୋକେମିକାଲ ସେନ୍ସର ଓ ମାଇକ୍ରୋଫ୍ଲìଇଡିକ୍ ସିଷ୍ଟମ ରହିଛି, ଯାହା ଏହାକୁ ପରିଚାଳିତ କରିଥାଏ । ଏହି ସେନ୍ସରକୁ ବ୍ୟବହାର କରି ଅନେକ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ସୂଚନା ମିଳିପାରିବ ବୋଲି ବୈଜ୍ଞାନିକ ମତ ଦେଇଛନ୍ତି । ଏଥିରେ ବ୍ୟବହାର ହୋଇଥିବା ମାଇକ୍ରୋଫ୍ଲìଇଡ୍ ମଣିଷର ଝାଳକୁ ଆନାଲାଇଜ୍ କରିବାରେ ସହାୟତା କରିଥାଏ । ଏହି ଇ୩- ସ୍କିନ୍ରେ ଏକ ସୋଲାର ସେଲ୍ ଲଗାଯାଇଛି, ଯାହା ଲାଇଟ୍ ଓ ସୂର୍ଯ୍ୟ କିରଣରେ ଯେ କୌଣସି ବି ସ୍ଥାନରେ ଚାର୍ଜ ହୋଇଥାଏ ଏବଂ ଏହାକୁ ମାଇକ୍ରୋ- ସୁପରକାପାସିଟରରେ ଷ୍ଟୋର କରି ରଖିଥାଏ । ବର୍ତ୍ତମାନ ଏହା ଉପରେ ଆହୁରି ଗବେଷଣା ଜାରି ରହିଥିବା ବୈଜ୍ଞାନିକ ପ୍ରକାଶ କରିଛନ୍ତି । ଆଗକୁ ଏହା ମେଡିକାଲ କ୍ଷେତ୍ରରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବ ବୋଲି ସେମାନେ ଆଶା ରଖିଛନ୍ତି ।




