ମିଠା କାନିକା
ଦିବ୍ୟ ବ୍ୟଞ୍ଜନ
ଅରୁଆ ଚାଉଳ କିମ୍ବା ବାସୁମତୀ ଚାଉଳ: ୧ କପ୍ ,ପାଣି: ୨ କପ, ଗୁଡ଼: ୧ କପ, ଅଳେଇଚ : ୨ଟି, ଜାଇଫଳ, ଡାଲଚିନି , ଲବଙ୍ଗ : ୭-୮ ଟି, ଦେଶୀ ଘିଅ : ୪-୫, ଲୁଣ ।
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଚାଉଳକୁ ସଫା ପାଣିରେ ଭଲ ଭାବରେ ଧୋଇ ୧୫-୨୦ ମିନିଟ୍ ପାଇଁ ଭିଜାଇ ରଖନ୍ତୁ ଏବଂ ପରେ ପାଣି ସମ୍ପୂର୍ଣ୍ଣ ନିଗାଡ଼ି ଦିଅନ୍ତୁ । ଏବେ ଘିଅ ଗରମ କରନ୍ତୁ, ସେଥିରେ କାଜୁ ଏବଂ କିସମିସକୁ ହାଲୁକା ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜି ଅଲଗା ବାହାର କରି ରଖିଦିଅନ୍ତୁ । ବଳକା ଘିଅରେ ସମସ୍ତ ଗୋଟା ମସଲା (ତେଜପତ୍ର, ଲବଙ୍ଗ, ଗୁଜୁରାତି, ଅଳେଇଚ, ଡାଲଚିନି, ଏବଂ ଗୋଲମରିଚ) ପକାଇ କିଛି ସେକେଣ୍ଡ ପାଇଁ ଫୁଟାନ୍ତୁ । ଯେପରି ସେଥିରୁ ସୁଗନ୍ଧ ଆସିବ। ଏହାପରେ ସେଥିରେ ଚାଉଳକୁ ମସଲା ମଧ୍ୟରେ ପକାଇ ଧୀମା ଆଞ୍ଚରେ ୨-୩ ମିନିଟ୍ ପାଇଁ ହାଲୁକା ଭାବେ ଭାଜନ୍ତୁ। ଏବେ ସେଥିରେ ୨ କପ୍ ଗରମ ପାଣି ଏବଂ ଆବଶ୍ୟକ ମୁତାବକ ସାମାନ୍ୟ ଲୁଣ ମିଶାଇ ଫୁଟିବାକୁ ଦିଅନ୍ତୁ । ପାତ୍ରଟିକୁ ଭଲ ଭାବେ ଘୋଡ଼ାଇ ଅତି ଧୀମା ଆଞ୍ଚରେ ୧୨-୧୫ ମିନିଟ୍ ପର୍ଯ୍ୟନ୍ତ ସିଝାନ୍ତୁ, ଯେପର୍ଯ୍ୟନ୍ତ ଚାଉଳ ୯୦% ପର୍ଯ୍ୟନ୍ତ ସିଝି ନଯାଇଛି । ବର୍ତ୍ତମାନ ସେଥିରେ ଗୁଡ଼ ମିଶାଇ ହାଲୁକା ଭାବେ ଗୋଳାଇ ଦିଅନ୍ତୁ। ପୁଣି ଥରେ ଘୋଡ଼େଇ ଧୀମା ଆଞ୍ଚରେ ୫ ମିନିଟ୍ ପାଇଁ ରନ୍ଧାନ୍ତୁ, ଯେପରି ଚାଉଳ ମିଠାକୁ ଭଲ ଭାବେ ପିଇନେବ । ଶେଷରେ ଆଞ୍ଚ ବନ୍ଦ କରି ଦିଅନ୍ତୁ। ଏବେ ପୂର୍ବରୁ ଭାଜି ରଖିଥିବା କାଜୁ, କିସମିସ୍ ଏବଂ ଏକ ଚାମଚ ଘିଅ ପକାଇ ହାଲୁକା ଗୋଳାଇ ଦିଅନ୍ତୁ ।




