ସଫଳତାର ରହସ୍ୟ ଉତ୍ତମ ବ୍ୟବହାର

ଜୀବନରେ ନିଜର ଖରାପ ବ୍ୟବହାରକୁ ବଦଳାଇବା ଖୁବ କଷ୍ଟକର ହୋଇଥାଏ । ହେଲେ ଖରାପ ବ୍ୟବହାର ବଦଳାଇବା ଦ୍ୱାରା ଆମର ଅନେକ ସମସ୍ୟାର ସମାଧାନ ହୋଇଥାଏ । ନିଜର ବ୍ୟବହାର ଦ୍ୱାରା ହିଁ ଆମେ ଜଣଙ୍କୁ ନିଜର ଶତ୍ରୁ କିମ୍ବା ମିତ୍ର କରିଥାଉ । ତେବେ ନିଜ ବ୍ୟବହାର ବଦଳାଇବା ଏତେ ସହଜ ହୋଇନଥାଏ । ସର୍ବଦା ଆମକୁ ନିଜ ବ୍ୟବହାର ଠିକ୍‌ ଲାଗିଥାଏ, ତେଣୁ ପ୍ରଥମେ ଆମକୁ ବୁଝିବାକୁ ହୋଇଥାଏ କି ଆମର କେଉଁ ଯାଗାରେ […]

Samaya Live Picture
Published On

ଜୀବନରେ ନିଜର ଖରାପ ବ୍ୟବହାରକୁ ବଦଳାଇବା ଖୁବ କଷ୍ଟକର ହୋଇଥାଏ । ହେଲେ ଖରାପ ବ୍ୟବହାର ବଦଳାଇବା ଦ୍ୱାରା ଆମର ଅନେକ ସମସ୍ୟାର ସମାଧାନ ହୋଇଥାଏ । ନିଜର ବ୍ୟବହାର ଦ୍ୱାରା ହିଁ ଆମେ ଜଣଙ୍କୁ ନିଜର ଶତ୍ରୁ କିମ୍ବା ମିତ୍ର କରିଥାଉ । ତେବେ ନିଜ ବ୍ୟବହାର ବଦଳାଇବା ଏତେ ସହଜ ହୋଇନଥାଏ । ସର୍ବଦା ଆମକୁ ନିଜ ବ୍ୟବହାର ଠିକ୍‌ ଲାଗିଥାଏ, ତେଣୁ ପ୍ରଥମେ ଆମକୁ ବୁଝିବାକୁ ହୋଇଥାଏ କି ଆମର କେଉଁ ଯାଗାରେ ଭୁଲ ରହୁଛି । ଆମର କେଉଁ ବ୍ୟବହାର କାହାକୁ କଷ୍ଟ ଦେଉଛି । ଏହା ଜାଣିବା ପରେ ହିଁ ଆମକୁ ବ୍ୟବହାର ବଦଳାଇବାରେ ସୁବିଧା ହୋଇଥାଏ । ସବୁବେଳେ ଅନ୍ୟକୁ ଭୁଲ ଦେବା ଅପେକ୍ଷା ନିଜକୁ ସମୀକ୍ଷା କରନ୍ତୁ । ନିଜର କେଉଁଠି ଭୁଲ ରହୁଛି ଓ କେଉଁ କଥା କେଉଁ ସ୍ଥାନରେ କୁହାଯିବାର ଆବଶ୍ୟକତା ରହିଛି, ଏ ସମସ୍ତ ବିଷୟକୁ ବିଚାର କରିଲେ ଆମେ ନିଜର ଭୁଲ ଜାଣିବା ସହିତ ବ୍ୟବହାରକୁ ମାର୍ଜିତ କରିପାରିବା । ସେହିଭଳି ଜୀବନର ସଫଳତା ମଧ୍ୟ କେତେକାଂଶରେ ବ୍ୟବହାର ଉପରେ ନିର୍ଭର କରିଥାଏ । ବ୍ୟବହାର ଭଲ ଥିଲେ କ୍ୟାରିୟରର ଅନେକ କାର୍ଯ୍ୟ ସହଜରେ ସମାଧାନ ହୋଇଥାଏ । ବିଭିନ୍ନ କାର୍ଯ୍ୟ କରିବା ସମୟରେ ଅନେକ ନୂଆ ଲୋକ ଆମକୁ ମିଳିଥାଆନ୍ତି, ଯେଉଁମାନଙ୍କ ମନରେ ଆମେ ନିଜର ବ୍ୟବହାର ସାହାଯ୍ୟରେ ନିଜ ପାଇଁ ଏକ ସ୍ଥାନ ତିଆରି କରିପାରିବା । ତେଣୁ ଯଦି ଜୀବନରେ ସଫଳ ହେବାକୁ ଚାହୁଁଛନ୍ତି ତେବେ ନିଜ ବ୍ୟବହାର ଉପରେ ଧ୍ୟାନ ଦିଅନ୍ତୁ ।

Tags: