ସୁସ୍ଥ ଆଖି ପାଇଁ ଖାଦ୍ୟ

ବର୍ତ୍ତମାନର ମୋବାଇଲ୍‌ ଓ ଟିଭି ସ୍କ୍ରିନ୍‌ ଯୁଗରେ ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ଆଖି ସମସ୍ୟା ଦେଖାଦେବା କୌଣସି ଅଶ୍ଚର୍ଯ୍ୟକର କଥା ନୁହେଁ । ଅହରହ ମୋବାଇଲ୍‌ ଫୋନ୍‌ ଦେଖିବା ଏବେ ଆଖି ପ୍ରତି ବଡ଼ ବିପଦର କାରଣ ସାଜୁଛି । ତେଣୁ ଏହାକୁ ଦୂରେଇବା ପାଇଁ ଆମେ ମେଡିକାଲ୍‌ ଚେକଅପ୍‌ ସହିତ ଅନେକ ଔଷଧର ମଧ୍ୟ ବ୍ୟବହାର କରିଥାଉ । ହେଲେ ଔଷଧ ପରିବର୍ତ୍ତେ ନିୟମିତ ସୁସ୍ଥକର ଖାଦ୍ୟ ଖାଇବା ଉପରେ ଯଥେଷ୍ଟ ଧ୍ୟାନ ଦିଅନ୍ତୁ, […]

Samaya Live Picture
Published On

ବର୍ତ୍ତମାନର ମୋବାଇଲ୍‌ ଓ ଟିଭି ସ୍କ୍ରିନ୍‌ ଯୁଗରେ ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ଆଖି ସମସ୍ୟା ଦେଖାଦେବା କୌଣସି ଅଶ୍ଚର୍ଯ୍ୟକର କଥା ନୁହେଁ । ଅହରହ ମୋବାଇଲ୍‌ ଫୋନ୍‌ ଦେଖିବା ଏବେ ଆଖି ପ୍ରତି ବଡ଼ ବିପଦର କାରଣ ସାଜୁଛି । ତେଣୁ ଏହାକୁ ଦୂରେଇବା ପାଇଁ ଆମେ ମେଡିକାଲ୍‌ ଚେକଅପ୍‌ ସହିତ ଅନେକ ଔଷଧର ମଧ୍ୟ ବ୍ୟବହାର କରିଥାଉ । ହେଲେ ଔଷଧ ପରିବର୍ତ୍ତେ ନିୟମିତ ସୁସ୍ଥକର ଖାଦ୍ୟ ଖାଇବା ଉପରେ ଯଥେଷ୍ଟ ଧ୍ୟାନ ଦିଅନ୍ତୁ, ଯାହାଫଳରେ ଆଖି ସମସ୍ୟା ଦେଖାଦେବା ପୂର୍ବରୁ ଏହାକୁ ଏଡ଼ାଇହେବ । ନିମ୍ନରେ ଏଭଳି ଅନେକ ଖାଦ୍ୟର ତାଲିକା ଦିଆଯାଇଛି,ଯାହାଦ୍ୱାରା ଦୃଷ୍ଟିଶକ୍ତି ବୃଦ୍ଧି ପାଇବ । ତେଣୁ ଏସମସ୍ତ ଖାଦ୍ୟକୁ ଡାଏଟ୍‌ରେ ସାମିଲ କରନ୍ତୁ ।

– ଦୃଷ୍ଟିଶକ୍ତି ପାଇଁ ସବୁଠୁ ସୁସ୍ଥକର ଖାଦ୍ୟ ହେଉଛି ପାଳଙ୍ଗ । ଏଥିରେ ଲୁ୍ୟଟେନ୍‌ ଏବଂ ଜ୍ୟାକ୍ସାନ୍‌ଥିନ୍‌ ଭଳି ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ୍‌ ରହିଥାଏ।ଯାହା ଦୃଷ୍ଟିଶକ୍ତି ବଢାଇବା ସହିତ ମୋତିଆବିନ୍ଦୁ ସମସ୍ୟାକୁ କମ୍‌ କରିଥାଏ ।
– ଆଖି ପାଇଁ ଗାଜର ଅନ୍ୟତମ ସ୍ୱାସ୍ଥ୍ୟକାରୀ ଖାଦ୍ୟ ରୂପେ ସାବ୍ୟସ୍ତ ହେବ । ଏଥିରେ ବିଟା କ୍ୟାରୋଟିନ୍‌ ରହିଛି, ଯାହା ଭିଟାମିନ ଏ’ର ଏକ ବଡ଼ ଉତ୍ସ । ଭିଟାମିନ୍‌ ଏ ଦୃଷ୍ଟିଶକ୍ତିକୁ ବୃଦ୍ଧି କରିବା ସହିତ ଅନ୍ଧାରକଣା ରୋଗକୁ
ଦୂରେଇଥାଏ ।
– ଫ୍ଲାକ୍ସସିଡ୍‌ ଓ ଚିଆ ସିଡ୍‌ରେ ଓମେଗା ୩ ଫ୍ୟାଟି ଏସିଡ୍‌ ରହିଛି । ଯାହା ହେଲ୍‌ଦି ଫ୍ୟାଟ୍‌ ରେଟିନାକୁ ସଠିକ୍‌ ଢଙ୍ଗରେ କାର୍ଯ୍ୟ କରିବା ସହିତ ଆଖିକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ତେଣୁ ନିୟମିତ ରୂପେ ଏହାକୁ
ଖାଇବା ଦ୍ୱାରା ଆଖି ସମସ୍ୟାରୁ ମୁକ୍ତି ମିଳିବ ।
– କମଳା, ଲେମ୍ବୁ ଓ ଅଙ୍ଗୁର ଆଦି ଖଟାଜାତୀୟ ଫଳରେ ଭିଟାମିନ ସି ଭରପୂର ମାତ୍ରାରେ ରହିଛି । ଏହା ଆଖିର ବ୍ଲଡ୍‌ ସେଲ୍ସକୁ ସୁସ୍ଥ ରଖିବ ଏବଂ ମୋତିଆବିନ୍ଦୁ ସମସ୍ୟାକୁ କମ୍‌ କରିବ ।
– ଅଣ୍ଡା ମଧ୍ୟ ଆଖି ପାଇଁ ଉନ୍ନତ ତଥା ବେଶ୍‌ ଫଳପ୍ରଦ ସାବ୍ୟସ୍ତ ହେବ । ଏଥିରେ ପ୍ରଚୁର ପରିମାଣର ଲୁ୍ୟଟେନ୍‌, ଜ୍ୟାକ୍ସାନ୍‌ଥିନ୍‌, ଭିଟାମିନ୍‌ ଇ ଏବଂ ଜିଙ୍କ୍‌ ରହିଛି । ଯାହା ଆଖିରେ ପୂର୍ବରୁ ଥିବା ସମସ୍ୟାର ବିପଦକୁ କମ୍‌
କରିବ ।
– ଉପରୋକ୍ତ ଖାଦ୍ୟ ସାମଗ୍ରୀ ସହିତ ମାଛ, ମାଂସ, ଆଲମଣ୍ଡ, ଦୁU ଜାତୀୟ ଖାଦ୍ୟ, କୋବି, କନ୍ଦମୂଳ, ଶାଗ ଆଦି ଅନେକ ସାମଗ୍ରୀ ସୁସ୍ଥ ଆଖି ପାଇଁ ବେଶ୍‌ ଲାଭଦାୟକ ସାବ୍ୟସ୍ତ ହେବ ।

Tags: