ରୁଟିରେ କରନ୍ତୁ ଗ୍ରହଦୋଷ ଦୂର

ସାଧାରଣତଃ ରୁଟିକୁ ସମସ୍ତେ ଖାଦ୍ୟ ଭାବେ ଗ୍ରହଣ କରନ୍ତିା ତେବେ ରୁଟିର ମଧ୍ୟ କେତେକ ଏଭଳି ଗୁଣ ଅଛି ଯାହା ଗ୍ରହଙ୍କର ସ୍ଥିତିକୁ ସଜାଡିପାରୋ ଜ୍ୟୋତିଷଙ୍କ ମତରେ ଏହି ରୁଟି ଆପଣଙ୍କର ଦୁର୍ଭାଗ୍ୟ ଦୂର କରିବା ସହିତ ଧନ ସମ୍ବନ୍ଧୀୟ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଅନ୍ୟ କେତେକ ସମସ୍ୟା ସମାଧାନ କରିବାରେ ମଧ୍ୟ ରୁଟି ସହାୟକ ହୋଇଥାଏ ବୋଲି ଜ୍ୟୋତିଷଙ୍କର ବିଶ୍ୱାସ ରହିଛିା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ମନ ପସନ୍ଦର ଚାକିରି ଚାହୁଁଛନ୍ତି […]

ରୁଟିରେ କରନ୍ତୁ ଗ୍ରହଦୋଷ ଦୂର
Samaya Live Picture
Published On

ସାଧାରଣତଃ ରୁଟିକୁ ସମସ୍ତେ ଖାଦ୍ୟ ଭାବେ ଗ୍ରହଣ କରନ୍ତିା ତେବେ ରୁଟିର ମଧ୍ୟ କେତେକ ଏଭଳି ଗୁଣ ଅଛି ଯାହା ଗ୍ରହଙ୍କର ସ୍ଥିତିକୁ ସଜାଡିପାରୋ ଜ୍ୟୋତିଷଙ୍କ ମତରେ ଏହି ରୁଟି ଆପଣଙ୍କର ଦୁର୍ଭାଗ୍ୟ ଦୂର କରିବା ସହିତ ଧନ ସମ୍ବନ୍ଧୀୟ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଅନ୍ୟ କେତେକ ସମସ୍ୟା ସମାଧାନ କରିବାରେ ମଧ୍ୟ ରୁଟି ସହାୟକ ହୋଇଥାଏ ବୋଲି ଜ୍ୟୋତିଷଙ୍କର ବିଶ୍ୱାସ ରହିଛିା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ମନ ପସନ୍ଦର ଚାକିରି ଚାହୁଁଛନ୍ତି ତେବେ ରବିବାର ଅଟାରେ ଗୁଡ ମିଶାଇ ମିଠା ପୁଆ ବା ପୁରି ପ୍ରସ୍ତୁତ କରି ଗାଇକୁ ଦିଅନ୍ତୁା ଏପରି କରିବା ଦ୍ୱାରା ଜାତକରେ ସୂର୍ଯ୍ୟଙ୍କର ସ୍ଥିତି ମଜବୁତ ହେବା ସହ ନୂତନ ଚାକିରିର ଅବସର ମିଳିଥାଏା ବ୍ୟବସାୟ ଅଧିକ ହେବା ସହିତ ଆୟର ଅନ୍ୟ ରାସ୍ତା ମଧ୍ୟ ଖୋଲିଥାଏା ସେହିଭଳି ବେଳେବେଳେ ଯେତେ ପରିଶ୍ରମ କଲେ ମଧ୍ୟ ଭାଗ୍ୟ ସାଥ ନ ଦେଲେ ପରିଶ୍ରମର ଫଳ ମିଳିନଥାଏା ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସେହି ସମୟରେ ଅଟାରେ ଚିନି ମିଶାଇ ପ୍ରତିଦିନ ପିମ୍ପୁଡିକୁ ଦିଅନ୍ତୁ, ଯାହା ଆପଣଙ୍କର ଦୁର୍ଭାଗ୍ୟକୁ ଦୂୂର କରିବା ସେହିଭଳି ଘରକୁ ଯଦି ଧନରେ ସମୃଦ୍ଧ କରିବାକୁ ଚାହୁଁଛନ୍ତି ତେବେ ଗୁରୁବାର ଦିନ ଗହମ ଅଟାରେ ଅଳ୍ପ ପରିମାଣର ହଳଦୀ ମିଶାଇ ଏହାର ରୁଟି ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ଗାଈକୁ ଖାଇବାକୁ ଦିଅନ୍ତୁା ଏହି ଛୋଟ ଉପାୟଟି ଅନେକ ଗ୍ରହ ଦୋଷକୁ କାଟିବ ବୋଲି ଜ୍ୟୋତିଷମାନେ ବିଶ୍ୱାସ ରଖନ୍ତିା ସେହିଭଳି ପରିବାରରରେ ଦେଖାଦେଉଥିବା ଅଶାନ୍ତିକୁ ଦୂର କରିବା ପାଇଁ ଶନିବାର କିଛି ଚଣାରେ ୧୧ଟି ତୁଳସୀ ପତ୍ର, ଅଳ୍ପ ପରିମାଣର କେଶର ପକାଇ ସେହି ଚଣାକୁ ପେଶି ନିଅନ୍ତୁା ଏହାକୁ ଗହମ ଅଟାରେ ମିଶାଇ ପରିବାରର ସବୁ ସଦସ୍ୟଙ୍କୁ ଖାଇବାକୁ ଦିଅନ୍ତୁା ଏପରି କରିବା ଫଳରେ ଘରେ ଶାନ୍ତି ଆସିବା ସହିତ ପରିବାର ସଦସ୍ୟଙ୍କ ଭିତରେ ଭଲପାଇବା ବଢିବା ଶନି ଗ୍ରହକୁ ଶାନ୍ତ କରିବା ପାଇଁ ରୁଟିରେ ସୋରିଷ ତେଲ ମାରି ଶନିବାର ଦିନ କୌଣସି କୁକୁରକୁ ଖାଇବାକୁ ଦିଅନ୍ତୁା ଏଭଳି କରିବା ଦ୍ୱାରା ଶନି ଗ୍ରହ ଶାନ୍ତ ହେବା ସହିତ ଆର୍ଥିକ ସଙ୍କଟ ମଧ୍ୟ ଦୂର ହୋଇଥାଏ ।

Tags: