ରାତ୍ରି ଭୋଜନର ନିୟମ
ଆଜି କାଲିର ବ୍ୟସ୍ତ ବହୁଳ ଜୀବନରେ ଅନେକ ଲୋକ ନିଜ ଖାଦ୍ୟପେୟର ଧ୍ୟାନ ରଖିପାରୁନାହାନ୍ତି । କେତେବେଳେ କାମର ପ୍ରେସର ତ କେତେବେଳେ ଘରର ଟେନ୍ସନ ପାଇଁ ଲୋକ ନିଜର ଖାଇବାକୁ ଅଣଦେଖା କରିଥାଆନ୍ତି । ତେବେ ବିଶେଷ ଭାବେ ରାତ୍ରି ଭୋଜନରେ ଲୋକ ସମସୟର ଗୁରୁତ୍ୱକୁ ବୁଝନ୍ତି ନାହିଁ । ମନ ଇଚ୍ଛା ଯେତେବେଳେ ସମୟ ହୁଏ ସେତେବେଳେ ଖାଆନ୍ତି । ହେଲେ ଏପରି କରିବା ଦ୍ୱାରା ଆପଣଙ୍କ ପାଚନ ତନ୍ତ୍ର ଉପରେ ପ୍ରଭାବ ପଡିଥାଏ […]
ଆଜି କାଲିର ବ୍ୟସ୍ତ ବହୁଳ ଜୀବନରେ ଅନେକ ଲୋକ ନିଜ ଖାଦ୍ୟପେୟର ଧ୍ୟାନ ରଖିପାରୁନାହାନ୍ତି । କେତେବେଳେ କାମର ପ୍ରେସର ତ କେତେବେଳେ ଘରର ଟେନ୍ସନ ପାଇଁ ଲୋକ ନିଜର ଖାଇବାକୁ ଅଣଦେଖା କରିଥାଆନ୍ତି । ତେବେ ବିଶେଷ ଭାବେ ରାତ୍ରି ଭୋଜନରେ ଲୋକ ସମସୟର ଗୁରୁତ୍ୱକୁ ବୁଝନ୍ତି ନାହିଁ । ମନ ଇଚ୍ଛା ଯେତେବେଳେ ସମୟ ହୁଏ ସେତେବେଳେ ଖାଆନ୍ତି । ହେଲେ ଏପରି କରିବା ଦ୍ୱାରା ଆପଣଙ୍କ ପାଚନ ତନ୍ତ୍ର ଉପରେ ପ୍ରଭାବ ପଡିଥାଏ । ରାତିର ଖାଇବାର ସଠିକ ସମୟ ନରହିଲେ ଖାଦ୍ୟକୁ ହଜମ ହେବା ପାଇଁ ପର୍ଯ୍ୟାପ୍ତ ସମୟ ମିଳିନଥାଏ । ତେଣୁ ରାତି ଖାଇବା ସମୟରେ କିଛି ନିୟମ ପାଳନ କରିବାକୁ ପରାମର୍ଶ ରହିଥାଏ । ଯେପରି ରାତି ଖାଇବା ପରେ ଆଉ କୌଣସି ଖାଦ୍ୟ ଖାଇବା ଉଚିତ୍ ନୁହେଁ । ରାତ୍ରି ଭୋଜନ କରିବା ପରେ ତୁରନ୍ତ ଶୋଇବାକୁ ଯାଆନ୍ତୁ ନାହିଁ । ଡାଏଟିଂ ପାଇଁ କେବେ ବି ରାତ୍ରି ଭୋଜନ ବନ୍ଦ କରନ୍ତୁ ନାହିଁ, ଏପରି କରିବା ଦ୍ୱାରା କୌଣସି ଲାଭ ହୋଇ ନଥାଏ । ସେହିଭଳି ଆବଶ୍ୟକତା ହିସାବରେ କାର୍ବୋହାଇଡ୍ରେଟ ଗ୍ରହଣ କରନ୍ତୁ, ଏହା ଶରୀର ପାଇଁ ବେଶ୍ ଉପଯୋଗୀ ହୋଇଥାଏ । ସେହିଭଳି ଶୋଇବାର ୨ରୁ ୩ ଘଣ୍ଟା ପୂର୍ବରୁ ଖାଦ୍ୟ ଖାଆନ୍ତୁ, ଯାହା ଫଳରେ ଏହା ହଜମ ହେବା ପାଇଁ ପର୍ଯ୍ୟାପ୍ତ ସମୟ ପାଇଥାଏ । ସେହିପରି ରାତିରେ ସବୁ ବେଳେ ଗରିଷ୍ଠ ଖାଦ୍ୟ ଖାଇବାରୁ ନିବୃତ୍ତ ରୁହନ୍ତୁ I




