୬୦ ବର୍ଷ ଧରି ଅନିଦ୍ରା

ଭିଏତ୍‌ନାମାର ଜଣେ ବ୍ୟକ୍ତି ଦୀର୍ଘ ୬୦ ବର୍ଷ ହେବ ଶୋଇ ନାହାନ୍ତି । ହଁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ଏହା ସତ୍ୟ ଅଟେ । ତେବେ ଆସନ୍ତୁ ଜାଣିବା ଏହାର କାରଣ କଣ ଡ୍ରିୟୁ ବିନସ୍କେ ନାମକ ଜଣେ ୟୁ-ଟ୍ୟୁବର ତାଙ୍କ ଚ୍ୟାନେଲରେ ଜଣେ ୮୦ ବର୍ଷୀୟ ବ୍ୟକ୍ତି ୬୦ ବର୍ଷ ହେବ ଶୋଇନଥିବାର ଏକ ଭ୍‌ଡିଓ ପୋଷ୍ଟ କରିଥିଲେ । ଭିଏତ୍‌ନାମାର ଥାଇ ନାଗୋକ ନାମକ ବ୍ୟକ୍ତି । ଏହି ବ୍ୟକ୍ତି ଜଣକ […]

Samaya Live Picture
Published On

ଭିଏତ୍‌ନାମାର ଜଣେ ବ୍ୟକ୍ତି ଦୀର୍ଘ ୬୦ ବର୍ଷ ହେବ ଶୋଇ ନାହାନ୍ତି । ହଁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ଏହା ସତ୍ୟ ଅଟେ । ତେବେ ଆସନ୍ତୁ ଜାଣିବା ଏହାର କାରଣ କଣ
ଡ୍ରିୟୁ ବିନସ୍କେ ନାମକ ଜଣେ ୟୁ-ଟ୍ୟୁବର ତାଙ୍କ ଚ୍ୟାନେଲରେ ଜଣେ ୮୦ ବର୍ଷୀୟ ବ୍ୟକ୍ତି ୬୦ ବର୍ଷ ହେବ ଶୋଇନଥିବାର ଏକ ଭ୍‌ଡିଓ ପୋଷ୍ଟ କରିଥିଲେ । ଭିଏତ୍‌ନାମାର ଥାଇ ନାଗୋକ ନାମକ ବ୍ୟକ୍ତି । ଏହି ବ୍ୟକ୍ତି ଜଣକ ବର୍ତ୍ତମାନ ୬୦ ବର୍ଷ ହେବ ଚେଇଁ ରହିଥିବା ନେଇ ଖବର ଏବେ ଇଣ୍ଟରନେଟ୍‌ ଘୁରିବୁଲୁଛି । ସୂଚନାନୁସାରେ ଶେଷଥର ପାଇଁ ୧୯୬୨ ମସିହାରେ ସେ ଶୋଇଥିଲେ । ଆମେ ଜାଣଛୁ ଯେ,ଜଣେ ବ୍ୟକ୍ତିଙ୍କ ପାଇଁ ୭ ରୁ ୮ ଘଣ୍ଟା ଶୋଇବା ଉଚିତ୍‌ । ଯଦି ଏହା କରା ନଯାଏ ତେବେ ଶରୀରରେ ଅସୁସ୍ଥତା ଅନୁଭବ ହୁଏ । ଯେତେବେଳେ ଏହାର କାରଣ ଖୋଜ ଡାକ୍ତର ମାନେ ଜାଣିବାକୁ ପାଇଲେ ଯେ,୧୯୬୨ ମସିହାରେ ତାଙ୍କୁ ପ୍ରବଳ ଜ୍ୱର ହୋଇଥିଲା । ମାତ୍ର ସେ ସୁସ୍ଥ ହେବା ପରେ ତାଙ୍କ ଆଖିର ନିଦ ହଜିଯାଇଥିଲା । ଯେତେ ଶୋଇବାକୁ ଚେଷ୍ଟା କଲେ ମଧ୍ୟ ତାଙ୍କୁ ନିଦ ଆସୁନଥିଲା । ତେବେ ଜାଣିରଖନ୍ତୁ ନିଦ ନ ଆସିବା ଭଳି ରୋଗକୁ ଇନ୍ସୋମନିଆ କୁହାଯାଏ । ଯଦି ଜଣେ ବ୍ୟକ୍ତି ୪ କି ୫ ଦିନ ନ ଶୋଇଥାଏ ତେବେ ତାର ଦେହ ଅସୁସ୍ଥ ହୋଇଥାଏ । ମାତ୍ର ଥାଇ ଆଜକୁ ୬୦ ବର୍ଷ ହେବ ନଶୋଇ ମଧ୍ୟ ସୁସ୍ଥ ରହିଛନ୍ତି । ସେ ଠିକ୍‌ ଭାବେ ଖାଦ୍ୟ ଖାଇବା ସହ ପ୍ରତିଦିନ ଗ୍ରୀନ – ଟି ମଧ୍ୟ ପିଅନ୍ତି ।

Tags: