ମୁଢି ପାୟସ

ମୁଢି ପାୟସ
Ipsita Picture
By: Ipsita
Published On

 

ସାମଗ୍ରୀ _ ସୁଜି ୨୫୦ ଗ୍ରାମ, ନଡିଆ ଏକ ଫାଳ, ମୁଢି ୧୦୦ ଗ୍ରାମ, କାଜୁ, ଗୁଜୁରାତି, କିସମିସ, ଘିଅ, କ୍ଷୀର ୨ ଲିଟର ।

ପ୍ରଣାଳୀ _ ପ୍ରଥମେ ସୁଜିକୁ ଗୁଣ୍ଡ କରିଦିଅନ୍ତୁ । ସୁଜି, କାଜୁ, କିସମିସକୁ ଘିଅରେ ଭାଜନ୍ତୁ । ଆଞ୍ଚରେ କ୍ଷୀରକୁ ବସାଇ ସିଝାନ୍ତୁ । ଏହା ଲାଲ ହୋଇ ଆସିଲେ ସେଥିରେ ସୁଜି ଓ ଚିନି ପକାନ୍ତୁ । ତାପରେ ନଡିଆ କୋରା ପକାନ୍ତୁ, ଏହି ମିଶ୍ରଣ ବହଳିଆ ହୋଇ ଆସିଲେ ଏଥିରେ ମୁଢିଗୁଣ୍ଡ ପକାନ୍ତୁ । ତାପରେ କିଛି ସମୟରେ ପରେ ଭଜା କାଜୁ, କିସମିସ ଓ ଗୁଜୁରାତି ଗୁଣ୍ଡ ପକାଇ ଆଞ୍ଚରୁ କାଢି ନିଅନ୍ତୁ । ପ୍ରସ୍ତୁତ ହୋଇଯିବ ମୁଢି ପାୟସ ।

Tags: