ସୁଜି ଖୁଆ ଲଡୁ

ସୁଜି ଖୁଆ ଲଡୁ
Ipsita Picture
By: Ipsita
Published On

 

ରାଖୀରେ ଘରେ କିଛି ମିଠା ପ୍ରସ୍ତୁତ କରି ସେଲିବ୍ରେଟ କରନ୍ତୁ । ଏହି ଅବସରରେ ଘରେ ପ୍ରସ୍ତୁତ କରନ୍ତୁ ସୁଜି ଖୁଆ ଲଡୁ ।

ସାମଗ୍ରୀ

ଛୋଟ ଦାନା ସୁଜି ଏକ କପ୍, ଘିଅ ଅଧାକପ୍, ଖୁଆ ସ୍ୱାଦ ଅନୁସାରେ, ଅଳ୍ପ ଗୁଜୁରାତି ଗୁଣ୍ଡ, ସଜାଇବା ପାଇଁ ଖିସମିସ, ଗୁଣ୍ଡ ଚିନି ଏକ କପ୍

ପ୍ରଣାଳୀ

ପ୍ୟାନ୍ରେ ଅଧାକପ୍ଘିଅ ଗରମ କରନ୍ତୁ । ଏଥିରେ ଏକ କପ୍ସୁଜି ପକାନ୍ତୁ (ଛୋଟ ଦାନା ସୁଜି) ସୁଜିକୁ କିଛି ସମୟ ପର୍ଯ୍ୟନ୍ତ କମ ଆଞ୍ଚରେ ଭାଜନ୍ତୁ । ସୁଜିକୁ ଅଳ୍ପ ଗୋଲେ୍ଡନ୍ହେବା ପର୍ଯ୍ୟନ୍ତ ଭାଜନ୍ତୁ । ସମସ୍ତ ଘିଅ ସୁଜିରେ ମିଶିଯିବା ପରେ ଏଥିରେ ଗ୍ରେଟେଡ୍ଖୁଆ ମିଶାନ୍ତୁ । ଏହାପରେ ଏହାକୁ ଭଲକରି ଗୋଳାନ୍ତୁ । ଖୁଆ ମିଶିବା ପର୍ଯ୍ୟନ୍ତ ସୁଜିକୁ ଭାଜନ୍ତୁ । ଏଥିରେ ବର୍ତ୍ତମାନ ଅଧା ଚାମଚ ଗୁଜୁରାତି ଗୁଣ୍ଡ ପକାଇ ଗ୍ୟାସ ବନ୍ଦ କରିନିଅନ୍ତୁ । ଏକ ପ୍ଲେଟ୍କୁ କାଢି ଥଣ୍ଡା କରନ୍ତୁ । ହାତରେ ଧରିହେଉଥିବା ଭଳି ଗରମ ଥିବା ଅବସ୍ଥାରେ ଏଥିରେ ଗୁଣ୍ଡ ଚିନି ଏକ କପ୍ମିଶାନ୍ତୁ । ହାତରେ ଭଲକରି ମିଶାଇ ନିଅନ୍ତୁ । ଏହାପରେ ହାତରେ ଘିଅ ମାରି ଏହି ମିଶ୍ରଣକୁ ଲଡୁ ଆକାରରେ ଗଢନ୍ତୁ । ପ୍ରସ୍ତୁତ ହୋଇଗଲା ସୁଜି ଖୁଆ ଲଡୁ ।

Tags: