ସମୁଦ୍ର ଭିତରେ ଜନବସତି
By: Samaya Live
ମଣିଷ ଆଜିକାଲି ସବୁଠି ପହଞ୍ଚିବା ସହିତ କିଭଳି ସେଠାରେ ନିଜର ବସତି ସ୍ଥାପନ କରିବ ସେଥିପାଇଁ ଚେଷ୍ଟିତ । ଚନ୍ଦ୍ରରେ ରହିବା ପାଇଁ ଘରକରିବାର ଯୋଜନା ଆରମ୍ଭ କରି ନିକଟରେ ଚୀନ ବେଶ ଚର୍ଚ୍ଚିତ ହୋଇଛି । ତେବେ ବର୍ତ୍ତମାନ ସମୁଦ୍ର ଭିତରେ ଘର କରିବାକୁ ଅଣ୍ଟା ଭିଡିଛି ଏକ କମ୍ପାନୀ । ଡିପ୍ ନାମକ ଏକ କମ୍ପାନୀ ସମୁଦ୍ର ପାଣିରେ ଷ୍ଟିଲରେ ଏକ ଘର ନିର୍ମାଣ କରୁଛି, ଯାହାର ନାଁ ସେ ରଖିଛି ଓ୍ୱାନ୍ଗାର୍ଡ । ଏହି ଘର ସମୁଦ୍ର ପତନ ଠାରୁ ୫୦ ମିଟର ଅର୍ଥାତ ୧୬୪ ଫୁଟ ତଳେ ନିର୍ମାଣ କରାଯିବ । ଯେଉଁଠାରେ ବୈଜ୍ଞାନିକମାନେ ସପ୍ତାହ ସପ୍ତାହ ଧରି ରହିବା ସହିତ କାମ କରିପାରିବେ । ଏହି ଘରେ ଶୋଇବା ଘର, ଛୋଟ ହଲ, ରୋଷେଇଘର, ଶୌଚାଳୟ ସହିତ ଗୋଟିଏ ଡାଇବ ସେଣ୍ଟର ମଧ୍ୟ ରହିଛି । ଏହାକୁ ପ୍ରସ୍ତୁତ କରିଥିବା କମ୍ପାନୀର ମିଶନ ମଣିଷଙ୍କୁ ପାଣି ଭିତରେ ରହୁଥିବା ଜୀବଙ୍କ ସହିତ ସମାନ କରିବା । ଏହାସହ କମ୍ପାନୀ ବର୍ତ୍ତମାନ ପାଣିରେ ଏକ ବିଳାସପୂର୍ଣ୍ଣ ହୋଟେଲ ମଧ୍ୟ ନିର୍ମାଣ କରୁଥିବା ସୂଚନା ରହିଛି ।
Read More ସୁଆଁ ଉପମା
Tags:


