ସମର ଷ୍ଟାଇଲ୍
ଖରାଦିନ ଆସିଲେ ସମସ୍ତଙ୍କର ଡ୍ରେସ ପିନ୍ଧାକୁ ନେଇ ସମସ୍ୟା ଆସିଥାଏ । ଖରାଦିନେ ଆପଣ ବିଚ୍ ହେଉ କି ଖରାଦିନିଆ କନସର୍ଟ ହେଉ ଯେଉଁଠିକୁ ବି ଯାଆନ୍ତୁ , ଯଦି ସଠିକ୍ ଉପାୟରେ ଡ୍ରେସ ପିନ୍ଧିଛନ୍ତି ତେବେ ଏହା ଫ୍ୟାଶନେବଲ ସହିତ କମ୍ପଟେବଲ ମଧ୍ୟ ହୋଇଯାଇଥାଏ । ଫାବ୍ରିକ୍ ଡ୍ରେସର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଫାବ୍ରିକ୍ । ପ୍ରତି ଋତୁ ପାଇଁ ଅଲଗା ଅଲଗା ଫାବ୍ରିକ୍ ରହିଥାଏ । ଖରାଦିନେ ସବୁବେଳେ ଲାଇଟ୍ େୱଟ୍ ଫାବ୍ରିକ୍ ପିନ୍ଧିବାକୁ […]
ଖରାଦିନ ଆସିଲେ ସମସ୍ତଙ୍କର ଡ୍ରେସ ପିନ୍ଧାକୁ ନେଇ ସମସ୍ୟା ଆସିଥାଏ । ଖରାଦିନେ ଆପଣ ବିଚ୍ ହେଉ କି ଖରାଦିନିଆ କନସର୍ଟ ହେଉ ଯେଉଁଠିକୁ ବି ଯାଆନ୍ତୁ , ଯଦି ସଠିକ୍ ଉପାୟରେ ଡ୍ରେସ ପିନ୍ଧିଛନ୍ତି ତେବେ ଏହା ଫ୍ୟାଶନେବଲ ସହିତ କମ୍ପଟେବଲ ମଧ୍ୟ ହୋଇଯାଇଥାଏ ।
ଫାବ୍ରିକ୍
ଡ୍ରେସର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଫାବ୍ରିକ୍ । ପ୍ରତି ଋତୁ ପାଇଁ ଅଲଗା ଅଲଗା ଫାବ୍ରିକ୍ ରହିଥାଏ । ଖରାଦିନେ ସବୁବେଳେ ଲାଇଟ୍ େୱଟ୍ ଫାବ୍ରିକ୍ ପିନ୍ଧିବାକୁ ଚେଷ୍ଟା କରନ୍ତୁ । ଏହି ସମୟରେ ହାଲୁକା ଫାବ୍ରିକ୍ ଯେପରି କଟନ, ରେୟନ ଆଦିକୁ ବ୍ୟବହାର କରନ୍ତୁ । ଏହି ଫାବ୍ରିକ୍ର ଡ୍ରେସ୍ ପିନ୍ଧିବାକୁ ବେଶ୍ ହାଲୁକା ଓ କମ୍ଫଟେବଲ୍ ହୋଇଥାଏ । ଗରମରେ ମଧ୍ୟ ଏହାକୁ ପିନ୍ଧିବାରେ କୌଣସି ଅସୁବିଧା ହୁଏ ନାହିଁ ।
ରଙ୍ଗ
ସେହିଭଳି ଖରା ଦିନେ ପୋଷାକର ରଙ୍ଗ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତେଣୁ ଡ୍ରେସ୍ ବାଛିବା ପୂର୍ବରୁ ରଙ୍ଗ ପ୍ରତି ଧ୍ୟାନ ଦିଅନ୍ତୁ । ଏହି ଦିନେ ହାଲୁକା ରଙ୍ଗ ଯେପରି ଧଳା, ଫିକା ଗୋଲାପି, ହଳଦିଆ ଆଦିକୁ ବାଛି ପାରିବେ । ଯେତେ ପାରିବେ ଡାର୍କ କଲରରୁ ଦୂରରେ ରୁହନ୍ତୁ । ଡାର୍କ କଲର ଖରାକୁ ଆବଜରଭ୍ କରି ରଖିଥାଏ, ଯାହା ଫଳରେ ଏହି ରଙ୍ଗର ପୋଷାକକୁ ପିନ୍ଧିଲେ ଅଧିକ ଗରମ ହୋଇଥାଏ ।
ଫିଟିଂ
ଏହି ଦିନେ ଯେତେ ପାରିବେ ଲୁଜ୍ ଫିଟିଂ ଡ୍ରେସ୍ ପିନ୍ଧନ୍ତୁ । ଖରାଦିନେ ଲୁଜ୍ ଫିଟିଂ ଡ୍ରେସ ଫିନ୍ଧିବା ଫଳରେ ବେଶ୍ ଆରାମ ଲାଗିଥାଏ । ଏହି କାଟାଗୋରୀରେ ବିଭିନ୍ନ ଷ୍ଟାଇଲ୍ର ଡ୍ରେସ ଆସିଥାଏ, ଯାହା ଫିଟିଂ ନହେଲେ ମଧ୍ୟ ବେଶ୍ ୟୁନିକ୍ ହୋଇଥାଏ । ତେବେ କମ୍ଫର୍ଟ ଓ ଷ୍ଟାଇଲ୍ ଭିତରେ ସବୁବେଳେ ବାଲାନ୍ସ କରି ପିନ୍ଧନ୍ତୁ ।




