ଶୀତଦିନରେ କରନ୍ତୁ ଏହି ଯୋଗାସନ

ଶୀତଦିନ ଆସିଲେ ଥଣ୍ଡା, କାଶ ସହିତ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖିବାକୁ ମିଳିଥାଏ । ହେଲେ ଥଣ୍ଡା-କାଶ ସମସ୍ୟା ଅଳ୍ପ କିଛିଦିନ ମଧ୍ୟରେ ଠିକ୍‌ ହୋଇଯାଏ । ମାତ୍ର ଅନେକ ଥର ଥଣ୍ଡା-କାଶ ଓ କଫ ବହୁଦିନ ପର୍ଯ୍ୟନ୍ତ ଲୋକଙ୍କୁ ଯନ୍ତ୍ରଣା ଦେଇଥାଏ । ଏହାସହିତ ଶୀତଦିନେ ଭାଇରାଲ୍‌ ସଂକ୍ରମଣ ହେବାର ମଧ୍ୟ ସମ୍ଭାବନା ବଢ଼ିଯାଏ । ଏହି ଋତୁରେ ବ୍ୟାୟାମର ଅଭାବ ସହିତ ବାହାରକୁ ବାହାରିବା କମ୍‌ ହୋଇଯାଏ, ଯାହା ଥଣ୍ଡା-କାଶର କାରଣ ପାଲଟିଥାଏ […]

Samaya Live Picture
Published On

ଶୀତଦିନ ଆସିଲେ ଥଣ୍ଡା, କାଶ ସହିତ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖିବାକୁ ମିଳିଥାଏ । ହେଲେ ଥଣ୍ଡା-କାଶ ସମସ୍ୟା ଅଳ୍ପ କିଛିଦିନ ମଧ୍ୟରେ ଠିକ୍‌ ହୋଇଯାଏ । ମାତ୍ର ଅନେକ ଥର ଥଣ୍ଡା-କାଶ ଓ କଫ ବହୁଦିନ ପର୍ଯ୍ୟନ୍ତ ଲୋକଙ୍କୁ ଯନ୍ତ୍ରଣା ଦେଇଥାଏ । ଏହାସହିତ ଶୀତଦିନେ ଭାଇରାଲ୍‌ ସଂକ୍ରମଣ ହେବାର ମଧ୍ୟ ସମ୍ଭାବନା ବଢ଼ିଯାଏ । ଏହି ଋତୁରେ ବ୍ୟାୟାମର ଅଭାବ ସହିତ ବାହାରକୁ ବାହାରିବା କମ୍‌ ହୋଇଯାଏ, ଯାହା ଥଣ୍ଡା-କାଶର କାରଣ ପାଲଟିଥାଏ । ତେଣୁ ଏନେଇ ଆମେ ଚିକିତ୍ସା ସହିତ ବିଭିନ୍ନ ପ୍ରକାରର ଔଷଧକୁ ଆପଣାଇଥାଉ । ହେଲେ ଔଷଧ ଓ ଚିକିତ୍ସା ପରିବର୍ତ୍ତେ କିଛି ଯୋଗାସନ ରହିଛି ଯାହା କରିବା ଦ୍ୱାରା ଆମେ ଶିତିଦିନିଆ ରୋଗବୈରାଗରୁ ଆଶ୍ୱସ୍ଥି ପାଇପାରିବା ।
ବାମଭସ୍ତ୍ରିକା
ଏହି ଯୋଗ ଅଭ୍ୟାସ କରିବା ଦ୍ୱାର ଥଣ୍ଡା, କାଶ ଓ କଫରୁ ଆଶ୍ୱସ୍ଥି ମିଳିଥାଏ । ଏହି ଆସନଟିକୁ କରିବା ପାଇଁ ଡାହାଣ ହାତ ଆଙ୍ଗୁଳିରେ ଡାହାଣ ନାକକୁ ବନ୍ଦ କରି ବାମ ନାକରେ ଜୋର୍‌ ଜୋର୍‌ ନିଃଶ୍ୱାସ ନିଅନ୍ତୁ ଓ ଛାଡ଼ନ୍ତୁ । ନିଃଶ୍ୱାସ ନେବା ସମୟରେ ଆପଣଙ୍କ ପେଟ ଭିତରକୁ ଓ ନିଃଶ୍ୱାସ ଛାଡ଼ିବା ସମୟରେ ପେଟ ବାହାରକୁ ଆସିବା ଉଚିତ । ବାମପଟ ନାକରେ ମଧ୍ୟ ଏହି ସମାନ ପ୍ରକ୍ରିୟା କରନ୍ତୁ । ପ୍ରତ୍ୟହ ଏହି ଯୋଗାଭ୍ୟାସ କରିବା ଦ୍ୱାରା ଥଣ୍ଡା, କାଶ ଓ କଫରୁ ମୁକ୍ତି ମିଳିବ ।
ଭୁଜଙ୍ଗାସନ
ଶୀତଦିନିଆ ରୋଗରୁ ନିଜକୁ ରକ୍ଷା କରିବା ଲାଗି ନିୟମିତ ଭୁଜଙ୍ଗାସନ କରନ୍ତୁ । ଏହାକୁ କରିବା ଲାଗି ପେଟମାଡ଼ି ଶୋଇ ହାତ ଦୁଇଟିକୁ ଭୂମିରେ ରଖି ମୁହଁକୁ ପିଠି ଆଡ଼କୁ ଟେକନ୍ତୁ । ଏହି ଆସନଟିକୁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାର ଉପଚାର ବୋଲି କୁହାଯାଏ ।
ପବନମୁକ୍ତାସନ
ପ୍ରତ୍ୟହ ଏହି ଆସନର ଅଭ୍ୟାସ କଲେ ଏହା ଥଣ୍ଡା ଓ କାଶକୁ ଦୂର କରିଥାଏ । ଏହା ଅନ୍ତର୍ଗତ ପିଠି ମାଡ଼ି ଶୋଇ ଦୁଇଗୋଡ଼କୁ ଏକତ୍ର କରି ଛାତି ପାଖକୁ ଆଣନ୍ତୁ ଏବଂ ହାତଦୁଇଟି ସାହାଯ୍ୟରେ ଗୋଡ଼କୁ ଲକ୍‌ କରିଦିଅନ୍ତୁ ।
ବଜ୍ରାସନ
ଏହି ଆସନରେ ଆଣ୍ଠୁ ଉପରେ ବସିଯାଆନ୍ତୁ । ଗୋଇଠିକୁ ସିଧା କରି ଜଙ୍ଘକୁ ସେଟ୍‌ କରି ହାତକୁ ଜଙ୍ଘ ଉପରେ ରଖନ୍ତୁ । ପିଠି ସିଧା ରଖି ନିଃଶ୍ୱାସ ନିଅନ୍ତୁ । ଏହାର ଅଳ୍ପ କିଛି ସମୟ ପରେ ଥଣ୍ଡା ଓ କାଶରୁ ଆଶ୍ୱସ୍ଥି ମିଳିଥିବା ଅନୁଭବ କରିପାରିବେ ।

Tags: