ରକ୍ତକୁ ଶୁଦ୍ଧ ରଖୁଥିବା ଖାଦ୍ୟ

ଯେଉଁଭଳି ଭାବେ ଆମେ ନିଜ ଶରୀରକୁ ପରିସ୍କାର କରିଥାଉ,ସେମିତି ରକ୍ତକୁ ମଧ୍ୟ ପରିସ୍କାର କରିବା ଜରୁରୀ I ଏଥିପାଇଁ କୌଣସି ଔଷଧ ଖାଇବା ବଦଳରେ ଆମେ ଏହିପରି କିଛି ଖାଦ୍ୟ ଖାଇବା ଦରକାର I କିଛି ଖାଦ୍ୟ ଏଭଳି ରହିଛି ଯାହା ଆମ ରକ୍ତକୁ ପ୍ରାକୃତିକ ଉପାୟରେ ସଫା କରିଥାଏ । ଆସନ୍ତୁ ଜାଣିବା ସେହି ଖାଦ୍ୟ ସମ୍ପର୍କରେ ବ୍ଲୁବେରି – ଏହି କୋଳିରେ ଆଣ୍ଟିଅକ୍ସିଡାଣ୍ଟ୍‌ ଗୁଣ ଭରପୂର ହୋଇ ରହିଥାଏ । ଯାହା ପ୍ରାକୃତିକ ଉପାୟରେ […]

Samaya Live Picture
Published On

ଯେଉଁଭଳି ଭାବେ ଆମେ ନିଜ ଶରୀରକୁ ପରିସ୍କାର କରିଥାଉ,ସେମିତି ରକ୍ତକୁ ମଧ୍ୟ ପରିସ୍କାର କରିବା ଜରୁରୀ I ଏଥିପାଇଁ କୌଣସି ଔଷଧ ଖାଇବା ବଦଳରେ ଆମେ ଏହିପରି କିଛି ଖାଦ୍ୟ ଖାଇବା ଦରକାର I କିଛି ଖାଦ୍ୟ ଏଭଳି ରହିଛି ଯାହା ଆମ ରକ୍ତକୁ ପ୍ରାକୃତିକ ଉପାୟରେ ସଫା କରିଥାଏ । ଆସନ୍ତୁ ଜାଣିବା ସେହି ଖାଦ୍ୟ ସମ୍ପର୍କରେ

ବ୍ଲୁବେରି – ଏହି କୋଳିରେ ଆଣ୍ଟିଅକ୍ସିଡାଣ୍ଟ୍‌ ଗୁଣ ଭରପୂର ହୋଇ ରହିଥାଏ । ଯାହା ପ୍ରାକୃତିକ ଉପାୟରେ ଆମ ରକ୍ତକୁ ସଫା କରିଥାଏ । ରକ୍ତ ସଫା କରିବା ସହିତ ଏହା ଆମ ଶରୀରକୁ ବିଭିନ୍ନ କ୍ଷତରୁ ମଧ୍ୟ ବଞ୍ଚାଇଥାଏ । ତେଣୁ ଖାଦ୍ୟରେ ନିୟମିତ କିଛି ବ୍ଲୁବେରି ସାମିଲ କରନ୍ତୁ ।

ବିଟ୍‌ରୁଟ୍‌ – ବିଟ୍‌ରୁଟ୍‌ରେ ଅନେକ ପ୍ରକାରର ପୋଷଣ ଭରି ରହିଛି । ଏହା ଆମର ଲିଭରର କାର୍ଯ୍ୟକ୍ଷମତାକୁ ବଢାଇଥାଏ । ରକ୍ତରେ ଥିବା ବିଭିନ୍ନ ପ୍ରକାରର ଅପରିଷ୍କାର ପଦାର୍ଥକୁ ବାହାର କରିବାରେ ଏହା ବିଶେଷଭାବେ ସହାୟକ ହୋଇଥାଏ । ସକାଳୁ ବିଟ୍‌ ରୁଟ୍‌ ଜୁସ ପିଇବା ଖୁବ ଭଲ ହୋଇଥାଏ । ଏହାକୁ ଆପଣ ସାଲାଡ କରି ଲଞ୍ଚରେ ମଧ୍ୟ ଖାଇପାରିବେ ।

ବ୍ରୋକଲି – ଏଥିରେ ଥିବା ସଲ୍‌ଫୋରାଫେନ୍‌ କମ୍ପାଉଣ୍ଡ ରକ୍ତକୁ ସଫା କରିବାରେ ବେଶ ସହାୟକ ହୋଇଥାଏ । ବ୍ରୋକଲି ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ସ୍ୱାସ୍ଥ୍ୟକର ହୋଇଥାଏ । କେବଳ ରକ୍ତ ସଫା ନୁହେଁ ଅନ୍ୟ ବିଭିନ୍ନ ରୋଗର ସମାଧାନ ଭାବେ ମଧ୍ୟ ଏହା କାର୍ଯ୍ୟ କରିଥାଏ ।

ଲେମ୍ବୁ – ରକ୍ତ ସଫା ପାଇଁ ଦୈନିକ କିଛି ପରିମାଣରେ ଲେମ୍ବୁରସ ଖାଦ୍ୟରେ ସାମିଲ କରନ୍ତୁ I ଏହାକୁ ଆପଣ ଦୈନିକ ଖାଦ୍ୟ ସହିତ,ସାଲାଡ଼ରେ କିମ୍ବା ସର୍ବତ କରି ଫାଳେ ଲେଖାଏଁ ଲେମ୍ବୁ ଖାଇପାରିବେ I ଲେମ୍ବୁରେ ପ୍ରାକୃତିକ ଭିଟାମିନ ‘ସି’ ରହିଥାଏ I ତେଣୁ ରକ୍ତ ସଫା ହେଲେ ତ୍ୱଚାରେ ପ୍ରାକୃତିକ ଚମକ ଆସିଥାଏ I

ରସୁଣ – ଦୈନିକ ସକାଳେ ଖାଲି ପେଟରେ ଅଭ୍ୟାସ କରି ୨ରୁ ୩ କୋଲା ରସୁଣ ଖାଇଲେ ରକ୍ତ ପରିସ୍କାର ହୋଇଥାଏ I ଆପଣ ଏହାକୁ ଖାଦ୍ୟ ଖାଇଲାବେଳେ ମଧ୍ୟ ଖାଇପାରିବେ I ରସୁଣ ଖାଇବା ଦ୍ୱାରା ରକ୍ତ ପରିସ୍କାର ହେବା ସହିତ ଉଚ୍ଚ ରକ୍ତଚାପ ଏବଂ ଫଙ୍ଗଲ ଇନଫେକ୍ସନକୁ ରୋକି ଥାଏ I

ଅଁଳା – ଭିଟାମିନ୍ ସିରେ ଭରପୂର ହୋଇଥାଏ ଅଁଳା I ଏହା ଯକୃତର କାର୍ଯ୍ୟକୁ ସୁସ୍ଥ ରଖିବା ସହିତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ I ଅଁଳା ରକ୍ତ ପରିସ୍କାର କରିବା ସହ ଶରୀରକୁ ଅନେକ ପ୍ରକାରର ରୋଗରୁ ରକ୍ଷା କରିଥାଏ I

Tags: