୧୫ କୋଟିର ପରଫ୍ୟୁମ

ବିଶ୍ୱବ୍ୟାପୀ କାହାକୁ ବା ପରଫ୍ୟୁମ ଭଲ ଲାଗେନାହିଁ । ଏପରି ସ୍ଥଳେ କାହାକୁ ଲୋକାଲ୍‌ ବ୍ରାଣ୍ଡ୍‌ର ପରଫ୍ୟୁମ ଭଲ ଲାଗେ ତ ଆଉ କେହି ବିଦେଶରୁ ଖୁବ୍‌ ଏକ୍ସପେନ୍‌ସିଭ୍‌ ପରଫ୍ୟୁମ ଲଗାଇବାକୁ ବେଶ୍‌ ପସନ୍ଦ କରନ୍ତି । ଠିକ୍‌ ସେହିଭଳି ଏମିତି ବିକିଛି ଲୋକ ଅଛନ୍ତି ଯେଉଁମାନେ ନିଜ ପାଇଁ ସ୍ପେସାଲ୍‌ ପରଫ୍ୟୁମ ପ୍ରସ୍ତୁତ କରନ୍ତି । ଠିକ୍‌ ସେହିପରି ବର୍ତ୍ତମାନ ଗୋଟିଏ ପରଫ୍ୟୁମ ବ୍ରାଣ୍ଡ୍‌ ନିଜର ଦାମ୍‌କୁ ନେଇ ଚର୍ଚ୍ଚାରେ ରହିଛି । ଯାହାକୁ ବିଶ୍ୱର […]

Samaya Live Picture
Published On

ବିଶ୍ୱବ୍ୟାପୀ କାହାକୁ ବା ପରଫ୍ୟୁମ ଭଲ ଲାଗେନାହିଁ । ଏପରି ସ୍ଥଳେ କାହାକୁ ଲୋକାଲ୍‌ ବ୍ରାଣ୍ଡ୍‌ର ପରଫ୍ୟୁମ ଭଲ ଲାଗେ ତ ଆଉ କେହି ବିଦେଶରୁ ଖୁବ୍‌ ଏକ୍ସପେନ୍‌ସିଭ୍‌ ପରଫ୍ୟୁମ ଲଗାଇବାକୁ ବେଶ୍‌ ପସନ୍ଦ କରନ୍ତି । ଠିକ୍‌ ସେହିଭଳି ଏମିତି ବିକିଛି ଲୋକ ଅଛନ୍ତି ଯେଉଁମାନେ ନିଜ ପାଇଁ ସ୍ପେସାଲ୍‌ ପରଫ୍ୟୁମ ପ୍ରସ୍ତୁତ କରନ୍ତି । ଠିକ୍‌ ସେହିପରି ବର୍ତ୍ତମାନ ଗୋଟିଏ ପରଫ୍ୟୁମ ବ୍ରାଣ୍ଡ୍‌ ନିଜର ଦାମ୍‌କୁ ନେଇ ଚର୍ଚ୍ଚାରେ ରହିଛି । ଯାହାକୁ ବିଶ୍ୱର ସବୁଠୁ ଦାମୀ ପରଫ୍ୟୁମ ବୋଲି କୁହାଯାଉଛି । ଏମିତିକି ଏହାର ବୋତଲର ଦାମ୍‌ ମଧ୍ୟ କୋଟି କୋଟି ଟଙ୍କା ହେବ । ତେବେ ଫ୍ରାନ୍ସର ଏକ କମ୍ପାନୀ ତରଫରୁ ଏହି ପରଫ୍ୟୁମକୁ ଜଣେ ସ୍ପେସାଲ୍‌ ଲୋକଙ୍କ ପାଇଁ ପ୍ରସ୍ତୁତ କରାଯାଇଥିଲା । ୫ କିଲୋ ଓଜନର ଏହି ପରଫ୍ୟୁମକୁ ବିଗତ ଦିନରେ ୧୫ କୋଟି ଟଙ୍କାରେ ବିକ୍ରି କରାଯାଇଥିଲା । ତେବେ ଏହାର ବୋତଲରେ ମଧ୍ୟ ୨ କିଲୋ ଓଜନର ସୁନା ଓ ୧ ହଜାର ହୀରାର ପ୍ରୟୋଗ କରାଯାଇଥିଲା । ଯାହାଫଳରେ ଏହି ଖାଲି ବୋତଲର ଦାମ୍‌ ମଧ୍ୟ କୋଟିଏ ଟଙ୍କା ହେବ ବୋଲି ଉଲ୍ଲେଖ କରାଯାଇଛି ।

Tags: