୨୫ ବର୍ଷ ପରେ ରୁହନ୍ତୁ ହେଲ୍‌ଦି

କେବଳ ଯେ ବୟସ ହେବା ପରେ ନିଜର ସ୍ୱାସ୍ଥ୍ୟର ଯନି ନେବ ତାହା ନୁହେଁ । ସ୍ୱାସ୍ଥ୍ୟର ଯନି ଖୁବ କମ ବୟସରୁ ମଧ୍ୟ ନେବାର ଆବଶ୍ୟକତା ରହିଛି । ୨୫ ବର୍ଷ ହେବା ପରେ ନିଜର ଯନି ନେବା ଆରମ୍ଭ କରନ୍ତୁ । ଏହି ସମୟରେ ଅଧିକ ପରିଶ୍ରମ କରିବାକୁ ପଡିଥାଏ । ପାଠ ପଢା ସହିତ ରୋଜଗାରର ଚିନ୍ତା ଏହି ସମୟରେ ରହିଥାଏ, ତେଣୁ ଖାଦ୍ୟପେୟର ଅଧିକ ଧ୍ୟାନ ରଖିବାକୁ ହୋଇଥାଏ । ତେଣୁ […]

Samaya Live Picture
Published On

କେବଳ ଯେ ବୟସ ହେବା ପରେ ନିଜର ସ୍ୱାସ୍ଥ୍ୟର ଯନି ନେବ ତାହା ନୁହେଁ । ସ୍ୱାସ୍ଥ୍ୟର ଯନି ଖୁବ କମ ବୟସରୁ ମଧ୍ୟ ନେବାର ଆବଶ୍ୟକତା ରହିଛି । ୨୫ ବର୍ଷ ହେବା ପରେ ନିଜର ଯନି ନେବା ଆରମ୍ଭ କରନ୍ତୁ । ଏହି ସମୟରେ ଅଧିକ ପରିଶ୍ରମ କରିବାକୁ ପଡିଥାଏ । ପାଠ ପଢା ସହିତ ରୋଜଗାରର ଚିନ୍ତା ଏହି ସମୟରେ ରହିଥାଏ, ତେଣୁ ଖାଦ୍ୟପେୟର ଅଧିକ ଧ୍ୟାନ ରଖିବାକୁ ହୋଇଥାଏ । ତେଣୁ ଆସନ୍ତୁ ଜାଣିବା ୨୫ ବର୍ଷ ପରେ କଣ ସବୁ ଖାଇବାର ଆବଶ୍ୟକତା ରହିଛି ।
ହେଲ୍‌ଦି କାର୍ବୋହାଇଡ୍ରେଟର ଆବଶ୍ୟକତା ଏହି ସମୟରେ ଅଧିକ ରହିଥାଏ । କାର୍ବୋହାଇଡ୍ରେଟ୍‌ ପ୍ରାଇମେରୀ ଏନର୍ଜୀର ସୋର୍ସ ହୋଇଥାଏ । ଯଦି ଆପଣ ବ୍ୟାୟାମ କରୁଛନ୍ତି ତେବେ ଆପଣଙ୍କୁ ଆକଫିଭ ରଖିବା ପାଇଁ ହେଲଦି କାର୍ବୋ ହାଇଡ୍ରେଟର ଆବଶ୍ୟକତା ପଡିଥାଏ । ହେଲଦି କାର୍ବୋହାଇଡ୍ରେଟ୍‌ ଡାଏଟ୍‌ରେ ଆପଣ ଓଟସ, ଅଟାର ପାସ୍ତା ଆଦିକୁ ଖାଇ ପାରିବେ । କାର୍ବୋହାଇଡ୍ରେଟ ଭଳି ହେଲଦି ଫ୍ୟାଟ ଓ ପ୍ରୋଟିନର ଆବଶ୍ୟକତା ମଧ୍ୟ ଅଧିକ ରହିଛି । ତେଣୁ ଖାଦ୍ୟରେ ଏହି ସମୟରେ ବିଭିନ୍ନ ପ୍ରକାର ପୋଷଣରେ ଭରପୂର ଥିବା ଖାଦ୍ୟ ସାମିଲ କରନ୍ତୁ । ଏହା ଆପଣଙ୍କୁ ସୁସ୍ଥ ରଖିବା ସହିତ ଏନର୍ଜେଟିକ ମଧ୍ୟ ରଖିବ । ଏ ସମସ୍ତ ଖାଦ୍ୟ ଆପଣଙ୍କୁ ହେଲଦି ରଖିବା ସହିତ କୋଲେଷ୍ଟ୍ରୋଲ, ବ୍ଲଡ୍‌ପ୍ରେସର, ଡାଇବେଟିଜ୍‌ ଆଦି ସମସ୍ୟା ହେବାକୁ ଦେଇ ନଥାଏ । ଯଦି ଅଧିକ ଦିନ ପର୍ଯ୍ୟନ୍ତ ସୁସ୍ଥ ରହିବାର ଅଛି, ତେବେ କମ୍‌ ବୟସ ବେଳୁ ନିଜର ଖାଦ୍ୟ ପେୟର ଧ୍ୟାନ ରଖନ୍ତୁ ।

Tags: